ଚିନି ନା ଲୁଣ କାହା ସହ ଖାଇବେ ଦହି, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ ୨୧।୦୪: ଦୈନନ୍ଦିନ ଜୀବନରେ ଦହିର ଚାହିଦା ଖୁବ୍ ଅଧିକ । ଖାସ୍ କରି ଗ୍ରୀଷ୍ମ ଋତୁରେ ରହିଥାଏ ଏହା ଖୁବ୍ ଡିମାଣ୍ଡ । ଅନେକ ଲୋକ ଲୋକ ଚିନି ସହିତ ଦହି ଖାଇବାକୁ ଭଲ ପାଆନ୍ତି ତ ଆଉ କିଛି ଲୁଣ ସହିତ । କିଛି ଏପରି ଅଛନ୍ତି ଯିଏକି ଖାଲି ଦହି ଖାଇଥାନ୍ତି । କିନ୍ତୁ ଦହି ସହ କଣ ଖାଇବା ଉଚିତ୍ ? ଆସନ୍ତୁ ଜାଣିବା... ଖାଲି ଦହି ଖାଇବା ଭୁଲ୍ । ଦହିର ପ୍ରକୃତି ଅମ୍ଳୀୟ । ଏହାକୁ କିଛି ନମିଶେଇ ଖାଇବା ଦ୍ବାରା ଚର୍ମ ସମସ୍ୟା ସୃଷ୍ଟି ହୋଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ, ଦହିରେ ଅଳ୍ପ ପରିମାଣର ଲୁଣ ମିଶାଇଲେ କୌଣସି ବିଶେଷ କ୍ଷତି ହୁଏ ନାହିଁ। ରାତିରେ ଦହି ଖାଉବା ସମୟରେ ଲୁଣ ମିଶାଇବାକୁ ପରାମର୍ଶ ଦିଅନ୍ତି ଡାକ୍ତର । ଏହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ । ଏହାବ୍ୟତୀତ ଶରୀରରୁ ବିଷାକ୍ତ ଉପାଦାନକୁ ବାହାର କରିଥାଏ । କିନ୍ତୁ ଦହି ପେଟରେ ଗ୍ୟାସ୍ ସୃଷ୍ଟି କରେ । ପ୍ରତିଦିନ ଲୁଣ ସହିତ ଦହି ଖାଇଲେ ଚର୍ମ ସମସ୍ୟା ଦେଖା ଦେଇଥାଏ। ଏହା କରିବା ଦ୍ବାରା କେଶ ଝଡ଼ିବା, ଚର୍ମରେ ବ୍ରଣ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ଅଧିକ ଲୁଣ ମିଶାଇବା ଠାରୁ ଦୂରେଇ ରହିବା ଉଚିତ୍ । ଉଚ୍ଚ ରକ୍ତଚାପ ରୋଗୀମାନେ ଆଦୌ ଲୁଣ ମିଶାଇ ଦହି ଖାଆନ୍ତୁ ନାହିଁ । ଏହା ଷ୍ଟ୍ରୋକ୍, ଉଚ୍ଚ ରକ୍ତଚାପ, ଡିମେନ୍ସିଆ ଏବଂ ଅନ୍ୟାନ୍ୟ ହୃଦରୋଗର ସମ୍ଭାବନାକୁ ବଢ଼ାଇଥାଏ। ଲୁଣରେ ମିଶ୍ରିତ ଦହି ଖାଇଲେ ଶରୀରରୁ ଉପକାରୀ ଜୀବାଣୁକୁ ମାରିଦିଏ। ଯାହା ହଜମ ପ୍

ଚିନି ନା ଲୁଣ କାହା ସହ ଖାଇବେ ଦହି, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ ୨୧।୦୪: ଦୈନନ୍ଦିନ ଜୀବନରେ ଦହିର ଚାହିଦା ଖୁବ୍ ଅଧିକ । ଖାସ୍ କରି ଗ୍ରୀଷ୍ମ ଋତୁରେ ରହିଥାଏ ଏହା ଖୁବ୍ ଡିମାଣ୍ଡ । ଅନେକ ଲୋକ ଲୋକ ଚିନି ସହିତ ଦହି ଖାଇବାକୁ ଭଲ ପାଆନ୍ତି ତ ଆଉ କିଛି ଲୁଣ ସହିତ । କିଛି ଏପରି ଅଛନ୍ତି ଯିଏକି ଖାଲି ଦହି ଖାଇଥାନ୍ତି । କିନ୍ତୁ ଦହି ସହ କଣ ଖାଇବା ଉଚିତ୍ ? ଆସନ୍ତୁ ଜାଣିବା... 

ଖାଲି ଦହି ଖାଇବା ଭୁଲ୍ । ଦହିର ପ୍ରକୃତି ଅମ୍ଳୀୟ । ଏହାକୁ କିଛି ନମିଶେଇ ଖାଇବା ଦ୍ବାରା ଚର୍ମ ସମସ୍ୟା ସୃଷ୍ଟି ହୋଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ, ଦହିରେ ଅଳ୍ପ ପରିମାଣର ଲୁଣ ମିଶାଇଲେ କୌଣସି ବିଶେଷ କ୍ଷତି ହୁଏ ନାହିଁ। ରାତିରେ ଦହି ଖାଉବା ସମୟରେ ଲୁଣ ମିଶାଇବାକୁ ପରାମର୍ଶ ଦିଅନ୍ତି ଡାକ୍ତର । ଏହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ । 

ଏହାବ୍ୟତୀତ ଶରୀରରୁ ବିଷାକ୍ତ ଉପାଦାନକୁ ବାହାର କରିଥାଏ । କିନ୍ତୁ ଦହି ପେଟରେ ଗ୍ୟାସ୍ ସୃଷ୍ଟି କରେ । ପ୍ରତିଦିନ ଲୁଣ ସହିତ ଦହି ଖାଇଲେ ଚର୍ମ ସମସ୍ୟା ଦେଖା ଦେଇଥାଏ। ଏହା କରିବା ଦ୍ବାରା କେଶ ଝଡ଼ିବା, ଚର୍ମରେ ବ୍ରଣ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ଅଧିକ ଲୁଣ ମିଶାଇବା ଠାରୁ ଦୂରେଇ ରହିବା ଉଚିତ୍ । 

ଉଚ୍ଚ ରକ୍ତଚାପ ରୋଗୀମାନେ ଆଦୌ ଲୁଣ ମିଶାଇ ଦହି ଖାଆନ୍ତୁ ନାହିଁ । ଏହା ଷ୍ଟ୍ରୋକ୍, ଉଚ୍ଚ ରକ୍ତଚାପ, ଡିମେନ୍ସିଆ ଏବଂ ଅନ୍ୟାନ୍ୟ ହୃଦରୋଗର ସମ୍ଭାବନାକୁ ବଢ଼ାଇଥାଏ। ଲୁଣରେ ମିଶ୍ରିତ ଦହି ଖାଇଲେ ଶରୀରରୁ ଉପକାରୀ ଜୀବାଣୁକୁ ମାରିଦିଏ। ଯାହା ହଜମ ପ୍ରକ୍ରିୟାକୁ ନଷ୍ଟ କରିପାରେ । 

ଚିନି ସହିତ ଦହି ମିଶାଇ ଖାଇବା ସ୍ବାସ୍ଥ୍ୟା ପାଇଁ ଅତ୍ୟନ୍ତ ଲାଭଦାୟକ । ଚିନିରେ ଦହି ମିଶାଇ ଖାଇଲେ ଏହା ଉତ୍ତାପରୁ ମୁକ୍ତି ଦେଇଥାଏ । ଶରୀରକୁ ଶକ୍ତି ଏବଂ ସତେଜ ଅନୁଭବ ହୁଏ। ସବୁଠୁ ଭଲ ଦହିରେ ଗୁଡ ମିଶାଇବା ଖାଇବା। ଏହା ଅଧିକ ଫାଇଦା ଦେଇଥାଏ।