ଗୃହରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ, ଗତ ବର୍ଷ ଅପେକ୍ଷା କମିଲା ମୁଣ୍ଡପିଛା ଋଣ

ଭୁବନେଶ୍ବର: ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍।ବ୍ୟୟ ମଞ୍ଜୁରୀ ବିଲ ଉପରେ ବିବୃତି ରଖି ଆଇନ ମନ୍ତ୍ରୀ କହିଛନ୍ତି ଅର୍ଥ ବଳକା ରହିବ ନାହିଁ। ଶତ ପ୍ରତିଶତ ଖର୍ଚ୍ଚ କରାଯିବ । ଅତିରିକ୍ତ ବଜେଟ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଭଳି ବିଭାଗକୁ ଗୁରୁତ୍ୱ ଦିଆଯିବ । ତତ୍କାଳୀନ ସରକାର ବଜେଟ ର ମାତ୍ର ୮୦ ପ୍ରତିଶତ ଖର୍ଚ୍ଚ କରି ପାରୁଥିଲେ । ୨୦୨୧-୨୨ ରେ ବଜେଟର ୪୬ ପ୍ରତିଶତ, ୨୦୨୨-୨୩ ରେ ୪୪ ପ୍ରତିଶତ, ୨୦୨୩-୨୪ ରେ ୪୫.୯୦ ପ୍ରତିଶତ ନଭେମ୍ବର ସୁଦ୍ଧା ଖର୍ଚ୍ଚ କରିବାରେ ସକ୍ଷମ ହୋଇଥିଲେ। ଚଳିତ ବର୍ଷ ଆମ ସରକାର ୪୩.୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । କାର୍ଯ୍ୟକ୍ରମ ବ୍ୟୟକୁ ଦେଖିଲେ ରାଜ୍ୟ ସରକାର ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ତତ୍କାଳୀନ ସରକାର ୨୩ ନଭେମ୍ବର ସୁଦ୍ଧା ୧ ଲକ୍ଷ ୭ ହଜାର ୩୩୭ କୋଟି ଖର୍ଚ୍ଚ କରିଛନ୍ତି । ପୂର୍ବ ସରକାର ରେ ଅତିରିକ୍ତ ବଜେଟ ରେ ୨୦୧୯-୨୦ ରେ ୭୪୩୩ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ୧୩୫୫୧ କୋଟି ଖର୍ଚ୍ଚ କରି ପାରି ନଥିଲେ ।ସେହିପରି ୨୦୨୦-୨୧ ରେ ୭୪୩୮କୋଟି ବ୍ୟୟ ବରାଦ କରିଥିବା ବେଳେ ୧୧,୪୭୭ କୋଟି ଟଙ୍କା ଖର୍ଚ୍ଚ କରି ପାରିନଥିଲେ । ୨୦୨୧-୨୨ରେ ୧୩୫୬୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା ବେଳେ ଫେରସ୍ତ କରିଥିଲେ ୨୨୫୩୪ କୋଟି ଟଙ୍କା । ସେହିପରି ୨୦୨୨-୨୩ ରେ ୯୨୦୦ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ୨୪୩୭୦ କୋଟି ଟଙ୍କା ଫେରସ୍ତ କର

ଗୃହରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ, ଗତ ବର୍ଷ ଅପେକ୍ଷା କମିଲା ମୁଣ୍ଡପିଛା ଋଣ

ଭୁବନେଶ୍ବର: ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍।ବ୍ୟୟ ମଞ୍ଜୁରୀ ବିଲ ଉପରେ ବିବୃତି ରଖି ଆଇନ ମନ୍ତ୍ରୀ କହିଛନ୍ତି ଅର୍ଥ ବଳକା ରହିବ ନାହିଁ। ଶତ ପ୍ରତିଶତ ଖର୍ଚ୍ଚ କରାଯିବ । ଅତିରିକ୍ତ ବଜେଟ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଭଳି ବିଭାଗକୁ ଗୁରୁତ୍ୱ ଦିଆଯିବ । ତତ୍କାଳୀନ ସରକାର ବଜେଟ ର ମାତ୍ର ୮୦ ପ୍ରତିଶତ ଖର୍ଚ୍ଚ କରି ପାରୁଥିଲେ । 

୨୦୨୧-୨୨ ରେ ବଜେଟର ୪୬ ପ୍ରତିଶତ, ୨୦୨୨-୨୩ ରେ ୪୪ ପ୍ରତିଶତ, ୨୦୨୩-୨୪ ରେ ୪୫.୯୦ ପ୍ରତିଶତ ନଭେମ୍ବର ସୁଦ୍ଧା ଖର୍ଚ୍ଚ କରିବାରେ ସକ୍ଷମ ହୋଇଥିଲେ। ଚଳିତ ବର୍ଷ ଆମ ସରକାର ୪୩.୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । 

କାର୍ଯ୍ୟକ୍ରମ ବ୍ୟୟକୁ ଦେଖିଲେ ରାଜ୍ୟ ସରକାର ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ତତ୍କାଳୀନ ସରକାର ୨୩ ନଭେମ୍ବର ସୁଦ୍ଧା ୧ ଲକ୍ଷ ୭ ହଜାର ୩୩୭ କୋଟି ଖର୍ଚ୍ଚ କରିଛନ୍ତି । ପୂର୍ବ ସରକାର ରେ ଅତିରିକ୍ତ ବଜେଟ ରେ ୨୦୧୯-୨୦ ରେ ୭୪୩୩ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ୧୩୫୫୧ କୋଟି ଖର୍ଚ୍ଚ କରି ପାରି ନଥିଲେ ।

ସେହିପରି ୨୦୨୦-୨୧ ରେ ୭୪୩୮କୋଟି ବ୍ୟୟ ବରାଦ କରିଥିବା ବେଳେ ୧୧,୪୭୭ କୋଟି ଟଙ୍କା ଖର୍ଚ୍ଚ କରି ପାରିନଥିଲେ । ୨୦୨୧-୨୨ରେ ୧୩୫୬୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା ବେଳେ ଫେରସ୍ତ କରିଥିଲେ ୨୨୫୩୪ କୋଟି ଟଙ୍କା । ସେହିପରି ୨୦୨୨-୨୩ ରେ ୯୨୦୦ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ୨୪୩୭୦ କୋଟି ଟଙ୍କା ଫେରସ୍ତ କରିଥିଲେ । ସେହିପରି ୨୦୨୩-୨୪ ରେ ୧୩୦୦୦ କୋଟି ବ୍ୟୟ ବରାଦ କରିଥିବା ବେଳେ ୨୪୦୦୦ କୋଟି ଟଙ୍କା ଫେରସ୍ତ କରିଥିଲେ । 

ବର୍ତ୍ତମାନ ମୁଣ୍ଡ ପିଛା ଋଣ ଭାର ଅକ୍ଟୋବର ୨୦୨୪ ସୁଦ୍ଧା ୨୦୧୭୭ ଟଙ୍କା ରହିଛି । ଗତ ବର୍ଷଠୁ ଏହା ୨୫୯୭ ଟଙ୍କା କମ ରହିଛି । ନଭେମ୍ବର ସୁଦ୍ଧା ରାଜସ୍ୱ ଆୟରେ ବି ବୃଦ୍ଧି ଘଟିଛି । ଉତ୍ତର ରଖିବାବେଳେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଥିଲେ ମନ୍ତ୍ରୀ ।