ନ୍ୟୁଜିଲାଣ୍ଡ ସିରିଜ୍ ଭିତରେ ବାପା ହେଲେ ଏହି ଖେଳାଳି, ଘରକୁ ଆସିଲେ ନୂଆ ଅତିଥୀ
ନୂଆଦିଲ୍ଲୀ ୨୨/୧୦: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ବାପା ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି । ଏହି ଖେଳାଳି ଗତ ବର୍ଷ କାଶ୍ମୀରୀ ଝିଅକୁ ବିବାହ କରିଥିଲେ। ଏବେ ଖେଳାଳି ଜଣଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଟିମ୍ ଇଣ୍ଡିଆ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ୨୪ ଅକ୍ଟୋବରରୁ ଖେଳାଯିବ । ଏହି ସମୟରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟରଙ୍କୁ ନେଇ ଆସିଛି ବଡ ଅପଡେଟ୍ । ଦଳର ଯୁବ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନ ବାପା ହୋଇଛନ୍ତି । ସରଫରାଜ ଖାନଙ୍କ ପତ୍ନୀ ରୋମାନା ଜାହୋର ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏହି ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି ସରଫରାଜ ଏହି ସୂଚନା ଦେଇଛନ୍ତି।ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ସରଫରାଜ ଖାନ ଟିମ୍ ଇଣ୍ଡିଆର ଏକ ଅଂଶ। ଏହି ସିରିଜ୍ ମଧ୍ୟରେ ତାଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର ଆସିଛି । ଏବେ ତାଙ୍କ ଖୁସି ପୁରା ଡବଲ । କାରଣ ପୂର୍ବରୁ ପ୍ରଥମ ମ୍ୟାଚ୍ରେ ସେ ଡେବ୍ୟୁରେ ଶତକୀୟ ପାଳି ଖେଳିଥିଲେ । ସରଫରାଜ ଖାନ ତାଙ୍କ ଇନଷ୍ଟାଗ୍ରାମର କାହାଣୀରେ ତାଙ୍କ ପୁଅର ଫଟୋ ସେୟାର କରିଛନ୍ତି ଏବଂ ଲେଖିଛନ୍ତି, 'ITS A BOY' ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସରଫରାଜ ପ୍ରଥମ ଦେଖାରେ ରୋମାନାଙ୍କୁ
ନୂଆଦିଲ୍ଲୀ ୨୨/୧୦: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ବାପା ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି । ଏହି ଖେଳାଳି ଗତ ବର୍ଷ କାଶ୍ମୀରୀ ଝିଅକୁ ବିବାହ କରିଥିଲେ। ଏବେ ଖେଳାଳି ଜଣଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି ।
ଟିମ୍ ଇଣ୍ଡିଆ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ୨୪ ଅକ୍ଟୋବରରୁ ଖେଳାଯିବ । ଏହି ସମୟରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟରଙ୍କୁ ନେଇ ଆସିଛି ବଡ ଅପଡେଟ୍ । ଦଳର ଯୁବ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନ ବାପା ହୋଇଛନ୍ତି । ସରଫରାଜ ଖାନଙ୍କ ପତ୍ନୀ ରୋମାନା ଜାହୋର ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏହି ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରି ସରଫରାଜ ଏହି ସୂଚନା ଦେଇଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ସରଫରାଜ ଖାନ ଟିମ୍ ଇଣ୍ଡିଆର ଏକ ଅଂଶ। ଏହି ସିରିଜ୍ ମଧ୍ୟରେ ତାଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର ଆସିଛି । ଏବେ ତାଙ୍କ ଖୁସି ପୁରା ଡବଲ । କାରଣ ପୂର୍ବରୁ ପ୍ରଥମ ମ୍ୟାଚ୍ରେ ସେ ଡେବ୍ୟୁରେ ଶତକୀୟ ପାଳି ଖେଳିଥିଲେ ।
ସରଫରାଜ ଖାନ ତାଙ୍କ ଇନଷ୍ଟାଗ୍ରାମର କାହାଣୀରେ ତାଙ୍କ ପୁଅର ଫଟୋ ସେୟାର କରିଛନ୍ତି ଏବଂ ଲେଖିଛନ୍ତି, 'ITS A BOY' ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସରଫରାଜ ପ୍ରଥମ ଦେଖାରେ ରୋମାନାଙ୍କୁ ଭଲ ପାଇଥିଲେ । ଏହା ପରେ ସରଫରାଜ ରୋମାନାଙ୍କୁ ବିବାହ କରିବା ବିଷୟରେ ତାଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ । ପରେ ସଂପର୍କ ଆଗକୁ ବଢିଥିଲା ।