ପୁଣି ଅଡ଼ୁଆରେ ପଡ଼ିବେ କେଜ୍ରିଓ୍ଵାଲ, FIR ରୁଜୁ କରିବାକୁ ଆଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ପୁଣି ଥରେ ଅଡ଼ୁଆରେ ପଡ଼ିବାକୁ ଯାଉଛନ୍ତି ଆମ ଆଦମୀ ପାର୍ଟି(ଆପ୍)ର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ। ତାଙ୍କ ବିରୋଧରେ କେସ୍ ରୁଜୁ କରିବାକୁ ଆଦେଶ ଦେଲେ ଦିଲ୍ଲୀର ଏକ ଅଦାଲତ। ଜନତାଙ୍କ ଅର୍ଥର ଦୁରୁପଯୋଗ ଅଭିଯୋଗରେ କେଜ୍ରିଓ୍ଵାଲ ଓ ଅନ୍ୟ ଆପ୍ ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କୋର୍ଟ ଦିଲ୍ଲୀ ପୋଲିସକୁ ଆଦେଶ ଦେଇଛନ୍ତି। ଏଥିସହ ମାର୍ଚ୍ଚ ୧୮ ତାରିଖ ସୁଦ୍ଧା ରିପୋର୍ଟ ଜମା କରିବାକୁ କହିଛନ୍ତି। ୨୦୧୯ରେ  ଦ୍ଵାରକାରେ ବଡ଼ ହୋର୍ଡିଂ ଲଗାଯିବା ନେଇ କେଜ୍ରିଓ୍ଵାଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ତାଙ୍କ ସହ ମାଟିଆଲାର ସେ ସମୟର ବିଧାୟକ ଗୁଲାବ ସିଂ ଓ ଦ୍ଵାରକାର କାଉନସିଲର ନୀତିକା ଶର୍ମାଙ୍କ ବିରୋଧରେ ମଧ୍ୟ ଏଫଆଇଆର ରୁଜୁ କରିବାକୁ ଦାବି ହୋଇଥିଲା। ଆଡିସିନାଲ ଚିଫ ମାଜିଷ୍ଟ୍ରେଟ୍ ନେହା ମିତ୍ତଲ ଆବେଦନ ସ୍ଵୀକାର କରି କେଜ୍ରିଓ୍ଵାଲ ଓ ଅନ୍ୟଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି।Also read: ଡିଆରଆଇ ଅଧିକାରୀଙ୍କ ଉପରେ ଅଭିଯୋଗ ଆଣିଲେ ରାନ୍ୟା ରାଓଙ୍କ, କହିଲେ-ମୋତେ ମାନସିକ ନିଯ୍ୟାତନା ଦିଆଯାଉଛିଏହା ପୂର୍ବରୁ ଏହି ସବୁ ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ଦାବି ହୋଇଥିଲେ ହେଁ ସେ ସମୟରେ ମାଜିଷ୍ଟ୍ରେଟ୍ ଆବେଦନ ଖାରଜ କରିଥିଲେ। ଏହା ପରେ ଅଭିଯୋଗକାରୀ ସେସନ କୋର୍ଟରେ ରିଭ୍ୟୁ ପିଟିସନ ଦାୟର କରିଥିଲେ। ସେସନ କୋର୍ଟ ପୁନର

ପୁଣି ଅଡ଼ୁଆରେ ପଡ଼ିବେ କେଜ୍ରିଓ୍ଵାଲ, FIR ରୁଜୁ କରିବାକୁ ଆଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ପୁଣି ଥରେ ଅଡ଼ୁଆରେ ପଡ଼ିବାକୁ ଯାଉଛନ୍ତି ଆମ ଆଦମୀ ପାର୍ଟି(ଆପ୍)ର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ। ତାଙ୍କ ବିରୋଧରେ କେସ୍ ରୁଜୁ କରିବାକୁ ଆଦେଶ ଦେଲେ ଦିଲ୍ଲୀର ଏକ ଅଦାଲତ। ଜନତାଙ୍କ ଅର୍ଥର ଦୁରୁପଯୋଗ ଅଭିଯୋଗରେ କେଜ୍ରିଓ୍ଵାଲ ଓ ଅନ୍ୟ ଆପ୍ ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ କୋର୍ଟ ଦିଲ୍ଲୀ ପୋଲିସକୁ ଆଦେଶ ଦେଇଛନ୍ତି। ଏଥିସହ ମାର୍ଚ୍ଚ ୧୮ ତାରିଖ ସୁଦ୍ଧା ରିପୋର୍ଟ ଜମା କରିବାକୁ କହିଛନ୍ତି। 

୨୦୧୯ରେ  ଦ୍ଵାରକାରେ ବଡ଼ ହୋର୍ଡିଂ ଲଗାଯିବା ନେଇ କେଜ୍ରିଓ୍ଵାଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ତାଙ୍କ ସହ ମାଟିଆଲାର ସେ ସମୟର ବିଧାୟକ ଗୁଲାବ ସିଂ ଓ ଦ୍ଵାରକାର କାଉନସିଲର ନୀତିକା ଶର୍ମାଙ୍କ ବିରୋଧରେ ମଧ୍ୟ ଏଫଆଇଆର ରୁଜୁ କରିବାକୁ ଦାବି ହୋଇଥିଲା। ଆଡିସିନାଲ ଚିଫ ମାଜିଷ୍ଟ୍ରେଟ୍ ନେହା ମିତ୍ତଲ ଆବେଦନ ସ୍ଵୀକାର କରି କେଜ୍ରିଓ୍ଵାଲ ଓ ଅନ୍ୟଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଛନ୍ତି।

Also read: ଡିଆରଆଇ ଅଧିକାରୀଙ୍କ ଉପରେ ଅଭିଯୋଗ ଆଣିଲେ ରାନ୍ୟା ରାଓଙ୍କ, କହିଲେ-ମୋତେ ମାନସିକ ନିଯ୍ୟାତନା ଦିଆଯାଉଛି

ଏହା ପୂର୍ବରୁ ଏହି ସବୁ ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ଦାବି ହୋଇଥିଲେ ହେଁ ସେ ସମୟରେ ମାଜିଷ୍ଟ୍ରେଟ୍ ଆବେଦନ ଖାରଜ କରିଥିଲେ। ଏହା ପରେ ଅଭିଯୋଗକାରୀ ସେସନ କୋର୍ଟରେ ରିଭ୍ୟୁ ପିଟିସନ ଦାୟର କରିଥିଲେ। ସେସନ କୋର୍ଟ ପୁନର୍ବାର ମାମଲାକୁ ନିମ୍ନ କୋର୍ଟକୁ ପଠାଇ ଏଥିରେ ଅପରାଧିକ ମାମଲା କାହିଁକି ହୋଇ ପାରିବ କି ନାହିଁ ପ୍ରଶ୍ନ କରିଥିଲେ। ଏହା ପରେ ମାଜିଷ୍ଟ୍ରେଟ୍ କୋର୍ଟ ପୁନର୍ବାର ମାମଲାର ଶୁଣାଣି କରି କେସ୍ ରୁଜୁ କରିବାକୁ ଆଦେଶ ଦେଇଛନ୍ତି। 

ଏହା ପୂର୍ବରୁ କେଜ୍ରିଓ୍ଵାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଅଭିଯୁକ୍ତ ରହି ଅନେକ ମାସ ଜେଲ୍‌ରେ ବି ରହିବାକୁ ପଡ଼ିଛି। ସଂପ୍ରତି କେଜ୍ରିଓ୍ବାଲ ଜାମିନରେ ଅଛନ୍ତି। ତେବେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ କୋର୍ଟଙ୍କ ସଦ୍ୟତମ ଆଦେଶ ଉପରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିନି। ଏହାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ରହିଛି।