କେରଳ ନିପା ଭୂତାଣୁ ସଂକ୍ରମିତଙ୍କ ଅବସ୍ଥା ସଙ୍କଟାପନ୍ନ

ପାଲକ୍କଡ: କେରଳ ନିପା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ସୂଚନାନୁଯା‌ୟୀ ଥାଚାନାତ୍ତୁକାରାର ୩୮ ବ‌ର୍ଷୀୟ ମହିଳା ନିପା ସଂକ୍ରମିତ ହେବା ଜଣାପଡ଼ିବା ପରେ ତାଙ୍କୁ କୋଝିକୋଡ୍‌ ଜିଲ୍ଲା ସ୍ଥିତ ସରକାରୀ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗର ନିୟମାନୁସାରେ ମହିଳାଙ୍କୁ ‌ମନୋକ୍ଲୋନାଲ୍‌ ଆଣ୍ଟିବୋଡି ଚିକିତ୍ସା ପ୍ରଦାନ କରାଯାଉଛି। ଆଜି ପୂର୍ବାହ୍ଣରେ ତାଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଚିକିତ୍ସା ପ୍ରଦାନ କରାଯାଇଥିଲା। […]

କେରଳ ନିପା ଭୂତାଣୁ ସଂକ୍ରମିତଙ୍କ ଅବସ୍ଥା ସଙ୍କଟାପନ୍ନ

ପାଲକ୍କଡ: କେରଳ ନିପା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ସୂଚନାନୁଯା‌ୟୀ ଥାଚାନାତ୍ତୁକାରାର ୩୮ ବ‌ର୍ଷୀୟ ମହିଳା ନିପା ସଂକ୍ରମିତ ହେବା ଜଣାପଡ଼ିବା ପରେ ତାଙ୍କୁ କୋଝିକୋଡ୍‌ ଜିଲ୍ଲା ସ୍ଥିତ ସରକାରୀ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗର ନିୟମାନୁସାରେ ମହିଳାଙ୍କୁ ‌ମନୋକ୍ଲୋନାଲ୍‌ ଆଣ୍ଟିବୋଡି ଚିକିତ୍ସା ପ୍ରଦାନ କରାଯାଉଛି। ଆଜି ପୂର୍ବାହ୍ଣରେ ତାଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଚିକିତ୍ସା ପ୍ରଦାନ କରାଯାଇଥିଲା। ପାଲକ୍କଡ୍‌ ମେଡିକାଲ୍‌ କଲେଜରେ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ଜର୍ଜ ଗଣମାଧ୍ୟମକୁ ସଂକ୍ରମଣ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ପାଲକ୍କଡରେ ଏହା ପ୍ରଥମ ନିପା ମାମଲା। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପ୍ନ ରହିଛି। ତାଙ୍କୁ ସମସ୍ତ ଉପଲବ୍ଧ ଚିକିତ୍ସା ପ୍ରଦାନ କରାଯାଉଛି। ବର୍ତ୍ତମାନ କେରଳରେ ମୋଟ ୧୭୩ଟି ସଂକ୍ରମଣକୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦୦ଜଣ ପ୍ରାଥମିକ ଓ ୭୩ଜଣ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମିତ ଅଟନ୍ତି। ସେମାନଙ୍କ ମଧ୍ୟରୁ ୫୨ଜଣଙ୍କୁ ଅଧିକ ବିପଦଯୁକ୍ତ ଓ ଅନ୍ୟ ୪୮ଜଣ କମ୍‌ ବିପଦଯୁକ୍ତ ବୋଲି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ମାଲାପୁରମ ଜିଲ୍ଲାର ଅନ୍ୟ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।