ଆଇପିଏଲରେ କେ.ଏଲ ରାହୁଲଙ୍କ ଶତକୀୟ ଇନିଂସ; ଗୁଜରାଟ ସାମ୍ନାରେ ଦିଲ୍ଲୀ ରଖିଲା ବିଶାଳ ଲକ୍ଷ୍ୟ

ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସ ସାମ୍ନାରେ ଦିଲ୍ଲୀ କ୍ୟାପିଟାଲ୍ସର ବିଶାଳ ଲକ୍ଷ୍ୟ । ୨୦୦ ରନ୍‌ର ଟାର୍ଗେଟ୍ ଦେଇଛି ଡିସି । ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି ମାନେ ପ୍ରାରମ୍ଭରୁ ଧିମା ବ୍ୟାଟିଂ କରିଥିଲେ, ମାତ୍ର ମ୍ୟାଚ୍‌ର ଶେଷ ପର୍ଯ୍ୟାୟ ଦ୍ରୁତଗତିରେ ରନ୍ ସଂଗ୍ରହ କରିଥିଲେ ଟିମ୍ ଏକ ବଡ଼ ସ୍କୋର ଆଡ଼କୁ ନେଇଯାଇଥିଲେ ।ଦଳ ପକ୍ଷରୁ କେଏଲ ରାହୁଲ୍ ଓପନର ଭାବେ ପଡ଼ିଆକୁ ଓହ୍ଲାଇ ନୂଆ ରେକର୍ଡ କରିଛନ୍ତି । ସେ ଗୁଜରାଟ ବିରୋଧରେ ଶତକୀୟ ଇନିଂସ ଖେଳିଛନ୍ତି । ମାତ୍ର ୬୫ଟି ବଲ୍ ଖେଳି ୧୧୨ ରନ୍ ସଂଗ୍ରହ କରିଛନ୍ତି ରାହୁଲ । ତାଙ୍କୁ ସାଥ୍ ଦେଇଥିଲେ ଅଧିନାୟକ ଅକ୍ଷର ପଟେଲ୍, ଅଭିଷେକ୍ ପୋରେଲ୍ ଓ ଷ୍ଟବସ । ଯାହା ଫଳରେ ଦଳ ୨୦ ଓଭରରେ ୧୯୯ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହି ମ୍ୟାଚ୍ ଜିତିବାକୁ ହେଲେ ଗୁଜରାଟ୍ ଟାଇଟନ୍ସକୁ ୨୦୦ ସଂଗ୍ରହ କରିବାକୁ ହେବ । ଆଇପିଏଲ -୨୦୨୫ରେ ରବିବାର ଦ୍ବିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ୬୦ତମ ମୁକାବିଲା ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ଗୁଜରାଟ୍ । ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ଦିଲ୍ଲୀର ଦୁଇ ବ୍ୟାଟର ଫାଫ୍ ଡୁପ୍ଲେସୀ ଓ କେଏଲ ରାହୁଲ । ଦୁଇ ଓପନର ଆରମ୍ଭରୁ ଧିମା ଖେଳିଥିଲା । ଚତୁର୍ଥ ଓଭରେ ଫାଫଙ୍କୁ ସୁଇିଙ୍ଗରେ ଫସାଇଥିଲେ ଅର୍ଶଦ ଖାନ୍ । ଫଳରେ ୫ ରନ କରି ସେ ଆଉଟ୍ ହୋଇଥିଲେ । ଅନ୍ୟ

ଆଇପିଏଲରେ କେ.ଏଲ ରାହୁଲଙ୍କ ଶତକୀୟ ଇନିଂସ; ଗୁଜରାଟ ସାମ୍ନାରେ ଦିଲ୍ଲୀ ରଖିଲା ବିଶାଳ ଲକ୍ଷ୍ୟ

ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସ ସାମ୍ନାରେ ଦିଲ୍ଲୀ କ୍ୟାପିଟାଲ୍ସର ବିଶାଳ ଲକ୍ଷ୍ୟ । ୨୦୦ ରନ୍‌ର ଟାର୍ଗେଟ୍ ଦେଇଛି ଡିସି । ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି ମାନେ ପ୍ରାରମ୍ଭରୁ ଧିମା ବ୍ୟାଟିଂ କରିଥିଲେ, ମାତ୍ର ମ୍ୟାଚ୍‌ର ଶେଷ ପର୍ଯ୍ୟାୟ ଦ୍ରୁତଗତିରେ ରନ୍ ସଂଗ୍ରହ କରିଥିଲେ ଟିମ୍ ଏକ ବଡ଼ ସ୍କୋର ଆଡ଼କୁ ନେଇଯାଇଥିଲେ ।ଦଳ ପକ୍ଷରୁ କେଏଲ ରାହୁଲ୍ ଓପନର ଭାବେ ପଡ଼ିଆକୁ ଓହ୍ଲାଇ ନୂଆ ରେକର୍ଡ କରିଛନ୍ତି । ସେ ଗୁଜରାଟ ବିରୋଧରେ ଶତକୀୟ ଇନିଂସ ଖେଳିଛନ୍ତି । ମାତ୍ର ୬୫ଟି ବଲ୍ ଖେଳି ୧୧୨ ରନ୍ ସଂଗ୍ରହ କରିଛନ୍ତି ରାହୁଲ । ତାଙ୍କୁ ସାଥ୍ ଦେଇଥିଲେ ଅଧିନାୟକ ଅକ୍ଷର ପଟେଲ୍, ଅଭିଷେକ୍ ପୋରେଲ୍ ଓ ଷ୍ଟବସ । ଯାହା ଫଳରେ ଦଳ ୨୦ ଓଭରରେ ୧୯୯ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହି ମ୍ୟାଚ୍ ଜିତିବାକୁ ହେଲେ ଗୁଜରାଟ୍ ଟାଇଟନ୍ସକୁ ୨୦୦ ସଂଗ୍ରହ କରିବାକୁ ହେବ । 

ଆଇପିଏଲ -୨୦୨୫ରେ ରବିବାର ଦ୍ବିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ୬୦ତମ ମୁକାବିଲା ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ଗୁଜରାଟ୍ । ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ଦିଲ୍ଲୀର ଦୁଇ ବ୍ୟାଟର ଫାଫ୍ ଡୁପ୍ଲେସୀ ଓ କେଏଲ ରାହୁଲ । ଦୁଇ ଓପନର ଆରମ୍ଭରୁ ଧିମା ଖେଳିଥିଲା । ଚତୁର୍ଥ ଓଭରେ ଫାଫଙ୍କୁ ସୁଇିଙ୍ଗରେ ଫସାଇଥିଲେ ଅର୍ଶଦ ଖାନ୍ । ଫଳରେ ୫ ରନ କରି ସେ ଆଉଟ୍ ହୋଇଥିଲେ । ଅନ୍ୟପଟେ ସ୍ଲୋ ଖେଳୁଥିବା ରାହୁଲ ହଠାତ୍ ଗିୟର ବଦଳାଇ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିଲେ । ସେ ଅଭିଷେକ୍ ପୋରେଲଙ୍କ ସହିତ ଦ୍ୱିତୀୟ ୱିକେଟରେ ୯୦ ରନର ଭାଗୀଦାରୀ କରିଥିଲେ। ହେଲେ ସାଇ କିଶୋର ୧୨ତମ ଓଭରରେ ପୋରେଲଙ୍କ ଇନିଂସର ଅନ୍ତ ଘଟାଇଥିଲେ । ଏହାପରେ ଅଧିନାୟକ ଅକ୍ଷର ପଟେଲ୍ ୨୫ ରନ୍ କରି ତୃତୀୟ ୱିକେଟରେ ୪୫ ରନ୍ ଭାଗୀଦାରୀ କରିଥିଲେ । ୧୭ତମ ଓଭରରେ ଡିସି ଅଧିନାୟକ ପ୍ରସିଦ୍ଧ କୃଷ୍ଣାଙ୍କ ବୋଲିଂରେ ଧରାପଡ଼ିଥିଲେ । ଅକ୍ଷରଙ୍କ ପରେ ରାହୁଲଙ୍କୁ ସାଥ୍ ଦେଇଥିଲେ ଷ୍ଟବସ୍ । ସେ ଚତୁର୍ଥ ୱିକେଟ ପାଇଁ ଅପରାଜିତ ୪୮ ରନର ଭାଗୀଦାରୀ କରି ଦିଲ୍ଲୀର ସ୍କୋରକୁ ୧୯୯ ରନ୍‌ରେ ପହଞ୍ଚାଇଥିଲେ । 

କେଏଲ ରାହୁଲ ବ୍ୟକ୍ତିଗତ ଭାବେ ଚମତ୍କାର ପ୍ରଦର୍ଶନ କରି ଶତକୀୟ ଇନିଂସ ଖେଳିଥିଲେ । ସେ ମାତ୍ର ୬୫ଟି ବଲରୁ ୧୪ଟି ଚୌକା ଓ ୪ ଛକା ସହାୟତାରେ ୧୧୨ ରନ୍‌ର ଅପରାଜିତ ପାଳି ଖେଳିଲେ । ଅଭିଷେକ୍ ପୋରେଲ୍ ୩୦ ରନ୍, ଅକ୍ଷର ପଟେଲ୍ ୨୫ ରନ୍ ଓ ଷ୍ଟବ୍‌ସ ୨୧ ରନ୍ କରି ଅପରାଜିତ ରହିଥିଲେ । ସେପଟେ ଗୁଜରାଟ ପକ୍ଷରୁ ଅର୍ଶଦ ଖାନ, ପ୍ରସିଦ୍ଧ କୃଷ୍ଣା ଏବଂ ସାଇ କିଶୋର ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।...