ମୟଙ୍କ ଅଗ୍ରଓ୍ବାଲ ହସ୍ପିଟାଲରେ ଭର୍ତ୍ତି
ଅଗରତାଲା,୩୧ା୧(ପି.ଟି.): ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରଓ୍ବାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ଭାରତୀୟ ଦଳରୁ ବାହାରେ ରହିଥିବା ମୟଙ୍କ କର୍ନାଟକ ରଣଜୀ ଟ୍ରଫି ଦଳର ଅଧିନାୟକ ରହିଛନ୍ତି। ସୋମବାର ତ୍ରିପୁରା ବିପକ୍ଷରେ କର୍ନାଟକକୁ ୨୯ ରନ୍ରେ ଜିତାଇଥିଲେ ମୟଙ୍କ। ଏହି ମ୍ୟାଚ୍ ଶେଷ ହେବା ପରେ ସେ ଦଳ ସହ ଅଗରତାଲାରୁ ଦିଲ୍ଲୀ ଅଭିମୁଖେ ବିମାନରେ ବସିଥିଲେ। ତେବେ ବିମାନ ଟେକ୍ ଅଫ୍ ପୂର୍ବରୁ ହିଁ ମୟଙ୍କ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ଅଗରତାଲାର ଏକ […] The post ମୟଙ୍କ ଅଗ୍ରଓ୍ବାଲ ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.
ଅଗରତାଲା,୩୧ା୧(ପି.ଟି.): ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରଓ୍ବାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ଭାରତୀୟ ଦଳରୁ ବାହାରେ ରହିଥିବା ମୟଙ୍କ କର୍ନାଟକ ରଣଜୀ ଟ୍ରଫି ଦଳର ଅଧିନାୟକ ରହିଛନ୍ତି। ସୋମବାର ତ୍ରିପୁରା ବିପକ୍ଷରେ କର୍ନାଟକକୁ ୨୯ ରନ୍ରେ ଜିତାଇଥିଲେ ମୟଙ୍କ। ଏହି ମ୍ୟାଚ୍ ଶେଷ ହେବା ପରେ ସେ ଦଳ ସହ ଅଗରତାଲାରୁ ଦିଲ୍ଲୀ ଅଭିମୁଖେ ବିମାନରେ ବସିଥିଲେ। ତେବେ ବିମାନ ଟେକ୍ ଅଫ୍ ପୂର୍ବରୁ ହିଁ ମୟଙ୍କ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ଅଗରତାଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କର୍ନାଟକ ରାଜ୍ୟ କ୍ରିକେଟ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୋମବାର ମ୍ୟାଚ୍ ଶେଷ ହେବା ପରେ ମଙ୍ଗଳବାର କର୍ନାଟକ ଦଳ ଦିଲ୍ଲୀ ଦେଇ ରାଜକୋଟ ଯିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବିମାନ ବନ୍ଦରରେ ଅସୁସ୍ଥ ହୋଇ ପଡିଥିଲେ ମୟଙ୍କ। ୨-୩ ଥର ବାନ୍ତି ହେବା ପରେ ସେ ବିମାନରେ ମଧ୍ୟ ବସିଥିଲେ। ତେବେ ବିମାନ ଉଡାଣ କରିବା ଆଗରୁ ପୁଣି ଥରେ ଅସୁସ୍ଥ ହୋଇଥିଲେ ଅଗ୍ରଓ୍ବାଲ। ଏହାପରେ ତାଙ୍କୁ ଆଇଏଲ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
The post ମୟଙ୍କ ଅଗ୍ରଓ୍ବାଲ ହସ୍ପିଟାଲରେ ଭର୍ତ୍ତି appeared first on Dharitri Odia News.