ଏଆଇ ଆଙ୍ଗ୍‌ଜାଇଟି

ବର୍ତ୍ତମାନ ବିଜ୍ଞାନର ବ୍ୟବହାର କାରଣରୁ କାର୍ଯ୍ୟାଳୟର ପରିବେଶ ବଦଳିବାରେ ଲାଗିଛି । ଏଆଇ ଓ ଚାର୍ଟ ଜିପିଟି ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଅନେକ ସ୍ଥାନରେ ମଣିଷଙ୍କ ଯାଗାରେ ଏଆଇକୁ ବ୍ୟବହାର କରାଯାଉଛି । ତେବେ ଏହାର ନକରାତ୍ମକ ପ୍ରଭାବ ସୋସାଇଟି ଉପରେ ପଡୁଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ବର୍ତ୍ତମାନ ଏକ ନୂଆ ଆଙ୍ଗ୍‌ଜାଇଟି ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି, ଯାହାକୁ ଗବେଷକମାନେ ଏଆଇ ଆଙ୍ଗ୍‌ଜାଇଟି ବୋଲି ନାମ ଦେଇଛନ୍ତି । […]

ଏଆଇ ଆଙ୍ଗ୍‌ଜାଇଟି
ଏଆଇ ଆଙ୍ଗ୍‌ଜାଇଟି

ବର୍ତ୍ତମାନ ବିଜ୍ଞାନର ବ୍ୟବହାର କାରଣରୁ କାର୍ଯ୍ୟାଳୟର ପରିବେଶ ବଦଳିବାରେ ଲାଗିଛି । ଏଆଇ ଓ ଚାର୍ଟ ଜିପିଟି ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଅନେକ ସ୍ଥାନରେ ମଣିଷଙ୍କ ଯାଗାରେ ଏଆଇକୁ ବ୍ୟବହାର କରାଯାଉଛି । ତେବେ ଏହାର ନକରାତ୍ମକ ପ୍ରଭାବ ସୋସାଇଟି ଉପରେ ପଡୁଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ବର୍ତ୍ତମାନ ଏକ ନୂଆ ଆଙ୍ଗ୍‌ଜାଇଟି ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି, ଯାହାକୁ ଗବେଷକମାନେ ଏଆଇ ଆଙ୍ଗ୍‌ଜାଇଟି ବୋଲି ନାମ ଦେଇଛନ୍ତି । ବିଭିନ୍ନ କାର୍ଯ୍ୟାଳୟ, ଦୋକାନ, ଫ୍ୟାକ୍ଟ୍ରି ଆଦିରେ କାର୍ଯ୍ୟରତ କର୍ମଚାରୀମାନେ ଏଆଇକୁ ଭୟ କରୁଥିବାର ଦେଖିବାକୁ ମିଳୁଛି । ଏହାପଛରେ କାରଣ ରହିଛି ସେମାନଙ୍କ ଚାକିରି ଯିବାର ଭୟ । ଏଆଇ ତାଙ୍କ ରୋଜଗାର ଛଡାଇନେବାର ଭୟରେ ସେମାନେ ଷ୍ଟ୍ରେସ୍‌ରେ ରହୁଥିବାର ଦେଖିବାକୁ ମିଳୁଛି । ଗୋଟିଏ ପଟେ ଏଆଇର ସୁଫଳ ଥିବାବେଳେ ଅନ୍ୟପଟେ ନିଜର ରୋଜଗାର ହରାଇବାର ଭୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସେମାନଙ୍କ ଭବିଷ୍ୟତ ଏକ ଅନିଶ୍ଚିତତା ଭିତରକୁ ଗତି କରୁଛି ବୋଲି ସେମାନେ ମତ ଦେଉଛନ୍ତି । ତେବେ ଏଥିରୁ ଦୂରେଇ ରହିବା ପାଇଁ ବର୍ତ୍ତମାନ ଲୋକମାନଙ୍କୁ ନିଜର ସ୍କିଲ୍‌ରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଏଆଇକୁ ମ୍ୟାଚ୍‌ କରି ମଣିଷମାନେ ନିଜର ସ୍କିଲ୍‌ରେ ପରିବର୍ତ୍ତନ ଆଣିପାରିଲେ ଏଆଇ ସହିତ ସେମାନଙ୍କର ଆବଶ୍ୟକତା ମଧ୍ୟ ବଜାୟ ରହିବ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ମଣିଷର ଆବଶ୍ୟକତା ସବୁଠାରୁ ଊଦ୍ଧ୍ୱର୍ରେ ।