୧୬ ବର୍ଷ ଧରି ଶାଶୂ ଘରେ ଗୃହବନ୍ଦୀ ଥିଲେ ବୋହୂ, ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କଲା ପୋଲିସ
ମଧ୍ୟପ୍ରଦେଶ ୬/୧୦: ୧୬ ବର୍ଷ ଧରି ବୋହୂକୁ ଗୃହବନ୍ଦୀ କରି ରଖିଥିଲେ ଶାଶୁ ଘର ଲୋକେ । ଦିଆଯାଉଥିଲା ଶାରୀରିକ ଓ ମାନସିକ ନିର୍ଯାତନା । ଏମିତିକି ଘର ଲୋକଙ୍କ ସହ କଥା ହେବାକୁ ଦିଆଯାଉନଥିଲା । ଶେଷରେ ଥାନାରେ ଅଭିଯୋଗ ପରେ ବନ୍ଦୀ ଜୀବନରୁ ମୁକ୍ତି ପାଇଛନ୍ତି ମହିଳା । ଶନିବାର ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ମଧ୍ୟପ୍ରଦେଶ ଭୋପାଳରୁ ଆସିଛି ଏମିତି ଛାତି ଥରାଇଲା ପରି ଘଟଣା । ଶାଶୁ ଘରେ ବନ୍ଦୀ ଭାବରେ ଥିବା ମହିଳା ହେଉଛନ୍ତି ରୀନା ସାହୁ । ସେ ୨୦୦୬ରେ ବିବାହ କରିଥିଲେ । ବିବାହର ୨ ବର୍ଷ ଯାଏ ସବୁ ଠିକ ଚାଲିଥିଲା । ତା ପରେ ହଠାତ କଣ ହେଲା କେଜାଣି ତାଙ୍କୁ ଆଉ ଘର ଲୋକଙ୍କ ସହ ମିଶିବାକୁ ଦିଆଗଲାନି । ଗୃହବନ୍ଦୀ କରି ରଖିଦେଲେ । କେବଳ ରାନୁ ନୁହଁନ୍ତି ତାଙ୍କ ପୁଅ ଝିଅଙ୍କୁ ମଧ୍ୟ ସମାନ ଅବସ୍ଥା ଭୋଗିବାକୁ ପଡିଥିଲା । ରାନୁଙ୍କ ଏମିତି ଅବସ୍ଥା ସଂପର୍କରେ ବାପା କିଶନ ଲାଲଙ୍କୁ ଶାଶୁ ଘରର ଜଣେ ଲୋକ ଜଣାଇଥିଲେ । ଏସବୁ ଶୁଣିବା ପରେ କିଶନ ଲାଲ ଜାହାଙ୍ଗୀର ଥାନା ପୋଲିସର ଦ୍ବାରସ୍ଥ ହୋଇଥିଲେ । ଆଉ ରାନୁଙ୍କ ଶାଶୁ ଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଓ NGO ସଂସ୍ଥା ମିଶି ବନ୍ଦୀ ଥିବା ରାନୁଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାିଛି । ପୋଲିସ ଘଟଣାର ତଦନ୍ତ କରୁଛି