ଢେପଗୁଡା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ ଏସଡିସି ଅଧ୍ୟକ୍ଷ

କଳାହାଣ୍ଡି,୦୬/୦୨-ପୋଖରୀବନ୍ଧ-ସିକେରକୁପା ରାସ୍ତା ଢେପଗୁଡା ଘାଟିରେ ଆଲୁମିନା ବୋଝେଇ କଣ୍ଟେନର ଧକ୍କାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ଗାଁର ଦୁଇଜଣ ବ୍ୟକ୍ତିଙ୍କ ଦୁଃଖଦ ମୃତ୍ୟୁ ପରେ ସଂପୂର୍ଣ୍ଣ ଗାଁରେ ଶୋକର ଛାୟା ଖେଳିଯାଇଛି। ଏହାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଛନ୍ତି କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ। ଆଜି ଶ୍ରୀ ମାଝୀ, ମୃତକ ଅରୁଣ ଧଙ୍ଗଡାମାଝୀ, ପଦ୍ମଲୋଚନ ପାତ୍ରଙ୍କ ଘରେ ପହଞ୍ଚି ସମବେଦନା […] The post ଢେପଗୁଡା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ ଏସଡିସି ଅଧ୍ୟକ୍ଷ appeared first on Odisha.News.

ଢେପଗୁଡା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ ଏସଡିସି ଅଧ୍ୟକ୍ଷ

କଳାହାଣ୍ଡି,୦୬/୦୨-ପୋଖରୀବନ୍ଧ-ସିକେରକୁପା ରାସ୍ତା ଢେପଗୁଡା ଘାଟିରେ ଆଲୁମିନା ବୋଝେଇ କଣ୍ଟେନର ଧକ୍କାରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ଗାଁର ଦୁଇଜଣ ବ୍ୟକ୍ତିଙ୍କ ଦୁଃଖଦ ମୃତ୍ୟୁ ପରେ ସଂପୂର୍ଣ୍ଣ ଗାଁରେ ଶୋକର ଛାୟା ଖେଳିଯାଇଛି। ଏହାକୁ ନେଇ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଛନ୍ତି କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ। ଆଜି ଶ୍ରୀ ମାଝୀ, ମୃତକ ଅରୁଣ ଧଙ୍ଗଡାମାଝୀ, ପଦ୍ମଲୋଚନ ପାତ୍ରଙ୍କ ଘରେ ପହଞ୍ଚି ସମବେଦନା ଜଣାଇବା ସହ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ। ତାଙ୍କ ସହିତ ବିଜେଡି ନେତା ହିମାଦ୍ରୀ ପେସନିଆ, ମନୋରଞ୍ଜନ ବିଶି, ପାତ୍ର ମାଝୀ, ଦେବାଶିଷ ରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ଥିଲେ।

The post ଢେପଗୁଡା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ ଏସଡିସି ଅଧ୍ୟକ୍ଷ appeared first on Odisha.News.