ଭୁବନେଶ୍ୱରରେ ଛାତିଥରା ଦୁର୍ଘଟଣା, ଚାଲିଗଲା ଜଣଙ୍କ ଜୀବନ

ଭୁବନେଶ୍ୱର:ଭୁବନେଶ୍ବର ଡେଲଟା ଛକରେ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଛି। ଜଣେ ଯୁବକ ଦ୍ରୁତ ଗତିରେ ବାଇକ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରକୁ ପିଟି ହୋଇ ପରେ ଗଛକୁ ଜୋରରେ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଡେଲଟା ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୋଲିସ ମୃତଦେହ ଜବତ କରିବା ସହ […]

ଭୁବନେଶ୍ୱରରେ ଛାତିଥରା ଦୁର୍ଘଟଣା, ଚାଲିଗଲା ଜଣଙ୍କ ଜୀବନ

ଭୁବନେଶ୍ୱର:ଭୁବନେଶ୍ବର ଡେଲଟା ଛକରେ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ଯୁ ହୋଇଛି। ଜଣେ ଯୁବକ ଦ୍ରୁତ ଗତିରେ ବାଇକ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ପ୍ରଥମେ ଡିଭାଇଡରକୁ ପିଟି ହୋଇ ପରେ ଗଛକୁ ଜୋରରେ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଡେଲଟା ଛକରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୋଲିସ ମୃତଦେହ ଜବତ କରିବା ସହ ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡିକାଲ ପଠାଇଛି।
ସୂଚନାନୁସାରେ, ମୃତ ଯୁବକ ହେଉଛନ୍ତି ଭରତପୁର ଅଞ୍ଚଳର ଗଙ୍ଗା ରାଓ । ତାଙ୍କ ପଛରେ ବସିଥିବା ଯୁବକଙ୍କ ପରିଚୟ ଜଣାପଡିନାହିଁ । ଗଙ୍ଗା ଭରତପୁର ଅଞ୍ଚଳରେ ଭୋଜି କରିଥିଲେ। ଭୋଜି ସରିବା ପରେ ସମସ୍ତେ ନିଜ ନିଜ ଗାଡିରେ ଏକାବେଳେ ବୁଲାବୁଲି କରୁଥିଲେ। ଗଙ୍ଗା ବାଇକ ଚଲୁଥିବା ବେଳେ ତାଙ୍କ ସାଙ୍ଗ ପଛରେ ବସିଥିଲେ। ନିୟନ୍ତ୍ରଣ ହରାଇ ରାସ୍ତାରେ ଡିଭାଇଡରକୁ ପିଟିବା ପରେ ଏକ ଗଛକୁ ଜୋରରେ ଧକ୍କା ଦେବାରୁ ବାଇକରୁ ଦୁଇ ଜଣ ପଡିଯାଇଥିଲେ।