କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ସମସ୍ତ ଯାତ୍ରୀ ସୁରକ୍ଷିତ
ନୂଆଦିଲ୍ଲୀ : ଶନିବାର ଦିନ ଉତ୍ତରାଖଣ୍ଡର କେଦାରନାଥ ଧାମରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେଠାରେ ଆତଙ୍କ ଖେଳିଯାଇଛି। କିନ୍ତୁ ଏହି ଘଟଣାରେ କେହି ମୃତାହତ ହୋଇନଥିଲା। ଅଧିକାରୀଙ୍କ ଅନୁଯାୟୀ, କେଦାରନାଥ ଧାମରୁ ଜଣେ ମହିଳା ଭକ୍ତଙ୍କୁ ଏୟାରଲିଫ୍ଟ କରିବା ପାଇଁ ପଠାଯାଇଥିବା ଏକ ସଞ୍ଜୀବନୀ ହେଲି ଆମ୍ବୁଲାନ୍ସକୁ ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା। ‘ପାଇଲଟ୍ ଶୀଘ୍ର ପରିସ୍ଥିତିର ମୂଲ୍ୟାଙ୍କନ କରିଥିଲେ ଏବଂ ମୁଖ୍ୟ ହେଲିପ୍ୟାଡରେ ପହଞ୍ଚିବା ପୂର୍ବରୁ […]

ନୂଆଦିଲ୍ଲୀ : ଶନିବାର ଦିନ ଉତ୍ତରାଖଣ୍ଡର କେଦାରନାଥ ଧାମରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେଠାରେ ଆତଙ୍କ ଖେଳିଯାଇଛି। କିନ୍ତୁ ଏହି ଘଟଣାରେ କେହି ମୃତାହତ ହୋଇନଥିଲା। ଅଧିକାରୀଙ୍କ ଅନୁଯାୟୀ, କେଦାରନାଥ ଧାମରୁ ଜଣେ ମହିଳା ଭକ୍ତଙ୍କୁ ଏୟାରଲିଫ୍ଟ କରିବା ପାଇଁ ପଠାଯାଇଥିବା ଏକ ସଞ୍ଜୀବନୀ ହେଲି ଆମ୍ବୁଲାନ୍ସକୁ ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ କରାଯାଇଥିଲା। ‘ପାଇଲଟ୍ ଶୀଘ୍ର ପରିସ୍ଥିତିର ମୂଲ୍ୟାଙ୍କନ କରିଥିଲେ ଏବଂ ମୁଖ୍ୟ ହେଲିପ୍ୟାଡରେ ପହଞ୍ଚିବା ପୂର୍ବରୁ ଏକ ସମତଳ ପୃଷ୍ଠରେ ସୁରକ୍ଷିତ ଅବତରଣ କରିଥିଲେ, ଯାହା ସମସ୍ତଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିଥିଲା ବୋଲି ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ ରାହୁଲ ଚୌବେ କହିଛନ୍ତି।
ଏହି ଘଟଣାର ଡିଜିସିଏ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।