ଗ୍ୟାସ ଟାଙ୍କି ଫାଟି ୫ ଗୁରୁତର
ଅନୁଗୁଳ : ରୋଷେଇ କଲାବେଳେ ଅଘଟଣ I ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ଗୁରୁତର I ଏଭଳି ଦୁଖଦଃ ଘଟଣା ଘଟିଛି ଅନୁଗୁଳ ତଳମୁଳ ପାଟଣା ସାହିରେ I ଘଟଣାସ୍ଥଳରୁ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି Iଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I ଘଟନାନୁସାରେ,ଅନୁଗୁଳ ପାଟଣାସାହିରେ ଖାଇବା ପାଇଁ ମାଛ ଭାଜୁଥିଲେ ସୁମିତ୍ରା ସାହୁ […]

ଅନୁଗୁଳ : ରୋଷେଇ କଲାବେଳେ ଅଘଟଣ I ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ଗୁରୁତର I ଏଭଳି ଦୁଖଦଃ ଘଟଣା ଘଟିଛି ଅନୁଗୁଳ ତଳମୁଳ ପାଟଣା ସାହିରେ I ଘଟଣାସ୍ଥଳରୁ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି Iଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I
ଘଟନାନୁସାରେ,ଅନୁଗୁଳ ପାଟଣାସାହିରେ ଖାଇବା ପାଇଁ ମାଛ ଭାଜୁଥିଲେ ସୁମିତ୍ରା ସାହୁ I ଏହି ସମୟରେ ପ୍ରଥମେ ଗ୍ୟାସ ପାଇପରେ ନିଆଁ ଲାଗିଯିବାରୁ ଗ୍ୟାସ ଟାଙ୍କି ଫାଟି ଯାଇଥିଲା I ଏହି ସମୟରେ ସୁମିତ୍ରାଙ୍କ ସହିତ ଘରେ ଥିବା ତାଙ୍କ ସ୍ୱାମୀ ସର୍ବେଶ୍ୱର ସାହୁ ,ପୁଅ ରଂଜିତ ସାହୁ,ବାବୁଲା ସାହୁ ଓ ତାଙ୍କ ସ୍ତ୍ରୀ ତପସ୍ୱିନୀ ସାହୁ ଜଳି ଯାଇ ଗୁରୁତର ହୋଇଥିଲେ I