ଟାରିଫକୁ ନେଇ ଆମେରିକା-ଚୀନ୍ ମଧ୍ୟରେ ଡିଲ୍, ଜାଣନ୍ତୁ କେଉଁ ସବୁ ପ୍ରସଙ୍ଗରେ ହେଲା ସହମତି
ୱାସିଂଟନ ୧୧।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ଚୀନ୍ ସହିତ ବ୍ୟବସାୟ ନେଇ ‘ଡିଲ’ ହୋଇଯାଇଛି। ଏହି ଡିଲ ମୁତାବକ ଚୀନ୍ ମ୍ୟାଗନେଟ୍ ସମେତ ଦୁର୍ଲଭ ଖଣିଜ ସମ୍ପଦ ଆମେରିକାକୁ ଯୋଗାଣ କରିବ। ଏହା ବଦଳେ ଆମେରିକା ଚୀନ୍ ନାଗରିକଙ୍କୁ ନିଜର କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଆଡମିସନ ଦେବ। ଟାରିଫକୁ ନେଇ ପାଖାପାଖି ୨ ମାସ ଧରି ଗତିରୋଧ ଜାରି ରହିବା ପରେ ଟ୍ରମ୍ପ ଦୁଇ ଦେଶଙ୍କ ସମ୍ପର୍କକୁ ଉଲ୍ଲେଖନୀୟ ବୋଲି କହିଛନ୍ତି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସାଲ’ରେ ଟ୍ରମ୍ପ କହିଛନ୍ତି ଯେ ଆମକୁ ମୋଟ ୫୫% ଟାରିଫ ମିଳୁଛି, ଅନ୍ୟପଟେ ଚୀନକୁ ୧୦% ଟାରିଫ ମିଳିବ। ଏହି ସମ୍ପର୍କ ବେଶ୍ ଉଲ୍ଲେଖନୀୟ। ତେବେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଏହି ଡିଲକୁ ତାଙ୍କର ଓ ଚୀନ୍ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଯାଇ ପକ୍କା ମନେ କରାଯିବ। ତେବେ ଏକ ଅନ୍ତର୍ଜାତୀୟ ମାନବାଧିକାର ସମୂହ ବୁଧବାର କହିଛି ଯେ ଅନେକ ବୈଶ୍ୱିକ ବ୍ରାଣ୍ଡ ସେହି କମ୍ପାନୀଙ୍କ ମଧ୍ୟରେ ସାମିଲ ଯେଉଁମାନେ ଚୀନ୍ ଯୋଗାଣ ଶୃଙ୍ଖଳା ମାଧ୍ୟମରେ ଜୋରଜବରଦସ୍ତ ଶ୍ରମର ଉପଯୋଗ ପାଇଁ ବାଧ୍ୟ। କାରଣ ଚୀନର ସୁଦୂର ପଶ୍ଚିମ ଶିନଜିୟାଙ୍ଗ କ୍ଷେତ୍ରରୁ ସେମାନେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଉପଯୋଗ କରନ୍ତି ନଚେତ ଖଣିଜ ଆଧାରିତ ଉତ୍ପାଦ କ୍ରୟ କରନ୍ତି। ତେବେ ଏହା ପୂର୍ବରୁ ଆମେରିକା ଓ ଚୀନର ବାର୍ତ୍ତାକାରଙ୍କ ଏକ ସମୂହ ସେମାନଙ୍କ ବା
ୱାସିଂଟନ ୧୧।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ଚୀନ୍ ସହିତ ବ୍ୟବସାୟ ନେଇ ‘ଡିଲ’ ହୋଇଯାଇଛି। ଏହି ଡିଲ ମୁତାବକ ଚୀନ୍ ମ୍ୟାଗନେଟ୍ ସମେତ ଦୁର୍ଲଭ ଖଣିଜ ସମ୍ପଦ ଆମେରିକାକୁ ଯୋଗାଣ କରିବ। ଏହା ବଦଳେ ଆମେରିକା ଚୀନ୍ ନାଗରିକଙ୍କୁ ନିଜର କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଆଡମିସନ ଦେବ। ଟାରିଫକୁ ନେଇ ପାଖାପାଖି ୨ ମାସ ଧରି ଗତିରୋଧ ଜାରି ରହିବା ପରେ ଟ୍ରମ୍ପ ଦୁଇ ଦେଶଙ୍କ ସମ୍ପର୍କକୁ ଉଲ୍ଲେଖନୀୟ ବୋଲି କହିଛନ୍ତି।
ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସାଲ’ରେ ଟ୍ରମ୍ପ କହିଛନ୍ତି ଯେ ଆମକୁ ମୋଟ ୫୫% ଟାରିଫ ମିଳୁଛି, ଅନ୍ୟପଟେ ଚୀନକୁ ୧୦% ଟାରିଫ ମିଳିବ। ଏହି ସମ୍ପର୍କ ବେଶ୍ ଉଲ୍ଲେଖନୀୟ। ତେବେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଏହି ଡିଲକୁ ତାଙ୍କର ଓ ଚୀନ୍ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଯାଇ ପକ୍କା ମନେ କରାଯିବ। ତେବେ ଏକ ଅନ୍ତର୍ଜାତୀୟ ମାନବାଧିକାର ସମୂହ ବୁଧବାର କହିଛି ଯେ ଅନେକ ବୈଶ୍ୱିକ ବ୍ରାଣ୍ଡ ସେହି କମ୍ପାନୀଙ୍କ ମଧ୍ୟରେ ସାମିଲ ଯେଉଁମାନେ ଚୀନ୍ ଯୋଗାଣ ଶୃଙ୍ଖଳା ମାଧ୍ୟମରେ ଜୋରଜବରଦସ୍ତ ଶ୍ରମର ଉପଯୋଗ ପାଇଁ ବାଧ୍ୟ।

କାରଣ ଚୀନର ସୁଦୂର ପଶ୍ଚିମ ଶିନଜିୟାଙ୍ଗ କ୍ଷେତ୍ରରୁ ସେମାନେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଉପଯୋଗ କରନ୍ତି ନଚେତ ଖଣିଜ ଆଧାରିତ ଉତ୍ପାଦ କ୍ରୟ କରନ୍ତି। ତେବେ ଏହା ପୂର୍ବରୁ ଆମେରିକା ଓ ଚୀନର ବାର୍ତ୍ତାକାରଙ୍କ ଏକ ସମୂହ ସେମାନଙ୍କ ବାଣିଜ୍ୟିକ ବାର୍ତ୍ତାକୁ ରାସ୍ତାକୁ ଆଣିବା ପାଇଁ ରୂପରେଖ ଉପରେ ସିଦ୍ଧାନ୍ତ କରିବାକୁ ସହମତି ଘୋଷଣା କରିଛନ୍ତି। ଏହି ଘୋଷଣା ବ୍ରିଟେନ ରାଜଧାନୀ ଲଣ୍ଡନରେ ଦୁଇ ଦିନିଆ ବାର୍ତ୍ତା ଶେଷରେ କରାଯାଇଛି। ଏହି ବାର୍ତ୍ତା ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସମାପ୍ତ ହୋଇଥିଲା।
ଦୁଇଦିନ ଧରି ଚାଲିଥିବା ବୈଠକ ଖଣିଜ ଓ ପ୍ରଯୁକ୍ତି ରପ୍ତାନୀ ଉପରେ ଥିବା ବିବାଦର ସମାଧାନ ନିମନ୍ତେ ଉପାୟ ଖୋଜିବା ଉପରେ କେନ୍ଦ୍ରିତ ଥିଲା। ତେବେ ବଡ଼ ବାଣିଜ୍ୟ ନେଇ ଆମେରିକା ଓ ଚୀନ ମଧ୍ୟରେ ଥିବା ଅଧିଶେଷ ଉପରେ ଅଧିକ ମତପାର୍ଥକ୍ୟ ଉପରେ କୌଣସି ସହମତି ହୋଇଛି କି ନାହିଁ ତାହା କିନ୍ତୁ ସ୍ପଷ୍ଟ ହୋଇ ନାହିଁ।