ଅଙ୍ଗନବାଡ଼ି କେନ୍ଦ୍ରକୁ ଜଳ ଯୋଗାଣ ଦାବି, ୯ ବର୍ଷ ହେଲା ପିଲାଙ୍କୁ ମିଳୁନି ପିଇବା ପାଣି

ଆନନ୍ଦପୁର: ନଅ ବର୍ଷ ହେବ ଗାଁରେ ଖୋଲିଲାଣି ଅଙ୍ଗନବାଡ଼ି କେନ୍ଦ୍ର। ହେଲେ ଆଜି ପର୍ଯ୍ୟନ୍ତ କିନ୍ତୁ ପାନୀୟ ଜଳର ସୁବିଧା ହୋଇପାରିନାହିଁ। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୁନି କୁନି ପିଲା। ଏମିତିକି ପିଲାମାନଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟ ପ୍ରସ୍ତୁତ କରିବାରେ ମଧ୍ୟ ଖୁବ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ବସନ୍ତପୁରା ଦଲକି ସାହିଠାରେ । ଏଠାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଦୀର୍ଘ ୯ ବର୍ଷ ତଳୁ ଆରମ୍ଭ ହୋଇଥିଲେବି, ଏପର୍ଯ୍ୟନ୍ତ ପିଲାଙ୍କୁ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ମିଳିପାରିନାହିଁ।ତେଣୁ ସମସ୍ୟାର ଯଥାଶୀଘ୍ର ସମାଧାନ କରିବାକୁ ସାଧାରଣରେ ଦାବି ଉଠିଥିବାବେଳେ, ସୋମବାର ଗ୍ରାମର ମହିଳାମାନେ ଅଙ୍ଗନବାଡ଼ି ଠାରେ ନଳକୂପ ସ୍ଥାପନ ପାଇଁ ବିଡିଓଙ୍କ ନିକଟରେ ଦାବି ଜଣାଇଛନ୍ତି। ଖୁବ୍‌ଶୀଘ୍ର ଏଦିଗରେ ପଦକ୍ଷପ ନେବାକୁ ବିଡିଓ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ।

ଅଙ୍ଗନବାଡ଼ି କେନ୍ଦ୍ରକୁ ଜଳ ଯୋଗାଣ ଦାବି, ୯ ବର୍ଷ ହେଲା ପିଲାଙ୍କୁ ମିଳୁନି ପିଇବା ପାଣି

ଆନନ୍ଦପୁର: ନଅ ବର୍ଷ ହେବ ଗାଁରେ ଖୋଲିଲାଣି ଅଙ୍ଗନବାଡ଼ି କେନ୍ଦ୍ର। ହେଲେ ଆଜି ପର୍ଯ୍ୟନ୍ତ କିନ୍ତୁ ପାନୀୟ ଜଳର ସୁବିଧା ହୋଇପାରିନାହିଁ। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୁନି କୁନି ପିଲା। ଏମିତିକି ପିଲାମାନଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟ ପ୍ରସ୍ତୁତ କରିବାରେ ମଧ୍ୟ ଖୁବ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ବସନ୍ତପୁରା ଦଲକି ସାହିଠାରେ । ଏଠାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ଦୀର୍ଘ ୯ ବର୍ଷ ତଳୁ ଆରମ୍ଭ ହୋଇଥିଲେବି, ଏପର୍ଯ୍ୟନ୍ତ ପିଲାଙ୍କୁ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ମିଳିପାରିନାହିଁ।

ତେଣୁ ସମସ୍ୟାର ଯଥାଶୀଘ୍ର ସମାଧାନ କରିବାକୁ ସାଧାରଣରେ ଦାବି ଉଠିଥିବାବେଳେ, ସୋମବାର ଗ୍ରାମର ମହିଳାମାନେ ଅଙ୍ଗନବାଡ଼ି ଠାରେ ନଳକୂପ ସ୍ଥାପନ ପାଇଁ ବିଡିଓଙ୍କ ନିକଟରେ ଦାବି ଜଣାଇଛନ୍ତି। ଖୁବ୍‌ଶୀଘ୍ର ଏଦିଗରେ ପଦକ୍ଷପ ନେବାକୁ ବିଡିଓ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ।