ହିଟ୍‌ମ୍ୟାନଙ୍କ ପାଓ୍ଵାର ଶୋ, ଗୁଜରାଟକୁ ବିଶାଳ ଟାର୍ଗେଟ୍ ଦେଲା ମୁମ୍ବାଇ

ଚଣ୍ଡିଗଡ଼: ଆଜି ଆଇପିଏଲ୍ ୨୦୨୫ର ଏଲିମିନେଟର ମ୍ୟାଚ୍‌ରେ ଗର୍ଜିଲା ରୋହିତ ଶର୍ମାଙ୍କ ବ୍ୟାଟ। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୫ ଓ୍ଵିକେଟ୍ ହରାଇ ୨୨୮ ରନର ବିଶାଳ ସ୍କୋର କରିଛି। ଦ୍ଵିତୀୟ କ୍ଵାଲିଫାୟରକୁ ଯିବା ପାଇଁ ଗୁଜରାଟ ଟାଇଟନ୍ସ ଆଗରେ ରହିଛି ୨୨୯ ରନର ବିଜୟ ଲକ୍ଷ୍ୟ। ରୋହିତ ଶର୍ମା ୮୧ ରନର ଧମାକାଦାର ଇନିଂସ ଖେଳିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୩୩ ରନ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ୨୨ ରନ କରିଛନ୍ତି। ଆଜିର ମ୍ୟାଚ୍ ଜିତିବା ଦଳ ଦ୍ଵିତୀୟ କ୍ଵାଲିଫାୟରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ। ହାରିବା ଦଳ ଆଇପିଏଲ୍ ୨୦୨୫ରୁ ବିଦାୟ ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଓପନର ରୋହିତ ଶର୍ମା ଓ ଜୋନି ବେୟାରଷ୍ଟୋ ଦମଦାର ଆରମ୍ଭ ଦେଇଥିଲେ। ରିୟାନ ରିକଲଟରଙ୍କ ସ୍ଥାନରେ ଦଳରେ ସାମିଲ ବେୟାରଷ୍ଟୋ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଓ ରୋହିତ ପ୍ରଥମ ଓ୍ଵିକେଟ୍ ପାଇଁ ୮୪ ରନ ଯୋଡ଼ିଥିଲେ। ବେୟାରଷ୍ଟୋ ୨ ବଲରୁ ୪ ଚୌକା ଓ ୩ ଛକା ସହ ୪୭ ରନ କରିଥିଲେ। ଅନ୍ୟପଟେ ରୋହିତ ମିଳି୍‌ଥିବା ଦୁଇଟି ଜୀବନ ଦାନର ଭରପୂର ଫାଇଦା ଉଠାଇଥିଲେ। ରୋହିତ ଓ ସୂର୍ଯ୍ୟକୁମାର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୯ ରନ ଯୋଡ଼ି ଦଳର ସ୍କୋରକୁ ୧୪୩ ରନରେ ପହଞ୍ଚାଇଥିଲେ। ସୂର୍ଯ୍ୟ ୩୩ ରନ କରି ଆଉଟ୍ ହୋଇଥିଲେ। ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିବା ସହ ୫୦ ବଲ୍‌ରୁ ୯ ଚୌକା ଓ ୪ ଛକା ସହ ୮୧

ହିଟ୍‌ମ୍ୟାନଙ୍କ ପାଓ୍ଵାର ଶୋ, ଗୁଜରାଟକୁ ବିଶାଳ ଟାର୍ଗେଟ୍ ଦେଲା ମୁମ୍ବାଇ

ଚଣ୍ଡିଗଡ଼: ଆଜି ଆଇପିଏଲ୍ ୨୦୨୫ର ଏଲିମିନେଟର ମ୍ୟାଚ୍‌ରେ ଗର୍ଜିଲା ରୋହିତ ଶର୍ମାଙ୍କ ବ୍ୟାଟ। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୫ ଓ୍ଵିକେଟ୍ ହରାଇ ୨୨୮ ରନର ବିଶାଳ ସ୍କୋର କରିଛି। ଦ୍ଵିତୀୟ କ୍ଵାଲିଫାୟରକୁ ଯିବା ପାଇଁ ଗୁଜରାଟ ଟାଇଟନ୍ସ ଆଗରେ ରହିଛି ୨୨୯ ରନର ବିଜୟ ଲକ୍ଷ୍ୟ। ରୋହିତ ଶର୍ମା ୮୧ ରନର ଧମାକାଦାର ଇନିଂସ ଖେଳିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୩୩ ରନ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ୨୨ ରନ କରିଛନ୍ତି। ଆଜିର ମ୍ୟାଚ୍ ଜିତିବା ଦଳ ଦ୍ଵିତୀୟ କ୍ଵାଲିଫାୟରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ। ହାରିବା ଦଳ ଆଇପିଏଲ୍ ୨୦୨୫ରୁ ବିଦାୟ ନେଇଛି। 

ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ଓପନର ରୋହିତ ଶର୍ମା ଓ ଜୋନି ବେୟାରଷ୍ଟୋ ଦମଦାର ଆରମ୍ଭ ଦେଇଥିଲେ। ରିୟାନ ରିକଲଟରଙ୍କ ସ୍ଥାନରେ ଦଳରେ ସାମିଲ ବେୟାରଷ୍ଟୋ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ଓ ରୋହିତ ପ୍ରଥମ ଓ୍ଵିକେଟ୍ ପାଇଁ ୮୪ ରନ ଯୋଡ଼ିଥିଲେ। ବେୟାରଷ୍ଟୋ ୨ ବଲରୁ ୪ ଚୌକା ଓ ୩ ଛକା ସହ ୪୭ ରନ କରିଥିଲେ। ଅନ୍ୟପଟେ ରୋହିତ ମିଳି୍‌ଥିବା ଦୁଇଟି ଜୀବନ ଦାନର ଭରପୂର ଫାଇଦା ଉଠାଇଥିଲେ। ରୋହିତ ଓ ସୂର୍ଯ୍ୟକୁମାର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୯ ରନ ଯୋଡ଼ି ଦଳର ସ୍କୋରକୁ ୧୪୩ ରନରେ ପହଞ୍ଚାଇଥିଲେ। ସୂର୍ଯ୍ୟ ୩୩ ରନ କରି ଆଉଟ୍ ହୋଇଥିଲେ। ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିବା ସହ ୫୦ ବଲ୍‌ରୁ ୯ ଚୌକା ଓ ୪ ଛକା ସହ ୮୧ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। 

ତିଳକ ବର୍ମା ଦ୍ରୁତ ବ୍ୟାଟିଂ କରି ୧୧ ବଲରୁ ୩ ଛକା ସହ ୨୫ ରନ କରିଥିଲେ। ନମନ ଧୀର ୯ ରନ କରି ପାଭିଲିୟନ ଫେରିଥିଲେ। ତେବେ ଶେଷ ଆଡ଼କୁ ମୁମ୍ବାଇର ରନ ଗତି ସାମାନ୍ୟ ମନ୍ଥର ରହିଥିଲା।  ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୯ ବଲରୁ ୨୨ ରନ କରିବାରୁ  ଶେଷରେ ମୁମ୍ବାଇ ୫ ଓ୍ଵିକେଟ୍ ହରାଇ ୨୨୮ ରନ କରିଛି।