ଜମ୍ମୁ କଶ୍ମୀରରେ ରହସ୍ୟମୟ ରୋଗରେ ୧୭ ମଲେଣି
ଶ୍ରୀନଗର : ଜମ୍ମୁ କଶ୍ମୀରର ରାଜୌରୀରେ ଏକ ରହସ୍ୟମୟ ରୋଗ ଆତଙ୍କ ଖେଳାଇବାରେ ଲାଗିଛି । ଏହା ୧୭ ଜଣଙ୍କ ଜୀବନ ନେଲାଣି। ଏତେ ଲୋକ ପ୍ରାଣ ହରାଇଥିଲେ ହେଁ ରୋଗ ସମ୍ପର୍କରେ ଟେର ପାଉନାହାନ୍ତି ଡାକ୍ତର କିମ୍ବା ପ୍ରଶାସନ। ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାରେ ଥିବା ବଧାଲ ନାମକ ଗାଁରେ ରହସ୍ୟମୟ ରୋଗ କୋକୁଆ ଭୟ ସୃଷ୍ଟି କରିଛି। ଗାଁରେ ୩ଟି ପରିବାରର ୧୭ ଜଣ ପ୍ରାଣ ହରାଇ ସାରିଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡ଼ୁନି। ପ୍ରଥମେ […]

ଶ୍ରୀନଗର : ଜମ୍ମୁ କଶ୍ମୀରର ରାଜୌରୀରେ ଏକ ରହସ୍ୟମୟ ରୋଗ ଆତଙ୍କ ଖେଳାଇବାରେ ଲାଗିଛି । ଏହା ୧୭ ଜଣଙ୍କ ଜୀବନ ନେଲାଣି। ଏତେ ଲୋକ ପ୍ରାଣ ହରାଇଥିଲେ ହେଁ ରୋଗ ସମ୍ପର୍କରେ ଟେର ପାଉନାହାନ୍ତି ଡାକ୍ତର କିମ୍ବା ପ୍ରଶାସନ। ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାରେ ଥିବା ବଧାଲ ନାମକ ଗାଁରେ ରହସ୍ୟମୟ ରୋଗ କୋକୁଆ ଭୟ ସୃଷ୍ଟି କରିଛି। ଗାଁରେ ୩ଟି ପରିବାରର ୧୭ ଜଣ ପ୍ରାଣ ହରାଇ ସାରିଥିଲେ ମଧ୍ୟ ମୃତ୍ୟୁର କାରଣ ଜଣାପଡ଼ୁନି। ପ୍ରଥମେ ଡିସେମ୍ବର ୭ରେ ବିନା କାରଣରେ ବଧାଲ ଗାଁରେ ୫ ଜଣଙ୍କ ଜୀବନ ଚାଲି ଯାଇଥିଲା। ଏହାପରେ ପର୍ଯ୍ୟାୟକ୍ରମେ ଆଉ ୧୨ ଜଣ ଅଜଣା ରୋଗରେ ଆଖି ବୁଜିଛନ୍ତି। ଏହି ଅଜଣା ରୋଗରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଗାଁର ମହମ୍ମଦ ଅସଲାମ। ସେ ନିଜର ବାପା ମା’ଙ୍କ ସମେତ ନିଜର ସମସ୍ତ ୬ ପିଲାଙ୍କୁ ହରାଇଛନ୍ତି। ରହସ୍ୟମୟ ରୋଗ ଦିନକୁ ଦିନ ଭୟଙ୍କର ସ୍ଥିତି ସୃଷ୍ଟି କରୁଥିବାରୁ ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୧ ଜଣିଆ ଅନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛି। ଏହି କମିଟି ମୃତ୍ୟୁର କାରଣ ଖୋଜିବ। କମିଟିର ସଦସ୍ୟମାନେ ରବିବାର ଠାରୁ ରାଜୌରୀରେ ପହଞ୍ଚି ତନାଘନା ଆରମ୍ଭ କରି ଦେଇଛନ୍ତି। ଏସବୁ ଭିତରେ ଜସ୍ମିନ ନାମକ ଜଣେ ନାବାଳିକା ଚିକିତ୍ସାଧୀନ ଅବସ୍ଥାରେ ଗତ ରବିବାର ଏସଏମଜିଏସ୍ ହସ୍ପିଟାଲରେ ଆଖି ବୁଜିଛନ୍ତି।