ବିଜେପିରେ ସାମିଲ ହେଲେ ବରୀ ବ୍ଲକ ଅଧ୍ୟକ୍ଷ, ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କଲେ ରାଜ୍ୟ ସଭାପତି

ଭୁବନେଶ୍ୱର: ବିଜେଡି ଛାଡ଼ି ବିଜେପିରେ ମିଶିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡୀ। ଶୁକ୍ରବାର ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା ଉପସ୍ଥିତ ରହିଥିଲେ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ବରୀ ବ୍ଲକ ଅଧ୍ୟକ୍ଷଙ୍କ ସହ ମନ୍ଦାରୀ ପଞ୍ଚାୟତ ସରପଞ୍ଚ ଧୀରେନ୍ଦ୍ର ଜେନା, ମନ୍ଦାରୀ ପଞ୍ଚାୟତ ସଭ୍ୟ ଧୀରେନ୍ଦ୍ର ଦାସ, ଅନ୍ୟାସପୁର ପଞ୍ଚାୟତ ସଭ୍ୟ ରମେଶ ସାହୁ, କଳାମାଟିଆ ପଞ୍ଚାୟତ ସରପଞ୍ଚ ରଶ୍ମୀତା ପରିଡା, କଳାମାଟିଆ ପଞ୍ଚାୟତ ସଭ୍ୟା ପ୍ରିୟଙ୍କା ଦାସ, ଅଙ୍ଗାଳ ପଞ୍ଚାୟତ ସରପଞ୍ଚ ସକୁନ୍ତଳା ମଲ୍ଲିକ, ଅଙ୍ଗାଳ ପଞ୍ଚାୟତ ସଭ୍ୟା ସ୍ୱପ୍ନାରାଣୀ ସେଠୀ, ଅଟିରା ପଞ୍ଚାୟତ ସଭ୍ୟ ପ୍ରିତୀରଞ୍ଜନ ଜେନା, ଉଦୟନାଥପୁର ପଂଚାୟତ ସଭ୍ୟା ନିର୍ଝାରିଣୀ ସାମଲ, କିମ୍ଭିରିଆପାଳ ପଞ୍ଚାୟତ ସଭ୍ୟା କାବେରୀ ମଲ୍ଲିକ, ବରୀ ପଞ୍ଚାୟତ ସଭ୍ୟ ସଞ୍ଜୀବ ଜେନା, ଗୋଳକୁଣ୍ଡ ପଞ୍ଚାୟତ ସରପଞ୍ଚ ସବିତା ବେହେରା, ଇଷାଣପୁର ପଞ୍ଚାୟତ ସରପଞ୍ଚ ମାମିନା ଦାସ, ଚନ୍ଦନପୁର ପଞ୍ଚାୟତ ସରପଞ୍ଚ ଚପଳା ମଲ୍ଲ, ବାଲିଆ ପଞ

ବିଜେପିରେ ସାମିଲ ହେଲେ ବରୀ ବ୍ଲକ ଅଧ୍ୟକ୍ଷ, ଦଳୀୟ ଉତ୍ତରୀୟ  ପିନ୍ଧାଇ ସ୍ୱାଗତ କଲେ ରାଜ୍ୟ ସଭାପତି

ଭୁବନେଶ୍ୱର: ବିଜେଡି ଛାଡ଼ି ବିଜେପିରେ ମିଶିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡୀ। ଶୁକ୍ରବାର ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା ଉପସ୍ଥିତ ରହିଥିଲେ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । 

ବରୀ ବ୍ଲକ ଅଧ୍ୟକ୍ଷଙ୍କ ସହ ମନ୍ଦାରୀ ପଞ୍ଚାୟତ ସରପଞ୍ଚ ଧୀରେନ୍ଦ୍ର ଜେନା, ମନ୍ଦାରୀ ପଞ୍ଚାୟତ ସଭ୍ୟ ଧୀରେନ୍ଦ୍ର ଦାସ, ଅନ୍ୟାସପୁର ପଞ୍ଚାୟତ ସଭ୍ୟ ରମେଶ ସାହୁ, କଳାମାଟିଆ ପଞ୍ଚାୟତ ସରପଞ୍ଚ ରଶ୍ମୀତା ପରିଡା, କଳାମାଟିଆ ପଞ୍ଚାୟତ ସଭ୍ୟା ପ୍ରିୟଙ୍କା ଦାସ, ଅଙ୍ଗାଳ ପଞ୍ଚାୟତ ସରପଞ୍ଚ ସକୁନ୍ତଳା ମଲ୍ଲିକ, ଅଙ୍ଗାଳ ପଞ୍ଚାୟତ ସଭ୍ୟା ସ୍ୱପ୍ନାରାଣୀ ସେଠୀ, ଅଟିରା ପଞ୍ଚାୟତ ସଭ୍ୟ ପ୍ରିତୀରଞ୍ଜନ ଜେନା, ଉଦୟନାଥପୁର ପଂଚାୟତ ସଭ୍ୟା ନିର୍ଝାରିଣୀ ସାମଲ, କିମ୍ଭିରିଆପାଳ ପଞ୍ଚାୟତ ସଭ୍ୟା କାବେରୀ ମଲ୍ଲିକ, ବରୀ ପଞ୍ଚାୟତ ସଭ୍ୟ ସଞ୍ଜୀବ ଜେନା, ଗୋଳକୁଣ୍ଡ ପଞ୍ଚାୟତ ସରପଞ୍ଚ ସବିତା ବେହେରା, ଇଷାଣପୁର ପଞ୍ଚାୟତ ସରପଞ୍ଚ ମାମିନା ଦାସ, ଚନ୍ଦନପୁର ପଞ୍ଚାୟତ ସରପଞ୍ଚ ଚପଳା ମଲ୍ଲ, ବାଲିଆ ପଞ୍ଚାୟତ ସଭ୍ୟା ମାନସୀ ଦାସ, ବାଲିବିଲି ପଞ୍ଚାୟତ ସଭ୍ୟା ସୁଧାଂଶୁବାଳା ସାମଲ ପ୍ରମୁଖଙ୍କ ସମେତ ଅନେକ ନିର୍ବାଚିତ ଜନପ୍ରତିନିଧି  ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।  

ଏହି ମିଶ୍ରଣ ପର୍ବ ଅବସରରେ ଯାଜପୁର ସାଂସଦ ରବି ନାରାୟଣ ବେହେରା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ବରିଷ୍ଠ ନେତା ଆଶୁତୋଷ ପରିଡା ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।