ଝାଡ଼ଖଣ୍ଡରେ ଆନ୍ଦୋଳନରେ ବସିଥିବା ପୁଲିସ ଉପରେ ପୁଲିସର ଲାଠିମାଡ଼

ନୂଆଦିଲ୍ଲୀ: ରାଞ୍ଚି ସ୍ଥିତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆନ୍ଦୋଳନରେ ବସିଥିବା ଏସ୍‌ପିଓ ( ସ୍ବତନ୍ତ୍ର ପୁଲିସ ଅଫିସର)ଙ୍କ ଉପରେ ଝାଡ଼ଖଣ୍ଡ ପୁଲିସ ଲାଠିମାଡ଼ କରିଛି। ଠିକା ଏସ୍‌ପିଓମାନେ ସ୍ଥାୟୀ ନଯୁକ୍ତି ସ‌ହ ବିଭିନ୍ନ ଦାବି ରଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆନ୍ଦୋଳନରେ ବସିଥିଲେ। ସେମାନେ ପ୍ରଥମେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ କିନ୍ତୁ ପୁଲିସ ସେମାନଙ୍କୁ ଘଉଡ଼ାଇବାପାଇଁ ଚେଷ୍ଟା କରିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଝାଡ଼ଖଣ୍ଡ ପୁଲିସ ଠିକା ଏସ୍‌ପିଓଙ୍କ ଉପରେ ଲାଠି ମାଡ଼ କରିବାର […]

ଝାଡ଼ଖଣ୍ଡରେ ଆନ୍ଦୋଳନରେ ବସିଥିବା ପୁଲିସ ଉପରେ ପୁଲିସର ଲାଠିମାଡ଼

ନୂଆଦିଲ୍ଲୀ: ରାଞ୍ଚି ସ୍ଥିତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆନ୍ଦୋଳନରେ ବସିଥିବା ଏସ୍‌ପିଓ ( ସ୍ବତନ୍ତ୍ର ପୁଲିସ ଅଫିସର)ଙ୍କ ଉପରେ ଝାଡ଼ଖଣ୍ଡ ପୁଲିସ ଲାଠିମାଡ଼ କରିଛି। ଠିକା ଏସ୍‌ପିଓମାନେ ସ୍ଥାୟୀ ନଯୁକ୍ତି ସ‌ହ ବିଭିନ୍ନ ଦାବି ରଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆନ୍ଦୋଳନରେ ବସିଥିଲେ। ସେମାନେ ପ୍ରଥମେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିଥିଲେ କିନ୍ତୁ ପୁଲିସ ସେମାନଙ୍କୁ ଘଉଡ଼ାଇବାପାଇଁ ଚେଷ୍ଟା କରିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଝାଡ଼ଖଣ୍ଡ ପୁଲିସ ଠିକା ଏସ୍‌ପିଓଙ୍କ ଉପରେ ଲାଠି ମାଡ଼ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଝାଡ଼ଖଣ୍ଡ ପୁଲିସର ଏହି କାର୍ଯ୍ୟକୁ ଏସ୍‌ପିଓମାନେ କଡ଼ା ନିନ୍ଦା‌ କରିଛନ୍ତି। ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଆନ୍ଦୋଳନକାରୀମାନେ ଦୀର୍ଘ ୧୮ ଦିନ ଧରି ରାଞ୍ଚି‌ରେ ଆନ୍ଦୋଳନରେ ବସିଛନ୍ତି। ଡିଜିପି ଏବଂ ଗୃହ ସଚିବଙ୍କ ସହ ଆନ୍ଦୋଳନକାରୀମାନେ ଆଲୋଚନା କରିଛନ୍ତି।