ଆମେ ତତ୍କାଳ ଯୁଦ୍ଧ ବିରତି ପାଇଁ ପ୍ରସ୍ତୁତ...ୟୁକ୍ରେନ ସାମନାରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଦୁଇଟି ସର୍ତ୍ତ
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଢେଇ ବର୍ଷରୁ ଚାଲିଥିବା ୟୁକ୍ରେନ ଯୁଦ୍ଧକୁ ତତ୍କାଳ ରୋକିବା ଏବଂ ଯୁଦ୍ଧବିରତି ନେଇ ଘୋଷଣା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ, ସେ ଏଥିପାଇଁ ୟୁକ୍ରେନ ସାମନାରେ ଦୁଇଟି ସର୍ତ୍ତ ରଖିଛନ୍ତି । ଶୁକ୍ରବାର ପୁଟିନ କହିଛନ୍ତି ଯେ ଯଦି କିଭ୍ ରୁଷ କବଜାରେ ଥିବା ୟୁକ୍ରେନ କ୍ଷେତ୍ରରୁ ନିଜ ସୈନିକଙ୍କୁ ଫେରାଇ ଆଣେ ଏବଂ ନାଟୋରେ ସାମିଲ ହେବା ଯୋଜନାରୁ ଓହରେ ତେବେ ଆମେ ୟୁକ୍ରେନରେ ତତ୍କାଳ ଯୁଦ୍ଧବିରତି ନେଇ ପ୍ରତିଶ୍ରୁତି ଦେଉଛୁ । ସମାଚାର ଏଜେନ୍ସି ଆସୋସିଏଟ୍ ପ୍ରେସ୍ ଏହି ଖବର ଦେଇଛି ।ରୁଷ ରାଷ୍ଟ୍ରପତି ପୁଟିନ ମସ୍କୋରେ ବିଦେଶ ମନ୍ତ୍ରଣାଳୟର ଏକ ବୈଠକକୁ ସମ୍ୱୋଧିତ କରି ଏହି ଘୋଷଣା କରିଛନ୍ତି । ତାଙ୍କର ଏହି ବୟାନ ଏପରି ଏକ ସମୟରେ ଆସିଛି, ଯେତେବେଳେ ଇଟାଲୀରେ ଜି-7ର ଗୁରୁତ୍ୱପୂର୍ଣ୍ଣ ବୈଠକ ହେଉଛି । ୭୧ ବର୍ଷୀୟ ପୁଟିନ ସ୍ୱିଜରଲାଣ୍ଡରେ ଆୟୋଜିତ ହେବାକୁ ଥିବା ସେହି ଶିଖର ସମ୍ମିଳନୀର ପୂର୍ବ ସଂଧ୍ୟାରେ ଏହି ବୟାନ ଦେଇଛନ୍ତି, ଯେଉଁଠି ୯୦ରୁ ଅଧିକ ଦେଶ ସଂଗଠନ ୟୁକ୍ରେନରେ ଶାନ୍ତି ଫେରାଇବା ଦିଗରେ ସମ୍ଭାବିତ ମାର୍ଗ ଉପରେ ଚର୍ଚ୍ଚ କରିପାରନ୍ତି ।ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଇଟାଲୀର ଅପୁଲିଆ କ୍ଷେତ୍ରରେ ଜି-7 ଶିଖର ସମ୍ମିଳନୀ ବାହାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି । କୁହାଯାଉଛି ଯେ ଜେଲେନସ୍
ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଢେଇ ବର୍ଷରୁ ଚାଲିଥିବା ୟୁକ୍ରେନ ଯୁଦ୍ଧକୁ ତତ୍କାଳ ରୋକିବା ଏବଂ ଯୁଦ୍ଧବିରତି ନେଇ ଘୋଷଣା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ, ସେ ଏଥିପାଇଁ ୟୁକ୍ରେନ ସାମନାରେ ଦୁଇଟି ସର୍ତ୍ତ ରଖିଛନ୍ତି । ଶୁକ୍ରବାର ପୁଟିନ କହିଛନ୍ତି ଯେ ଯଦି କିଭ୍ ରୁଷ କବଜାରେ ଥିବା ୟୁକ୍ରେନ କ୍ଷେତ୍ରରୁ ନିଜ ସୈନିକଙ୍କୁ ଫେରାଇ ଆଣେ ଏବଂ ନାଟୋରେ ସାମିଲ ହେବା ଯୋଜନାରୁ ଓହରେ ତେବେ ଆମେ ୟୁକ୍ରେନରେ ତତ୍କାଳ ଯୁଦ୍ଧବିରତି ନେଇ ପ୍ରତିଶ୍ରୁତି ଦେଉଛୁ । ସମାଚାର ଏଜେନ୍ସି ଆସୋସିଏଟ୍ ପ୍ରେସ୍ ଏହି ଖବର ଦେଇଛି ।
ରୁଷ ରାଷ୍ଟ୍ରପତି ପୁଟିନ ମସ୍କୋରେ ବିଦେଶ ମନ୍ତ୍ରଣାଳୟର ଏକ ବୈଠକକୁ ସମ୍ୱୋଧିତ କରି ଏହି ଘୋଷଣା କରିଛନ୍ତି । ତାଙ୍କର ଏହି ବୟାନ ଏପରି ଏକ ସମୟରେ ଆସିଛି, ଯେତେବେଳେ ଇଟାଲୀରେ ଜି-7ର ଗୁରୁତ୍ୱପୂର୍ଣ୍ଣ ବୈଠକ ହେଉଛି । ୭୧ ବର୍ଷୀୟ ପୁଟିନ ସ୍ୱିଜରଲାଣ୍ଡରେ ଆୟୋଜିତ ହେବାକୁ ଥିବା ସେହି ଶିଖର ସମ୍ମିଳନୀର ପୂର୍ବ ସଂଧ୍ୟାରେ ଏହି ବୟାନ ଦେଇଛନ୍ତି, ଯେଉଁଠି ୯୦ରୁ ଅଧିକ ଦେଶ ସଂଗଠନ ୟୁକ୍ରେନରେ ଶାନ୍ତି ଫେରାଇବା ଦିଗରେ ସମ୍ଭାବିତ ମାର୍ଗ ଉପରେ ଚର୍ଚ୍ଚ କରିପାରନ୍ତି ।
ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଇଟାଲୀର ଅପୁଲିଆ କ୍ଷେତ୍ରରେ ଜି-7 ଶିଖର ସମ୍ମିଳନୀ ବାହାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି । କୁହାଯାଉଛି ଯେ ଜେଲେନସ୍କି ପିଏମ୍ ମୋଦୀଙ୍କୁ ରୁଷ-ୟୁକ୍ରେନ ସଂଘର୍ଷର ବିଭିନ୍ନ ଦିଗ ଉପରେ ସୂଚନା ଦେଇଛନ୍ତି । ପିଏମ୍ ମୋଦୀ ଗତ ବର୍ଷ ମେ ମାସରେ ମଧ୍ୟ ହିରୋଶିମାରେ ଆୟୋଜିତ ଜି-7 ଶିଖର ସମ୍ମିଳନୀ ବାହାରେ ଜେଲେନସ୍କିଙ୍କ ସହ କଥା ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଭାରତ ସବୁବେଳେ କହି ଆସିଛି ଯେ ୟୁକ୍ରେନରେ ଜାରି ସଂଘର୍ଷକୁ ଆଲୋଚନା ଏବଂ କୂଟନୀତି ଜରିଆରେ ସମାଧାନ କରାଯିବା ଦରକାର ।