ପଳାଶୁଣୀ ଛକରେ ସିରିଜ ଦୁର୍ଘଟଣା: ବୋଲେରୋ, କାର ଓ ପିକଅପ ଗାଡିକୁ ପଛରୁ ଧକ୍କା ଦେଲା ଟ୍ରକ
ଭୁବନେଶ୍ବର: ପଳାଶୁଣୀ ଛକରେ ଭୟଙ୍କର ସିରିଜ ଦୁର୍ଘଟଣା । ବୋଲେରୋ, କାର ଏବଂ ପିକଅପ ଗାଡିକୁ ପଛରୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୩ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତଙ୍କୁ ଉଦ୍ଧାରକରି ମେଡିକାଲରେ ଭର୍ତ୍ତି କରିଛି ପୁଲିସ । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ମଞ୍ଚେଶ୍ୱର ଥାନା ପୁଲିସ । ଦୁର୍ଘଟଣା ହେତୁ ପଳାଶୁଣୀ ଛକରେ ଦୀର୍ଘ ସମୟ ଟ୍ରାଫିକ ଜାମ ହୋଇଥିବା ସୂଚନା।