ପାକିସ୍ତାନୀ ଅଭିନେତାଙ୍କ ସହ ରୋମାନ୍ସ କରିବେ ବାଣୀ, ୮ ବର୍ଷ ପରେ ଫାୱାଦଙ୍କ ବଲିଉଡ୍ କମ୍ବ୍ୟାକ
ମୁମ୍ଵାଇ ୦୮।୧୦: ପାକିସ୍ତାନୀ ଅଭିନେତା ଫୱାଦ୍ ଖାନ। ତାଙ୍କ ଫ୍ୟାନ୍ସ ଫଲୋର୍ସ ଭାରତରେ କମ୍ ନୁହଁନ୍ତି। ତାଙ୍କର ରୋମାଣ୍ଟିକ୍ ଷ୍ଟାଇଲ୍ରେ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସେ । ଗୁଡ୍ ଲୁକ୍ ସହିତ ଚମତ୍କାର ଅଭିନୟ କରୁଥିବା ଫୱାଦ୍ ଖାନ୍ ଆଠ ବର୍ଷ ପରେ ବଲିଉଡରେ କମବ୍ୟାକ୍ କରୁଛନ୍ତି । ଫୱାଦଙ୍କ କମବ୍ୟାକ୍ ଚଳଚ୍ଚିତ୍ରର ନାମ ହେଉଛି 'ଅବିର ଗୁଲାଲ' । ଏହି ଚଳଚ୍ଚିତ୍ରଟି ଏକ ରୋମାଣ୍ଟିକ୍ କମେଡି ଡ୍ରାମା ହେବାକୁ ଯାଉଛି । ଏହି ରୋମାଣ୍ଟିକ୍ କମେଡିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତ୍ରୀ ବାଣୀ କପୁର ନଜର ଆସିବେ। ଫିଲ୍ମର ସୁଟିଂ ୨୯ ସେପ୍ଟେମ୍ବର ଲଣ୍ଡନରେ ଆରମ୍ଭ ହୋଇଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆରତୀ ଏସ୍ ବାଗରି। ଏହାକୁ ବିବେକ ଅଗ୍ରୱାଲ, ଅବନ୍ତିକା ହରି ଏବଂ ରାକେଶ ସିପି ପ୍ରସ୍ତୁତ କରିବେ।ସାମ୍ନାକୁ ଆସିଲା ପ୍ରଥମ ଝଲକନିର୍ମାତାମାନେ ଫିଲ୍ମ ଘୋଷଣା କରିବା ସମୟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଫୱାଦ ଖାନ ଏବଂ ବାଣୀ କପୁର ଏକାଠି ନଜର ଆସିଛନ୍ତି। ତେବେ ଏହି ଚଳଚ୍ଚିତ୍ରର ସୁଟିଂ ଅକ୍ଟୋବର ଏବଂ ନଭେମ୍ବର ୨୦୨୪ ମସିହାରେ ବ୍ରିଟେନରେ ହେବ । ନିର୍ମାତାମାନେ ଏହି ଚଳଚ୍ଚିତ୍ରକୁ ଏକ ଇଣ୍ଟରନ୍ୟାସନାଲ ପ୍ରଡକ୍ସନ କରିବାରେ ବ୍ୟସ୍ତ ଅଛନ୍ତି । ଭାରତ ଏବଂ ବ୍ରିଟେନର ଅନେକ ଶ୍ରେଷ୍ଠ କଳାକାର ସପୋର୍ଟି କାଷ୍ଟରେ ନଜର ଆସିବେ । ବଲିଉଡର ଜଣେ ପ୍ରମୁଖ ସଂଗୀତକାର ଏହି ଚଳଚ୍ଚିତ୍ର ପ
ମୁମ୍ଵାଇ ୦୮।୧୦: ପାକିସ୍ତାନୀ ଅଭିନେତା ଫୱାଦ୍ ଖାନ। ତାଙ୍କ ଫ୍ୟାନ୍ସ ଫଲୋର୍ସ ଭାରତରେ କମ୍ ନୁହଁନ୍ତି। ତାଙ୍କର ରୋମାଣ୍ଟିକ୍ ଷ୍ଟାଇଲ୍ରେ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସେ । ଗୁଡ୍ ଲୁକ୍ ସହିତ ଚମତ୍କାର ଅଭିନୟ କରୁଥିବା ଫୱାଦ୍ ଖାନ୍ ଆଠ ବର୍ଷ ପରେ ବଲିଉଡରେ କମବ୍ୟାକ୍ କରୁଛନ୍ତି । ଫୱାଦଙ୍କ କମବ୍ୟାକ୍ ଚଳଚ୍ଚିତ୍ରର ନାମ ହେଉଛି 'ଅବିର ଗୁଲାଲ' । ଏହି ଚଳଚ୍ଚିତ୍ରଟି ଏକ ରୋମାଣ୍ଟିକ୍ କମେଡି ଡ୍ରାମା ହେବାକୁ ଯାଉଛି । ଏହି ରୋମାଣ୍ଟିକ୍ କମେଡିରେ ତାଙ୍କ ସହ ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତ୍ରୀ ବାଣୀ କପୁର ନଜର ଆସିବେ। ଫିଲ୍ମର ସୁଟିଂ ୨୯ ସେପ୍ଟେମ୍ବର ଲଣ୍ଡନରେ ଆରମ୍ଭ ହୋଇଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆରତୀ ଏସ୍ ବାଗରି। ଏହାକୁ ବିବେକ ଅଗ୍ରୱାଲ, ଅବନ୍ତିକା ହରି ଏବଂ ରାକେଶ ସିପି ପ୍ରସ୍ତୁତ କରିବେ।
ସାମ୍ନାକୁ ଆସିଲା ପ୍ରଥମ ଝଲକ
ନିର୍ମାତାମାନେ ଫିଲ୍ମ ଘୋଷଣା କରିବା ସମୟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଫୱାଦ ଖାନ ଏବଂ ବାଣୀ କପୁର ଏକାଠି ନଜର ଆସିଛନ୍ତି। ତେବେ ଏହି ଚଳଚ୍ଚିତ୍ରର ସୁଟିଂ ଅକ୍ଟୋବର ଏବଂ ନଭେମ୍ବର ୨୦୨୪ ମସିହାରେ ବ୍ରିଟେନରେ ହେବ । ନିର୍ମାତାମାନେ ଏହି ଚଳଚ୍ଚିତ୍ରକୁ ଏକ ଇଣ୍ଟରନ୍ୟାସନାଲ ପ୍ରଡକ୍ସନ କରିବାରେ ବ୍ୟସ୍ତ ଅଛନ୍ତି । ଭାରତ ଏବଂ ବ୍ରିଟେନର ଅନେକ ଶ୍ରେଷ୍ଠ କଳାକାର ସପୋର୍ଟି କାଷ୍ଟରେ ନଜର ଆସିବେ । ବଲିଉଡର ଜଣେ ପ୍ରମୁଖ ସଂଗୀତକାର ଏହି ଚଳଚ୍ଚିତ୍ର ପାଇଁ ୬ ଟି ଅରିଜିନାଲ ଟ୍ରାକ୍ କରିଛନ୍ତି । ଯାହାକୁ ବଲିଉଡର ପ୍ରସିଦ୍ଧ ଗାୟକମାନେ ଗାଇଛନ୍ତି । ହେଲେ ଏ ବିଷୟରେ ଲାଟେଷ୍ଟ ତଥ୍ୟ ଏପର୍ଯ୍ୟନ୍ତ ସେୟାର ହୋଇନାହିଁ ।
ଫୱାଦଙ୍କ ଫିଲ୍ମ ରିଲିଜ୍ ସ୍ଥଗିତ
ନିକଟରେ ଫୱାଦଙ୍କ ଫିଲ୍ମ 'ଦି ଲିଜେଣ୍ଡ ଅଫ୍ ମୌଲା ଜଟ'କୁ ନେଇ ଦେଶରେ ଅନେକ ବିବାଦ ଦେଖାଦେଇଥିଲା। ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୨ ରେ ଦେଶରେ ମୁକ୍ତିଲାଭ କରିବାର ଥିଲା । ଏହାକୁ ନେଇ ଅନେକ ସହରରେ ତୀବ୍ର ବିରୋଧ ପରେ ଏହା ରିଲିଜ୍ କରାଯାଇ ନଥିଲା । କେବଳ ଏତିକି ନୁହେଁ, ମହାରାଷ୍ଟ୍ର ନବନିର୍ମାନ ସେନା (ଏମଏନଏସ) ପ୍ରତିଷ୍ଠାତା ସଭାପତି ରାଜ ଠାକରେ ଏହି ଚଳଚ୍ଚିତ୍ରର ରିଲିଜକୁ ବିରୋଧ କରିଥିଲେ ଏବଂ କହିଥିଲେ ଯେ ସେ କୌଣସି ପରିସ୍ଥିତିରେ ମହାରାଷ୍ଟ୍ରରେ ପାକିସ୍ତାନୀ କଳାକାରଙ୍କ ଚଳଚ୍ଚିତ୍ର ରିଲିଜକୁ ଅନୁମତି ଦେବେ ନାହିଁ।
ଫୱାଦ ଏହି ବଲିଉଡ ଫିଲ୍ମରେ କାମ କରିଛନ୍ତି
ଫୱାଦ ଖାନଙ୍କ ଶେଷ ବଲିଉଡ ଫିଲ୍ମ ୨୦୧୬ରେ ମୁକ୍ତିଲାଭ କରିଥିଲା। ତାଙ୍କୁ ରଣବୀର କପୁରଙ୍କ ଅଭିନୀତ 'ଏ ଦିଲ ହୈ ମୁଶ୍କିଲ'ରେ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ସେ 'କପୁର ଆଣ୍ଡ ସନ୍ସ' ଏବଂ 2014 ରେ ମୁକ୍ତିଲାଭ କରିଥିବା' ଖୁବସୁରତ୍'ରେ କାମ କରିଛନ୍ତି। ଏବେ ସେ ଆଠ ବର୍ଷ ପରେ ଭାରତକୁ କମ୍ବ୍ୟାକ କରିବେ।