ରାଜ୍ୟରେ ଆଳୁ ସଙ୍କଟ: ସରକାରଙ୍କୁ ୨୪ ଘଣ୍ଟିଆ କଣ୍ଟ ଦେଲା ନାଗରିକ ସୁରକ୍ଷା ମଞ୍ଚ
ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ନାଗରିକ ସୁରକ୍ଷା ମଞ୍ଚର ୨୪ ଘଣ୍ଟିଆ କଣ୍ଟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଳୁ ସମସ୍ୟା ନ ତୁଟିଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିବାକୁ ଚେତାବନୀ ଦେଲା ନାଗରିକ ସୁରକ୍ଷା ମଞ୍ଚ। ଆଳୁ ପ୍ରତ୍ୟେକ ସାଧାରଣ ଲୋକଙ୍କ ଆବଶ୍ୟକତା। ମାସେ ହେଲାଣି ଏ ସରକାର ମିଛ ପ୍ରତିଶ୍ରୁତି ଦେଇଚାଲିଛନ୍ତି। ଶହେ ଟଙ୍କାରେ ତିନି କିଲୋ ଆଳୁ ଗୋଟିଏ ଦିନ ଦେଇ ରହିଗଲେ। ଗରିବ ଭାଇ […]

ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ନାଗରିକ ସୁରକ୍ଷା ମଞ୍ଚର ୨୪ ଘଣ୍ଟିଆ କଣ୍ଟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଳୁ ସମସ୍ୟା ନ ତୁଟିଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିବାକୁ ଚେତାବନୀ ଦେଲା ନାଗରିକ ସୁରକ୍ଷା ମଞ୍ଚ। ଆଳୁ ପ୍ରତ୍ୟେକ ସାଧାରଣ ଲୋକଙ୍କ ଆବଶ୍ୟକତା। ମାସେ ହେଲାଣି ଏ ସରକାର ମିଛ ପ୍ରତିଶ୍ରୁତି ଦେଇଚାଲିଛନ୍ତି। ଶହେ ଟଙ୍କାରେ ତିନି କିଲୋ ଆଳୁ ଗୋଟିଏ ଦିନ ଦେଇ ରହିଗଲେ। ଗରିବ ଭାଇ ମାନେ ପଖାଳ ଭାତ ଆଳୁ ଶିଝା ଖାଇ କାମକୁ ଯାଆନ୍ତି। ଏବେର ସରକାର ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛନ୍ତି। ଦିନେ ଅଧେ ଆଳୁ ଦେଇ ଅଫିସର ମାନେ ଫଟୋ ଉଠାଉଥିଲେ। ଏବେ ସେମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛି ନାଗରିକ ସୁରକ୍ଷା ମଞ୍ଚ ସଭାପତି କୃଷ୍ଣଚନ୍ଦ୍ର ପତି।
ସେପଟେ, ଆଳୁ ପ୍ରସଙ୍ଗକୁ ନେଇ ଓଡିଶା ବ୍ୟବସାୟୀ ମହାସଂଘର ପ୍ରତିକ୍ରିୟା ଆସିଛି। ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ୪୮ ଘଣ୍ଟିଆ କଣ୍ଟ ପରେ ବି ସେଠାକାର ସରକାର କିଛି ଶୁଣିଲେନି। ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ ବ୍ୟବସାୟୀ, ଚାଷୀ ଓ ଶୀତଳଭଣ୍ଡାର ମାଲିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି। ପଶ୍ଚିମବଙ୍ଗ ସରକାର ବ୍ୟବସାୟୀଙ୍କ କଥାକୁ ଗ୍ରହଣ କରି ନ ଥିବାରୁ ଏହି ବୈଠକ ପରେ ପଶ୍ଚିମବଙ୍ଗ ବ୍ୟବସାୟୀ ମାନେ ଆଳୁ ସମ୍ପୂର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି। ଯାହାକି ଆଜି ରାତି ସୁଦ୍ଧା ଜଣାପଡିବ ବୋଲି ଓଡିଶା ବ୍ୟବସାୟୀ ମହାସଂଘ କହିଛି।
ଆଳୁ ସମସ୍ୟା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଯେଉଁ କଥା ହୋଇଥିଲେ ସେ କଥାର କିଛି ମୂଲ୍ୟ ମିଳିଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କ କଥାକୁ ରେସପଣ୍ଡ କରି ପଶ୍ଚିମବଙ୍ଗ ସରକାର କିଛି କଲେ ନାହିଁ। ନିର୍ବାଚିତ ସରକାରର ଦାୟିତ୍ୱ ହେଉଛି ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେବା ବୋଲି କହିଲେ ଓଡିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା।ପଶ୍ଚିମବଙ୍ଗରୁ ଆଳୁ ସମ୍ପୂର୍ଣ୍ଣ ବନ୍ଦ ହେଲେ ୟୁପି, ବିହାର ଓ ପଞ୍ଜାବରୁ ଆଳୁ ଆଣିବାକୁ ବିକଳ୍ପ ଭାବେ ଚିନ୍ତା କରୁଛନ୍ତି ବ୍ୟବସାୟୀ। ବ୍ୟବସାୟୀ ମାନେ ପ୍ଲାନ ବି ରେଡି କରୁଛନ୍ତି। କିନ୍ତୁ ଏବେ ଆର୍ଥିକ ଦୃଷ୍ଟିକୋଣରୁ ନା ୟୁପିକୁ ଅଧିକ ଅର୍ଡର ଦେଇହେଉ ନାହିଁ କି ମନା କରି ହେଉନାହିଁ।
ପଶ୍ଚିମବଙ୍ଗ ଆଳୁ ପୁରା ବନ୍ଦ କଲେ ଦୁଇ ତିନି ଦିନ ପାଇଁ ରାଜ୍ୟରେ ଥିବା ଆଳୁ ଆବଶ୍ୟକତା ପୂରଣ କରିପାରିବ। ଯେତିକି ଦରକାର ବ୍ୟବସାୟୀ ମାନେ ସେତିକି କରିବେ ବୋଲି କହିଲା ଓଡିଶା ବ୍ୟବସାୟୀ ମହାସଂଘ। ଏବେ ଚୋରା ବାଟରେ ପଶ୍ଚିମବଙ୍ଗରୁ ଆସୁଥିବା ଗାଡ଼ିରେ ବହୁ କ୍ଷତି ହେଉଛି। ତେଣୁ ସେହି ଚୋରା ଗାଡି ବି ବନ୍ଦ ହୋଇଗଲେ ବ୍ୟବସାୟୀ ମାନେ ବିକଳ୍ପ ବାଟକୁ ଯିବେ ବୋଲି କହିଛି ଓଡିଶା ବ୍ୟବସାୟୀ ମହାସଂଘ।