ପୁରୀରେ ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି, କାଉଣ୍ଟିଙ୍ଗ ସେଣ୍ଟର ଚତୁଃପାର୍ଶ୍ଵରେ ଲାଗିବ ୧୪୪

ପୁରୀ: ଭୋଟ ଗଣତି ପାଇଁ ସମୟ ପାଖେଇ ଆସୁଥିବାବେଳେ, ବଢ଼ୁଛି ଉତ୍କଣ୍ଠା। ସେପଟେ ଜିଲ୍ଲା ଭୋଟ ଗଣତି ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନର ତରଫରୁ ପ୍ରସ୍ତୁତି ମଧ୍ୟ ସରିଛି।ଏହି କ୍ରମରେ ପୁରୀରେ ମଧ୍ୟ ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପୁରୀ ଓ ସତ୍ୟବାଦୀ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରସରେ ବ୍ରହ୍ମଗିରି, ନିମାପଡ଼ା, କାକଟପୁର ଓ ପିପିଲି ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ହେବ।ଲୋକସଭା ଓ ବିଧାନସଭା ପାଇଁ ପୃଥକ ୧୦ ଟି ଟେବୁଲରେ ହେବ ଭୋଟ ଗଣତି। କାଉଣ୍ଟିଙ୍ଗ ସେଣ୍ଟର ଚତୁଃପାର୍ଶ୍ଵରେ  ୧୪୪ ଧାରା ଜାରି ହେବ। ବିଜୟ ଶୋଭାଯାତ୍ରା ପାଇଁ ଆବେଦନ ହୋଇନାହିଁ। ବାଣ ଫୁଟାଇବା ପାଇଁ କୌଣସି ଅନୁମତି ଦିଆଯିବ ନାହିଁ।

ପୁରୀରେ ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି, କାଉଣ୍ଟିଙ୍ଗ ସେଣ୍ଟର ଚତୁଃପାର୍ଶ୍ଵରେ ଲାଗିବ ୧୪୪

ପୁରୀ: ଭୋଟ ଗଣତି ପାଇଁ ସମୟ ପାଖେଇ ଆସୁଥିବାବେଳେ, ବଢ଼ୁଛି ଉତ୍କଣ୍ଠା। ସେପଟେ ଜିଲ୍ଲା ଭୋଟ ଗଣତି ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନର ତରଫରୁ ପ୍ରସ୍ତୁତି ମଧ୍ୟ ସରିଛି।ଏହି କ୍ରମରେ ପୁରୀରେ ମଧ୍ୟ ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପୁରୀ ଓ ସତ୍ୟବାଦୀ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରସରେ ବ୍ରହ୍ମଗିରି, ନିମାପଡ଼ା, କାକଟପୁର ଓ ପିପିଲି ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ହେବ।

ଲୋକସଭା ଓ ବିଧାନସଭା ପାଇଁ ପୃଥକ ୧୦ ଟି ଟେବୁଲରେ ହେବ ଭୋଟ ଗଣତି। କାଉଣ୍ଟିଙ୍ଗ ସେଣ୍ଟର ଚତୁଃପାର୍ଶ୍ଵରେ  ୧୪୪ ଧାରା ଜାରି ହେବ। ବିଜୟ ଶୋଭାଯାତ୍ରା ପାଇଁ ଆବେଦନ ହୋଇନାହିଁ। ବାଣ ଫୁଟାଇବା ପାଇଁ କୌଣସି ଅନୁମତି ଦିଆଯିବ ନାହିଁ।