ମୁଖ୍ୟମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମୃତ ଡାକ୍ତରଙ୍କ ବାପା
କୋଲକାତା,୧୯ା୮:କୋଲକାତାର ଆର୍.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ୩୧ ବର୍ଷୀୟା ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରୁଥିବା ଲୋକଙ୍କ ମୁହଁ ବନ୍ଦ କରିଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍ୟମ କରୁଥିବା ମୃତା ଡାକ୍ତରଙ୍କ ବାପା ଅଭିଯୋଗ କରିଛନ୍ତି। ନ୍ୟାୟ ଦାବି କରୁଥିବା ସାଧାରଣ ଲୋକଙ୍କୁ ଜେଲ ପଠାଇବାକୁ ଉଦ୍ୟମ ହେଉଛି। ଝିଅର ମୃତ୍ୟୁ ପାଇଁ ସେ ସର୍ମ୍ପୂ୍ଣ୍ଣ ଚେଷ୍ଟ ମେଡିସିନ୍ ବିଭାଗକୁ ଦାୟୀ କରିଛନ୍ତି। ଅପରାଧରେ ଉକ୍ତ ବିଭାଗର […] The post ମୁଖ୍ୟମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମୃତ ଡାକ୍ତରଙ୍କ ବାପା appeared first on Dharitri Odia News.
କୋଲକାତା,୧୯ା୮:କୋଲକାତାର ଆର୍.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ୩୧ ବର୍ଷୀୟା ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରୁଥିବା ଲୋକଙ୍କ ମୁହଁ ବନ୍ଦ କରିଦେବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍ୟମ କରୁଥିବା ମୃତା ଡାକ୍ତରଙ୍କ ବାପା ଅଭିଯୋଗ କରିଛନ୍ତି। ନ୍ୟାୟ ଦାବି କରୁଥିବା ସାଧାରଣ ଲୋକଙ୍କୁ ଜେଲ ପଠାଇବାକୁ ଉଦ୍ୟମ ହେଉଛି। ଝିଅର ମୃତ୍ୟୁ ପାଇଁ ସେ ସର୍ମ୍ପୂ୍ଣ୍ଣ ଚେଷ୍ଟ ମେଡିସିନ୍ ବିଭାଗକୁ ଦାୟୀ କରିଛନ୍ତି। ଅପରାଧରେ ଉକ୍ତ ବିଭାଗର କେତେଜଣ ସମ୍ପୃକ୍ତ ଥିବା ମହିଳା ଡାକ୍ତରଙ୍କ ବାପା କହିଛନ୍ତି। ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏଭଳି ଅପରାଧ ସମ୍ଭବ ନୁହେଁ।
କୋଲକାତାର ଆର୍.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ତାଙ୍କ ଶରୀରରେ ୧୬ଟି ଗଭୀର ବାହ୍ୟ କ୍ଷତ ସହ ୯ଟି ଆଭ୍ୟନ୍ତରୀଣ କ୍ଷତ ରହିଥିବାରୁ ତାଙ୍କୁ ବଳାତ୍କାର ପରେ ଅତି ବୀଭତ୍ସ ଭାବେ ଆକ୍ରମଣ କରାଯିବା ସହ ଗଳାଚିପି ହତ୍ୟା କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।
ଗତ ୯ ତାରିଖ ବିଳମ୍ବିତ ରାତିରେ ହସ୍ପିଟାଲର ସେମିନାର ହଲ୍ରେ ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ତା’ ପରଦିନ ତାଙ୍କ ମୃତଦେହ ମିଳିବା ପରେ ସନ୍ଧ୍ୟା ୬ଟା ୧୦ରୁ ୭ଟା ୧୦ ମିନିଟ ମଧ୍ୟରେ ବ୍ୟବଚ୍ଛେଦ କରାଯାଇଥିଲା। ରିପୋର୍ଟ ଅନୁଯାୟୀ ପୀଡ଼ିତା ଡାକ୍ତରଙ୍କ ଗାଲ, ଓଠ, ନାକ, ବେକ, ହାତ, ଆଣ୍ଠୁ ସମେତ ଗୁପ୍ତାଙ୍ଗରେ କ୍ଷତ ରହିଛି। ସେହିପରି ବେକ ମାଂସପେଶୀ, ଖପୁରି ଓ ଅନ୍ୟ ସ୍ଥାନରେ ଆଭ୍ୟନ୍ତରୀଣ କ୍ଷତ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଉକ୍ତ ରିପୋର୍ଟରେ ଆର୍.ଜି. କର ମେଡିକାଲ କଲେଜର ଫୋରେନ୍ସିକ ମେଡିସିନ ଏବଂ ଟକ୍ସିଲୋଜି ବିଭାଗ ପ୍ରଫେସର ଅପୂର୍ବା ବିଶ୍ୱାସ, ଆସୋସିଏଟ୍ ପ୍ରଫେସର ରିନା ଦାସ ଏବଂ ଏନ୍ଆର୍ଏସ୍ ମେଡିକାଲ କଲେଜର ଫୋରେନ୍ସିକ ମେଡିସିନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ମୋଲି ବାନାର୍ଜୀଙ୍କ ସ୍ବାକ୍ଷର ରହିଛି।
The post ମୁଖ୍ୟମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମୃତ ଡାକ୍ତରଙ୍କ ବାପା appeared first on Dharitri Odia News.