୭ ଜିଲ୍ଲାକୁ ହିଟ୍ ୱେଭ୍ ସତର୍କତା ସହ ୩ ଜିଲ୍ଲାକୁ ଅସହ୍ୟ ଗରମ ଓ୍ବାର୍ଣ୍ଣିଂ
ଭୁବନେଶ୍ବର ୬।୪: ଖରାରେ ସିଜୁଛି ସାରା ଓଡିଶା । ତତଲା ପବନ ସାଙ୍ଗକୁ ମୁଣ୍ଡ ଫଟା ଖରାରେ ଜନଜବୀନ ଅସ୍ତବ୍ୟସ୍ତ । ଶନିବାର ପାଇଁ ୭ ଜିଲ୍ଲାକୁ ହିଟ୍ ୱେଭ୍ ସତର୍କତା ଜାରି କରାଯାଇଛି । ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ୭ଟି ଜିଲ୍ଲା ହେଲା ଅନୁଗୋଳ, ନୟାଗଡ, ବଲାଙ୍ଗିର, ମାଲକାନଗିରି, ଭଦ୍ରକ, ଗଜପତି ଓ ବୌଦ୍ଧ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି ।ସେପଟେ ୩ ଜିଲ୍ଲାକୁ ହିଟ୍ ୱେଭ୍ ସହ ଅସହ୍ୟ ଗରମ ସତର୍କତା ଜାରି କରାଯାଇଛି । ବାଲେଶ୍ବର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଦିନ ୧୧ ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ବାହାରିବାକୁ ବାରଣ କରାଯାଇଛି ।ସେପଟେ ଦିନ ୧୧ଟା ୩୦ ମିନିଟ୍ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର । ପାଣିପାଗ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ଦିନ 11ଟା 30 ମିନିଟ୍ ସୁଦ୍ଧା କେନ୍ଦୁଝରରେ ୩୮.୬ ଡିଗ୍ରୀ, ଝାରସୁଗୁଡାରେ ୩୭.୪ ଡିଗ୍ରୀ, ସମ୍ବଲପୁରରେ ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୨ ଡିଗ୍ରୀ, ହୀରାକୁଦରେ ୩୬.୯ ଡିଗ୍ରୀ, ରାଉରକେଲାରେ ୩୬.୬ ଡିଗ୍ରୀ, ଭୁବନେଶ୍ୱରରେ ୩୬.୨ଡିଗ୍ରୀ, ବାଲେଶ୍ୱରରେ ୩୬ ଡିଗ୍ରୀ, ଗୋପାଳପୁରରେ ୩୨.୨ ଡିଗ୍ରୀ, ପୁରୀରେ ୩୧.୮ ଡିଗ୍ରୀ ଏବଂ ପାରାଦ୍ୱୀପରେ ୩୧.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି ।You Can Read :ଦିନକରେ ଅଂଶୁଘାତରେ ୮ ଜଣ ଅସୁସ୍ଥ, ଅ
ଭୁବନେଶ୍ବର ୬।୪: ଖରାରେ ସିଜୁଛି ସାରା ଓଡିଶା । ତତଲା ପବନ ସାଙ୍ଗକୁ ମୁଣ୍ଡ ଫଟା ଖରାରେ ଜନଜବୀନ ଅସ୍ତବ୍ୟସ୍ତ । ଶନିବାର ପାଇଁ ୭ ଜିଲ୍ଲାକୁ ହିଟ୍ ୱେଭ୍ ସତର୍କତା ଜାରି କରାଯାଇଛି । ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ୭ଟି ଜିଲ୍ଲା ହେଲା ଅନୁଗୋଳ, ନୟାଗଡ, ବଲାଙ୍ଗିର, ମାଲକାନଗିରି, ଭଦ୍ରକ, ଗଜପତି ଓ ବୌଦ୍ଧ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି ।
ସେପଟେ ୩ ଜିଲ୍ଲାକୁ ହିଟ୍ ୱେଭ୍ ସହ ଅସହ୍ୟ ଗରମ ସତର୍କତା ଜାରି କରାଯାଇଛି । ବାଲେଶ୍ବର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଦିନ ୧୧ ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ବାହାରିବାକୁ ବାରଣ କରାଯାଇଛି ।
ସେପଟେ ଦିନ ୧୧ଟା ୩୦ ମିନିଟ୍ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ।
ପାଣିପାଗ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ଦିନ 11ଟା 30 ମିନିଟ୍ ସୁଦ୍ଧା କେନ୍ଦୁଝରରେ ୩୮.୬ ଡିଗ୍ରୀ, ଝାରସୁଗୁଡାରେ ୩୭.୪ ଡିଗ୍ରୀ, ସମ୍ବଲପୁରରେ ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୨ ଡିଗ୍ରୀ, ହୀରାକୁଦରେ ୩୬.୯ ଡିଗ୍ରୀ, ରାଉରକେଲାରେ ୩୬.୬ ଡିଗ୍ରୀ, ଭୁବନେଶ୍ୱରରେ ୩୬.୨ଡିଗ୍ରୀ, ବାଲେଶ୍ୱରରେ ୩୬ ଡିଗ୍ରୀ, ଗୋପାଳପୁରରେ ୩୨.୨ ଡିଗ୍ରୀ, ପୁରୀରେ ୩୧.୮ ଡିଗ୍ରୀ ଏବଂ ପାରାଦ୍ୱୀପରେ ୩୧.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି ।
You Can Read :
ଦିନକରେ ଅଂଶୁଘାତରେ ୮ ଜଣ ଅସୁସ୍ଥ, ଅନୁଗୋଳରୁ ସର୍ବାଧିକ ୫ ହସ୍ପିଟାଲରେ ଭର୍ତ୍ତି