ଆମେ ଡାକି ନାହୁଁ , ସାହିଦ ଆଫ୍ରିଦି ଓ ଉମର ଗୁଲ୍‌ ନିଜେ ଆସିଛନ୍ତି

ଦୁବାଇ : ଦୁବାଇରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜକମାନେ ପଡ଼ିଯାଇଛନ୍ତି ମୁସ୍କିଲରେ। କାରଣଟି ହେଉଛି ତାଙ୍କର କାର୍ଯ୍ୟକ୍ରମରେ ପୂର୍ବତନ ପାକିସ୍ତାନୀ କ୍ରିକେଟରମାନେ ଯୋଗ ଦେଇଥିଲେ। ସୂଚନା ଆଧାରରେ, ସାହିଦ ଆଫ୍ରିଦି ଓ ଉମର ଗୁଲଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଖୁବ୍‌ ଆଡମ୍ୱରର ସହ ସ୍ୱାଗତ କରାଯାଇ ଥିଲା। ଯାହାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି। ଭାଇରାଲ ଭିଡ଼ିଓରେ କେରଳ ସଂପ୍ରଦାୟର ଲୋକଙ୍କ ଦ୍ୱାରା ଆଫ୍ରିଦୀଙ୍କୁ ‘ ବୁମ୍‌ ବୁମ୍‌’ କହି ସ୍ୱାଗତ କରିବା ନଜର ଆସୁଛି , ଏହାପରେ ଆୟୋଜକଙ୍କୁ ସଫେଇ ଦେବାକୁ ପଡ଼ିଛି।ଆସନ୍ତୁ ଜାଣିବା ପୂରା ମାମଲାଟି କଣ ?‘ଓରାମଚୁଭଡୁକଲ ସିଜନ-୨’ ନାମକ ଏକ ଅନ୍ତଃକଲେଜ ନୃତ୍ୟ ପ୍ରତିଯୋଗିତା ୨୫ ମେ’ରେ ପାକିସ୍ତାନ ଆସୋସିଏସନ ଦୁବାଇ ( ପିଏଡି)ରେ  ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୋଚିନ ୟୁନିଭର୍ସିଟି ବି.ଟେକ୍ ଏଲୁମନାଇ ଆସୋସିଏସନ (ସିୟୁବିଏଏ) ଦ୍ୱାରା ଆୟୋଜନ କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ସାହିଦ୍‌ ଆଫ୍ରିଦି ଓ ଉମର ଗୁଲଙ୍କ ପହଞ୍ଚିବାର ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ଦର୍ଶକ ତାଙ୍କୁ ଦେଖି ତାଳି ବଜାଉ ଥିଲେ ଏବଂ ବୁମ୍‌ ବୁମ୍‌ ନାରା ଲଗାଉ ଥିଲେ। ଏହି ଭିଡ଼ିଓ ଭାଇରାଲ ହେବା କ୍ଷଣି ସୋସିଆଲ ମିଡ଼ିଆରେ ଲୋକେ କଡ଼ା ବିରୋଧ କରିଛନ୍ତି , ବିଶେଷକରି ଏହି କଥାକୁ ନେଇ କାର୍ଯ୍ୟକ୍ରମ ବେଳେ ଆଫ୍ରିଦିଙ୍କୁ ସମ୍ମାନ ଦିଆ ଯାଇଛି , ଯାହାକି ନିକଟରେ ସେ ପହଲଗାମ ଆତଙ୍କବାଦ

ଆମେ ଡାକି ନାହୁଁ , ସାହିଦ ଆଫ୍ରିଦି ଓ ଉମର ଗୁଲ୍‌ ନିଜେ ଆସିଛନ୍ତି

ଦୁବାଇ : ଦୁବାଇରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜକମାନେ ପଡ଼ିଯାଇଛନ୍ତି ମୁସ୍କିଲରେ। କାରଣଟି ହେଉଛି ତାଙ୍କର କାର୍ଯ୍ୟକ୍ରମରେ ପୂର୍ବତନ ପାକିସ୍ତାନୀ କ୍ରିକେଟରମାନେ ଯୋଗ ଦେଇଥିଲେ। ସୂଚନା ଆଧାରରେ, ସାହିଦ ଆଫ୍ରିଦି ଓ ଉମର ଗୁଲଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଖୁବ୍‌ ଆଡମ୍ୱରର ସହ ସ୍ୱାଗତ କରାଯାଇ ଥିଲା। ଯାହାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିଛି। ଭାଇରାଲ ଭିଡ଼ିଓରେ କେରଳ ସଂପ୍ରଦାୟର ଲୋକଙ୍କ ଦ୍ୱାରା ଆଫ୍ରିଦୀଙ୍କୁ ‘ ବୁମ୍‌ ବୁମ୍‌’ କହି ସ୍ୱାଗତ କରିବା ନଜର ଆସୁଛି , ଏହାପରେ ଆୟୋଜକଙ୍କୁ ସଫେଇ ଦେବାକୁ ପଡ଼ିଛି।

ଆସନ୍ତୁ ଜାଣିବା ପୂରା ମାମଲାଟି କଣ ?

‘ଓରାମଚୁଭଡୁକଲ ସିଜନ-୨’ ନାମକ ଏକ ଅନ୍ତଃକଲେଜ ନୃତ୍ୟ ପ୍ରତିଯୋଗିତା ୨୫ ମେ’ରେ ପାକିସ୍ତାନ ଆସୋସିଏସନ ଦୁବାଇ ( ପିଏଡି)ରେ  ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୋଚିନ ୟୁନିଭର୍ସିଟି ବି.ଟେକ୍ ଏଲୁମନାଇ ଆସୋସିଏସନ (ସିୟୁବିଏଏ) ଦ୍ୱାରା ଆୟୋଜନ କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ସାହିଦ୍‌ ଆଫ୍ରିଦି ଓ ଉମର ଗୁଲଙ୍କ ପହଞ୍ଚିବାର ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ଦର୍ଶକ ତାଙ୍କୁ ଦେଖି ତାଳି ବଜାଉ ଥିଲେ ଏବଂ ବୁମ୍‌ ବୁମ୍‌ ନାରା ଲଗାଉ ଥିଲେ। ଏହି ଭିଡ଼ିଓ ଭାଇରାଲ ହେବା କ୍ଷଣି ସୋସିଆଲ ମିଡ଼ିଆରେ ଲୋକେ କଡ଼ା ବିରୋଧ କରିଛନ୍ତି , ବିଶେଷକରି ଏହି କଥାକୁ ନେଇ କାର୍ଯ୍ୟକ୍ରମ ବେଳେ ଆଫ୍ରିଦିଙ୍କୁ ସମ୍ମାନ ଦିଆ ଯାଇଛି , ଯାହାକି ନିକଟରେ ସେ ପହଲଗାମ ଆତଙ୍କବାଦୀ ହମଲାରେ ଭାରତ ବିରୋଧୀ ବୟାନ ଦେଇଥିଲେ।

ଆୟୋଜକ ଦେଲେ ସଫେଇ – 

ବିବାଦ ପରେ ସିୟୁବିଏଏ ଏକ ଅଫିସିଆଲି ବିବୃତ୍ତି ଜାରି କରିଛି ଯେ , ସାହିଦ ଆଫ୍ରିଦି ଓ ଉମର ଗୁଲଙ୍କୁ ସେ ନିମନ୍ତ୍ରଣ କରି ନଥିଲେ। ବୟାନରେ କୁହାଗଲା , ଆମର କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ସଂପୂର୍ଣ୍ଣ ରୂପେ ଯୋଜନାବଦ୍ଧ ଓ ପୂର୍ବ ସୂଚନା ବିନା ଥିଲା। ଏହି ଦିନ ପିଏଡିରେ ଆଉ ଏକ କାର୍ଯ୍ୟକ୍ରମ –ଗିନିଜ୍‌ ୱାର୍ଲ୍ଡ ରେକର୍ଡ୍ସ ପାଇଁ ହ୍ୟାଣ୍ଡପ୍ରିଣ୍ଟରେ ନିର୍ମିତ ସବୁଠୁ ବଡ଼ ୟୁଏଇ ପତାକା – ମଧ୍ୟ ଆୟୋଜିତ କରାଯାଉ ଥିଲା, ଯେଉଁଥିରେ ସେ ସାମିଲ ହେବାକୁ ଆସି ଥିଲେ। ସିୟୁବିଏଏ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ପ୍ୟାଡ୍‌ ର ବୁକିଂ ୫ ଅପ୍ରେଲରେ କରାଯାଇ ଥିଲା। ଯେବେ ଭାରତ-ପାକିସ୍ତାନ ମଧ୍ୟରେ କୌଣସି କୂଟନୀତିକ ବିବାଦ ନଥିଲା। ବୟାନରେ କୁହାଯାଇଛି, ଗତ ବର୍ଷ ପରି ଏହିଥର ମଧ୍ୟ  ଖର୍ଚ୍ଚକୁ ଦେଖି ଆମେ ଏହି ସ୍ଥାନ ବାଛି ଥିଲୁ ଏବଂ ଶେଷ ସମୟରେ ସ୍ଥାନ ବଦଳାଇବା ସମ୍ଭବ ନଥିଲା। 

ଆୟୋଜକମାନେ କହିଛନ୍ତି ଯେ , ଆଫ୍ରିଦି ଓ ଗୁଲ୍‌ କାର୍ଯ୍ୟକ୍ରମର ଶେଷରେ ହଠାତ୍‌ ମଞ୍ଚରେ ପହଞ୍ଚିବା ଏବଂ ଏତେ କମ୍‌ ସମୟରେ ତାଙ୍କୁ ରୋକିବା ବା ଦର୍ଶକଙ୍କ ପ୍ରତିକ୍ରିୟାକୁ ନିୟନ୍ତ୍ରିତ କରିବା ସମ୍ଭବ ନଥିଲା। ସେ କହିଛନ୍ତି , ଆମ ଦ୍ୱାରା ହୋଇଥିବା ଭୁଲ ଓ କାହାକୁ ଆଘାତ ଦେବା ନେଇ ଆମେ ଦୁଃଖିତ । ଆମେ ଭାରତର ସାଂସ୍କୃତିକ ଓ ସମାବେଶୀ ମୂଲ୍ୟ ପ୍ରତି ପ୍ରତିବଦ୍ଧ ଏବଂ ଏହା ଆମର ଉଦ୍ଦେଶ୍ୟ ନଥିଲା ଯେ କାହାକୁ ମଧ୍ୟ ଅପମାନିତ ଅନୁଭବ ହେଉ।


ଏହା ପ୍ରଥମ ଥର ନୁହେଁ ,ଯେବେ ସାହିଦ୍‌ ଆଫ୍ରିଦି ଓ ଉମର ଗୁଲ୍‌ ବିବାଦ ଘେରକୁ ଆସିଛନ୍ତି। ୨୦୨୩ରେ , ଉଭୟ କ୍ରେକେଟର ତାଙ୍କର ପୂର୍ବତନ ସାଥି ଅବଦୁଲ ରଜ୍ଜାକ୍‌ଙ୍କ ଦ୍ୱାରା ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ କରାଯାଇ ଥିବା ଆପତ୍ତିଜନକ ଟିପ୍ପଣୀର ସମର୍ଥନରେ ତାଳି ବଜାଇବା ନେଇ ସମାଲୋଚିତ ହୋଇଥିଲେ। ଏହି ସମୟରେ , ଉମର ଗୁଲ୍ ଏକ୍ସ ରେ ସଫେଇ ଦେଇଥିଲେ ଯେ, ତାଙ୍କର ତାଳି ବ୍ୟଙ୍ଗାତ୍ମକ ଥିଲା ଏବଂ ସେ ରଜ୍ଜାକଙ୍କର ଟିପ୍ପଣୀର ସମର୍ଥନ କରନ୍ତି ନାହିଁ। ଆଫ୍ରିଦି ମଧ୍ୟ ଏହି ମାମଲାରେ ନିଜକୁ ଅଲଗା କରି କହିଥିଲେ ଯେ , ସେ ରଜ୍ଜାକଙ୍କୁ କ୍ଷମା ମାଗିବା ପାଇଁ କହିବେ। 

ସୋସିଆଲ ମିଡ଼ିଆରେ ଲୋକେ ଭିଡ଼ିଓରେ କଡ଼ା ପ୍ରତିକ୍ରିୟା ଦେଇଥିଲେ। ଜଣେ ୟୁଜର ଲେଖିଛନ୍ତି ,ଦେଶଭକ୍ତିକୁ ଛକ୍କା ମାରି ପଠାଇ ଦେଲେ ... କେରଳ ସଂପ୍ରଦାୟ ଠାରୁ ଏହା ଠାରୁ ଭଲ ଆଶା ଥିଲା। ଆଉ ଜଣେ ଲେଖିଛନ୍ତି , ଏତେ ବିଶ୍ୱାସଘାତକ କିଏ କେବେ ହୋଇ ପାରେ ... ଶିକ୍ଷିତଙ୍କ ଠାରୁ ଶିଖିବା ଆବଶ୍ୟକ ? ଲଜ୍ଜାଜନକ ।