ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍, ସରକାରଙ୍କୁ ଘେରିବାକୁ ବିରୋଧୀ ତୟାର
ଭୁବନେଶ୍ୱର ୨୯।୦୩ : ବିଧାନସଭା ବଜେଟ୍ ଅଧିବେଶନ । ଗୃହରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ପୂର୍ବରୁ ମୁଖ୍ୟ ବିରୋଧୀ ବିଜେଡ଼ି ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ବିପର୍ଯ୍ୟସ୍ତ ଆଇନ ଶୁଙ୍ଖଳା ପରିସ୍ଥିତି, ବିଧାନସଭାରେ ଶାସକ ଦଳର ଏକଛତ୍ରବାଦ ନୀତି, ବଜେଟ ଅର୍ଥ ଖର୍ଚ୍ଚ ନହେବା, SC/ST OBC ପାଇଁ ସଂରକ୍ଷଣ , ସୁଭ୍ରଦା ଯୋଜନାରେ ସରକାର ରାଜ୍ୟର ମାଆମାନଙ୍କୁ ପ୍ରତାରଣା ଦେଇଥିବା କଥା ଉଠାଇବା ସହ ମହିଳାମାନେ ଅସୁରକ୍ଷିତ ପ୍ରସଙ୍ଗ ବି ଉଠାଇବ ବିଜେଡି l ଏହାସହ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୃତିକୁ ପାଳନ କରିବାକୁ ଦଳ ଦାବି କରିବ। ବାକି ଶାଗମାଛ ଦରରେ ବକ୍ସସାଇଡର ବଡ଼ ବଡ଼ କମ୍ପାନୀକୁ ବିକ୍ରି ଷଡଯନ୍ତ୍ର, କୋଟିଆ , ପୋଲାଭରମ , ମହାନଦୀ ଜଳ ସମସ୍ୟା ଆଦି ପ୍ରସଙ୍ଗକୁ ବ୍ୟୟ ମଞ୍ଜୁର ବିଲ ଆଲୋଚନାରେ ଉଠାଇ ସରକାରଙ୍କୁ ଜବାବ ମାଗିବ ବିଜେଡି ।ସେହିପରି ଶନିବାର (ଆଜି) ମହିଳା ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି ଓ ଆଇନ ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ବିରୋଧୀ ଉଠାଇପାରନ୍ତି । ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ପାରିତ୍ ହେବା ପୂର୍ବରୁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇସାରିଛି l ଯେଉଁସବୁ ବିଭାଗରେ ଖର୍ଚ୍ଚ ଦାବି ଆଲୋଚନା ହୋଇନାହିଁ ତାହା ଗିଲେଟିନରେ ପାରିତ କରାଯାଇଛି l ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟକୁ ବ୍ୟୟ ମଞ୍ଜୁ
ଭୁବନେଶ୍ୱର ୨୯।୦୩ : ବିଧାନସଭା ବଜେଟ୍ ଅଧିବେଶନ । ଗୃହରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ପୂର୍ବରୁ ମୁଖ୍ୟ ବିରୋଧୀ ବିଜେଡ଼ି ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ବିପର୍ଯ୍ୟସ୍ତ ଆଇନ ଶୁଙ୍ଖଳା ପରିସ୍ଥିତି, ବିଧାନସଭାରେ ଶାସକ ଦଳର ଏକଛତ୍ରବାଦ ନୀତି, ବଜେଟ ଅର୍ଥ ଖର୍ଚ୍ଚ ନହେବା, SC/ST OBC ପାଇଁ ସଂରକ୍ଷଣ , ସୁଭ୍ରଦା ଯୋଜନାରେ ସରକାର ରାଜ୍ୟର ମାଆମାନଙ୍କୁ ପ୍ରତାରଣା ଦେଇଥିବା କଥା ଉଠାଇବା ସହ ମହିଳାମାନେ ଅସୁରକ୍ଷିତ ପ୍ରସଙ୍ଗ ବି ଉଠାଇବ ବିଜେଡି l ଏହାସହ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୃତିକୁ ପାଳନ କରିବାକୁ ଦଳ ଦାବି କରିବ। ବାକି ଶାଗମାଛ ଦରରେ ବକ୍ସସାଇଡର ବଡ଼ ବଡ଼ କମ୍ପାନୀକୁ ବିକ୍ରି ଷଡଯନ୍ତ୍ର, କୋଟିଆ , ପୋଲାଭରମ , ମହାନଦୀ ଜଳ ସମସ୍ୟା ଆଦି ପ୍ରସଙ୍ଗକୁ ବ୍ୟୟ ମଞ୍ଜୁର ବିଲ ଆଲୋଚନାରେ ଉଠାଇ ସରକାରଙ୍କୁ ଜବାବ ମାଗିବ ବିଜେଡି ।
ସେହିପରି ଶନିବାର (ଆଜି) ମହିଳା ଶିଶୁ ବିକାଶ, ନିର୍ମାଣ, ପର୍ଯ୍ୟଟନ, ଅବକାରୀ, ମିଶନ ଶକ୍ତି ଓ ଆଇନ ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ବିରୋଧୀ ଉଠାଇପାରନ୍ତି । ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ପାରିତ୍ ହେବା ପୂର୍ବରୁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇସାରିଛି l ଯେଉଁସବୁ ବିଭାଗରେ ଖର୍ଚ୍ଚ ଦାବି ଆଲୋଚନା ହୋଇନାହିଁ ତାହା ଗିଲେଟିନରେ ପାରିତ କରାଯାଇଛି l ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟକୁ ବ୍ୟୟ ମଞ୍ଜୁରୀ ବିଲ ଜରିଆରେ ଗୃହରେ ପାରିତ କରାଯିବ l ଯାହାକୁ ନେଇ ଗୃହ ସରଗରମ ରହିପାରେ ।