ବିଶ୍ୱର ୯ଟି ବଡ ଟ୍ରାଫିକ୍ ଜାମ୍ କେବେ ଓ କାହିଁକି ହୋଇଥିଲା ? ଏଥିରେ ଭାରତ ବି ସାମିଲ ।

କନକ ବ୍ୟୁରୋ : ଯଦି ଦିଲ୍ଲୀ,ମୁମ୍ବାଇ କିମ୍ବା ଲକ୍ଷ୍ନୌ ଭଳି ଯେକୌଣସି ବଡ଼ ସହରରେ ରହୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଟ୍ରାଫିକ୍ ଜାମର ସମ୍ମୁଖୀନ ହୋଇଥିବେ । ଯଦି କାହାକୁ ପଚାରାଯାଏ କେତେ ସମୟ ପାଇଁ ବା କେତେ ଲମ୍ବା ଟ୍ରାଫିକ୍ ଜାମ୍‌ରେ ଫସି ରହିଛନ୍ତି? ଅଧିକାଂଶ ଲୋକଙ୍କ ଉତ୍ତର ହେବ ଦେଢ଼ କିଲୋମିଟର କିମ୍ବା ୨ ରୁ ୪ କିଲୋମିଟର କିନ୍ତୁ ଯଦି ଆମେ ବିଶ୍ୱର ସବୁଠାରୁ ଲମ୍ବା ଟ୍ରାଫିକ୍ ଜାମ୍ ବିଷୟରେ କହିବା ତେବେ ଏଠାରେ ଗାଡିଗୁଡିକ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ଫସି ରୁହେ । ବର୍ତ୍ତମାନର ବିଶ୍ୱର ସବୁଠାରୁ ଲମ୍ବା ଟ୍ରାଫିକ୍ ହେଉଛି ଜାମ୍ ଭାରତରେ । ଏହି ଜାମ୍ ହେଛି ସମ୍ପ୍ରତି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ ସମୟରେ ଘଟିଛି, ଯାହାର ମୋଟ ଲମ୍ବା ପ୍ରାୟ ୩୦୦ କିଲୋମିଟର ବୋଲି କୁହାଯାଉଛି । ପରିସ୍ଥିତି ଏପରି ହୋଇଛି ଯେ ପ୍ରୟାଗରାଜରୁ ମଧ୍ୟପ୍ରଦେଶର ରେୱା, ଜବଲପୁର, ସେଓନି, କଟନି ପର୍ଯ୍ୟନ୍ତ ପ୍ରବଳ ଟ୍ରାଫିକ୍ ଜାମ୍ ହେଉଛି । ଗତ ୭୨ ଘଣ୍ଟା ଧରି ଏଠାରେ ଯାନବାହାନ ଧିରେ ଧିରେ ଯାଉଛି । ବିଶ୍ୱର ଦ୍ୱିତୀୟ ବୃହତ୍ତମ ଟ୍ରାଫିକ୍ ଜାମ୍ ବ୍ରାଜିଲର ସାଓ ପାଉଲୋରେ । ୧୦ ଜୁନ୍ ୨୦୦୯ରେ ହୋଇଥିବା ଏହି ଜାମ୍ ପ୍ରାୟ ୨୯୨ କିଲୋମିଟର ଲମ୍ବା ଥିଲା । ଏହି ଜାମ୍ ଯୋଗୁଁ ସହର ଏବଂ ଏହାର ଆଖପାଖରେ ୮୪୦ କିଲୋମିଟର ରାସ୍ତାରେ ଏକ ବିରାଟ ଟ୍ରାଫିକ୍ ଜାମ୍ ଦେଖାଦେଇଥିଲା । ୩୦ ନଭେମ୍ବର ୨୦୧୨ରେ ରୁଷର ରାଜଧାନୀ

ବିଶ୍ୱର ୯ଟି ବଡ ଟ୍ରାଫିକ୍ ଜାମ୍ କେବେ ଓ କାହିଁକି ହୋଇଥିଲା ? ଏଥିରେ ଭାରତ ବି ସାମିଲ ।

କନକ ବ୍ୟୁରୋ : ଯଦି ଦିଲ୍ଲୀ,ମୁମ୍ବାଇ କିମ୍ବା ଲକ୍ଷ୍ନୌ ଭଳି ଯେକୌଣସି ବଡ଼ ସହରରେ ରହୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଟ୍ରାଫିକ୍ ଜାମର ସମ୍ମୁଖୀନ ହୋଇଥିବେ । ଯଦି କାହାକୁ ପଚାରାଯାଏ କେତେ ସମୟ ପାଇଁ ବା କେତେ ଲମ୍ବା ଟ୍ରାଫିକ୍ ଜାମ୍‌ରେ ଫସି ରହିଛନ୍ତି? ଅଧିକାଂଶ ଲୋକଙ୍କ ଉତ୍ତର ହେବ ଦେଢ଼ କିଲୋମିଟର କିମ୍ବା ୨ ରୁ ୪ କିଲୋମିଟର କିନ୍ତୁ ଯଦି ଆମେ ବିଶ୍ୱର ସବୁଠାରୁ ଲମ୍ବା ଟ୍ରାଫିକ୍ ଜାମ୍ ବିଷୟରେ କହିବା ତେବେ ଏଠାରେ ଗାଡିଗୁଡିକ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ଫସି ରୁହେ ।

7sdhg

ବର୍ତ୍ତମାନର ବିଶ୍ୱର ସବୁଠାରୁ ଲମ୍ବା ଟ୍ରାଫିକ୍ ହେଉଛି ଜାମ୍ ଭାରତରେ । ଏହି ଜାମ୍ ହେଛି ସମ୍ପ୍ରତି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୨୦୨୫ ସମୟରେ ଘଟିଛି, ଯାହାର ମୋଟ ଲମ୍ବା ପ୍ରାୟ ୩୦୦ କିଲୋମିଟର ବୋଲି କୁହାଯାଉଛି । ପରିସ୍ଥିତି ଏପରି ହୋଇଛି ଯେ ପ୍ରୟାଗରାଜରୁ ମଧ୍ୟପ୍ରଦେଶର ରେୱା, ଜବଲପୁର, ସେଓନି, କଟନି ପର୍ଯ୍ୟନ୍ତ ପ୍ରବଳ ଟ୍ରାଫିକ୍ ଜାମ୍ ହେଉଛି । ଗତ ୭୨ ଘଣ୍ଟା ଧରି ଏଠାରେ ଯାନବାହାନ ଧିରେ ଧିରେ ଯାଉଛି ।

brazil

ବିଶ୍ୱର ଦ୍ୱିତୀୟ ବୃହତ୍ତମ ଟ୍ରାଫିକ୍ ଜାମ୍ ବ୍ରାଜିଲର ସାଓ ପାଉଲୋରେ । ୧୦ ଜୁନ୍ ୨୦୦୯ରେ ହୋଇଥିବା ଏହି ଜାମ୍ ପ୍ରାୟ ୨୯୨ କିଲୋମିଟର ଲମ୍ବା ଥିଲା । ଏହି ଜାମ୍ ଯୋଗୁଁ ସହର ଏବଂ ଏହାର ଆଖପାଖରେ ୮୪୦ କିଲୋମିଟର ରାସ୍ତାରେ ଏକ ବିରାଟ ଟ୍ରାଫିକ୍ ଜାମ୍ ଦେଖାଦେଇଥିଲା ।

rus

୩୦ ନଭେମ୍ବର ୨୦୧୨ରେ ରୁଷର ରାଜଧାନୀ ମସ୍କୋରେ ତିନି ଦିନ ଧରି ଏକ ବଡ଼ ଟ୍ରାଫିକ୍ ଜାମ୍ ହୋଇଥିଲା । ଏହି ଜାମ୍ ତୁଷାରଝଡ଼ ଯୋଗୁଁ ହୋଇଥିଲା ଏବଂ ହଜାର ହଜାର ଯାନବାହନ ଫସି ରହିଥିଲା । ସେଣ୍ଟ ପିଟର୍ସବର୍ଗରୁ ମସ୍କୋ ପର୍ଯ୍ୟନ୍ତ ଏହି ଜାମ୍ ପ୍ରାୟ ୨୦୧ କିଲୋମିଟର ଲମ୍ବା ଥିଲା । ପ୍ରାୟ ୩ ଦିନ ଧରି ଚାଲିଥିବା ଏହି ଜାମ୍ ଯୋଗୁଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

america

୨୧ ସେପ୍ଟେମ୍ବର ୨୦୦୫ରେ ଆମେରିକାର ଟେକ୍ସାସରେ ଘୂର୍ଣ୍ଣିବାତ୍ୟା ଯୋଗୁଁ ଏକ ବଡ଼ ଟ୍ରାଫିକ୍ ଜାମ୍ ହୋଇଥିଲା । ଏହି ଜାମ୍ ପ୍ରାୟ ୧୬୧ କିଲୋମିଟର ଲମ୍ବା ଥିଲା, ଯେଉଁଥିରେ ହଜାର ହଜାର ଲୋକ ଫସି ରହିଥିଲେ । ୨ ଦିନ ମଧ୍ୟରେ ଫସି ରହିଥିବା ସମସ୍ତ ଲୋକଙ୍କୁ ବାହାର କରାଯାଇଥିଲା ଏବଂ ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ ।

chin bejing

ବିଶ୍ୱର ସବୁଠାରୁ ଖରାପ ଟ୍ରାଫିକ ଜାମ୍ ଚୀନର ବେଜିଂ ସହରରେ ଘଟିଥିଲା । ୪ ଅଗଷ୍ଟ ୨୦୧୦ରେ ଘଟିଥିବା ଏହି ଟ୍ରାଫିକ୍ ଜାମ୍ ପ୍ରାୟ ୧୨ ଦିନ ଧରି ଚାଲିଥିଲା । ୧୦୦ କିଲୋମିଟର ଲମ୍ବା ଜାମ୍ ବେଜିଂ-ତିବ୍ୱତ ଏକ୍ସପ୍ରେସୱେରେ ଥିଲା । 

chikago

୧ ଫେବୃଆରୀ ୨୦୧୧ରେ ଚିକାଗୋରେ ହୋଇଥିବା ଟ୍ରାଫିକ୍ ଜାମ୍‌କୁ ଆମେରିକାର ସବୁଠାରୁ ଖରାପ ଟ୍ରାଫିକ୍ ଜାମ୍ ଭାବରେ ବିବେଚନା କରାଯାଏ । ଏହି ଦିନ ଚିକାଗୋରେ ୨୦ ଇଞ୍ଚରୁ ଅଧିକ ତୁଷାରପାତ ହୋଇଥିଲା ଏବଂ ଯାନବାହାନ ପ୍ରାୟ ୮୦ କିଲୋମିଟର ପର୍ଯ୍ୟନ୍ତ ଫସି ରହିଥିଲା । ଜାମ୍ ସଫା କରିବାକୁ ୧୨ ଘଣ୍ଟା ସମୟ ଲାଗିଲା ଏବଂ ଥଣ୍ଡା ପାଗ ଯୋଗୁଁ ଅନେକ ଲୋକ ଅସୁସ୍ଥ ମଧ୍ୟ ହୋଇପଡ଼ିଲେ।

3sgfrh

ସାରା ବିଶ୍ୱ ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖକୁ କେବେ ଭୁଲିପାରିବ ନାହିଁ, ଯେତେବେଳେ ଏକ ବିମାନ ଆମେରିକାର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରର ଉଭୟ ଟାୱାରକୁ ଧକ୍କା ଦେଇଥିଲା । ଏହି ଆତଙ୍କବାଦୀ ଆକ୍ରମଣ ପରେ ନ୍ୟୁୟର୍କ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା,ଯାହା ଫଳରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମରେ ଫସି ରହିଥିଲେ । ପୋଲ ଏବଂ ସୁଡ଼ଙ୍ଗ ଭଳି ରାସ୍ତା ବନ୍ଦ ହେବା ଯୋଗୁଁ,ସହରର ପ୍ରାୟ ୬୦ ରୁ ୭୦ କିଲୋମିଟର ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ହୋଇଥିଲା ।

japan

୧୯୯୦ ମସିହାରେ ଜାପାନର ଟୋକିଓ ସହରରେ ହଠାତ ଏକ ଝଡ଼ ଆସିବାର ଖବର ଚାରିଆଡେ ବ୍ୟାପିଗଲା । ଏହି ଖବର ପାଇବା ପରେ ବହୁ ସଂଖ୍ୟକ ଲୋକ ନିଜ ଘରକୁ ଫେରିବା ଆରମ୍ଭ କରିଥିଲେ । ଏହି କାରଣରୁ ରାସ୍ତାରେ ପ୍ରାୟ ୧୩୫ କିଲୋମିଟରର ଏକ ବଡ଼ ଟ୍ରାଫିକ୍ ଜାମ୍ ହୋଇଥିଲା । ପଶ୍ଚିମ ଜାପାନର ହୟୋଗା ଏବଂ ଶିଗା ସହର ମଧ୍ୟରେ ହୋଇଥିବା ଏହି ଟ୍ରାଫିକ ଜାମ୍ ହଟାଇବା ଏବଂ ରାସ୍ତାରୁ ପ୍ରାୟ ୧୫,୦୦୦ ଯାନବାହନ ହଟାଇବା ପାଇଁ ଅନେକ ଦିନ ଲାଗିଥିଲା ।

new

୧୯୬୯ ମସିହାରେ ନ୍ୟୁୟର୍କର ବେଥେଲ ସହରରେ ୨୦ ମାଇଲ ଲମ୍ବା ଟ୍ରାଫିକ ଜାମ୍ ହୋଇଥିଲା । ଯେଉଁଥିରେ ୪ ଲକ୍ଷରୁ ଅଧିକ ଲୋକ ଫସି ଯାଇଥିଲେ । ଏହି ଜାମ୍ କୌଣସି ବିପର୍ୟ୍ୟୟ ଯୋଗୁଁ ନୁହେଁ ବରଂ ସହରରେ ଚାଲିଥିବା ଉଡଷ୍ଟକ୍ ସଂଗୀତ ମହୋତ୍ସବ ଯୋଗୁଁ ହୋଇଥିଲା । ଏହି ଜାମରେ ଫସି ରହିଥିବା ଲୋକମାନେ ୩ ରୁ ୪ ଦିନ ପର୍ଯ୍ୟନ୍ତ ରାସ୍ତାରେ ରହିଥିଲେ ଏବଂ କନ୍ସର୍ଟ କଳାକାରମାନଙ୍କୁ ହେଲିକପ୍ଟର ଯୋଗେ ନିଆଯାଇଥିଲା ।