ଅନୁପ୍ରଭା ଫାର୍ମର ପ୍ରୋଡୁସର ସଂସ୍ଥାର ସାଧାରଣ ବୈଠକ

ଜମନକିରା : ଜମନକିରା ବ୍ଲକ ଭୋଜପୁର ରେଙ୍ଗଲବେଡା କଲ୍ୟାଣ ମଣ୍ଡପ ଠାରେ ଆଜି ଅନୁପ୍ରଭା ଫାର୍ମର ପ୍ରୋଡୁସର ସଂସ୍ଥାର ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ପ୍ରାଣୀ ଚିକିତ୍ସକ ଡା. ଅଭିନାଶ ପଧାନ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଉଦ୍ୟାନ ଅଧିକାରୀ ଜମନକିରା ହିତେଶ ବଢେଇ, ଉଦ୍ୟାନ ଅଧିକାରୀ କୁଚିଣ୍ଡା କିଶୋର ବେହେରା, ବିଏଲସି ସରୋଜ ମିଶ୍ର, ଅଳ୍ପନା ନାୟକ, ପ୍ରଶାନ୍ତ ବେହେରା, ସସ୍ମିତା ପ୍ରଧାନ, ତପସ୍ଵିନୀ ବାଗ, […] The post ଅନୁପ୍ରଭା ଫାର୍ମର ପ୍ରୋଡୁସର ସଂସ୍ଥାର ସାଧାରଣ ବୈଠକ appeared first on Odisha.News.

ଅନୁପ୍ରଭା ଫାର୍ମର ପ୍ରୋଡୁସର ସଂସ୍ଥାର ସାଧାରଣ ବୈଠକ

ଜମନକିରା : ଜମନକିରା ବ୍ଲକ ଭୋଜପୁର ରେଙ୍ଗଲବେଡା କଲ୍ୟାଣ ମଣ୍ଡପ ଠାରେ ଆଜି ଅନୁପ୍ରଭା ଫାର୍ମର ପ୍ରୋଡୁସର ସଂସ୍ଥାର ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ପ୍ରାଣୀ ଚିକିତ୍ସକ ଡା. ଅଭିନାଶ ପଧାନ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଉଦ୍ୟାନ ଅଧିକାରୀ ଜମନକିରା ହିତେଶ ବଢେଇ, ଉଦ୍ୟାନ ଅଧିକାରୀ କୁଚିଣ୍ଡା କିଶୋର ବେହେରା, ବିଏଲସି ସରୋଜ ମିଶ୍ର, ଅଳ୍ପନା ନାୟକ, ପ୍ରଶାନ୍ତ ବେହେରା, ସସ୍ମିତା ପ୍ରଧାନ, ତପସ୍ଵିନୀ ବାଗ, ଈଶ୍ୱର ଚନ୍ଦ୍ର ଧଳ ପ୍ରମୁଖ ମଞ୍ଚଷିନ ଥିଲେ। କାର୍ଯ୍ୟକ୍ରମ କୁ ସିଡି ର ଅପୂର୍ବକାନ୍ତି ମଣ୍ଡଳ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ବେହେରା ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ୩ଶହ ରୁ ଅଧିକ ମହିଳା କୁଚିଣ୍ଡା ଏବଂ ଜମନକିରା ବ୍ଲକ ରୁ ଯୋଗ ଦେଇଥିଲେ। ଅଧିକାରୀ ଗଣ ତାଙ୍କ ବକ୍ତବ୍ୟ ମାଧ୍ୟମରେ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରି କିପରି ମହିଳା ମାନେ ସ୍ଵରୋଜଗାରକ୍ଷମ ହୋଇ ପାରିବେ ସେ ଉପରେ ଆଲୋକପାତ କରିଥିଲେ। ଛେଳି, ଗାଈ, କୁକୁଡ଼ା ଆଦି ପ୍ରାଣୀଙ୍କ ଚାଷ ପାଇଁ ଅର୍ଥ ପ୍ରଦାନ କରୁଥିବା ବେଳେ ବିଭିନ୍ନ ପ୍ରକାର ଚାଷ ପାଇଁ ୨ ଟି ବ୍ଲକର ୮୭ ଗୋଟି ଗାଁ, ୧୭ ପଞ୍ଚାୟତ ର ମହିଳା ମାନଙ୍କୁ ସ୍ଵବିଲମ୍ବି କରିବା ପାଇଁ ଆଜି ବୈଠକରେ ଆହ୍ୱାନ କରାଯାଇଥିଲା। ଶେଷରେ ଶ୍ରୀ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

The post ଅନୁପ୍ରଭା ଫାର୍ମର ପ୍ରୋଡୁସର ସଂସ୍ଥାର ସାଧାରଣ ବୈଠକ appeared first on Odisha.News.