ବୁଲା ଷଣ୍ଢ ଆକ୍ରମଣରେ ଖଗସିପାଲି ସନ୍ତୋଷ ରାଉତଙ୍କ ଶୋଚନୀୟ ମୃତ୍ୟୁ
ଚିପିଲିମା, ୨୫/୦୨ ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଖଗସିପାଲି ଗ୍ରାମରେ ରବିବାର ଅପରାହ୍ନ ପ୍ରାୟ ୪.୩୦ସମୟରେ ଏକ ବୁଲା ଷଣ୍ଢ ଆକ୍ରମଣରେ ଗୋପାଳକ ସନ୍ତୋଷ ରାଉତ (୭୨)ଙ୍କ ର ଶୋଚନୀୟ ଭାବେ ମୃତ୍ୟୁ ଘଟିଛି l ଏପରି ଏକ ଦୁଃଖଦ ଘଟଣା ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ମିଳିଥିବା ସୂଚନା ଅନୁଯାୟୀ ସନ୍ତୋଷ ରାଉତ ଜଣେ ଗୋପାଳକ ଥିବାବେଳେ,ଘର ଠାରୁ ଅଳ୍ପ ଦୂରରେ ଚରୁଥିବା ନିଜ ଗୋରୁ ଗାଈ ଙ୍କୁ ଘରକୁ ଘଉଡ଼ାଇ ଆସୁଥିବାବେଳେ […] The post ବୁଲା ଷଣ୍ଢ ଆକ୍ରମଣରେ ଖଗସିପାଲି ସନ୍ତୋଷ ରାଉତଙ୍କ ଶୋଚନୀୟ ମୃତ୍ୟୁ appeared first on Odisha.News.

ଚିପିଲିମା, ୨୫/୦୨ ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଖଗସିପାଲି ଗ୍ରାମରେ ରବିବାର ଅପରାହ୍ନ ପ୍ରାୟ ୪.୩୦ସମୟରେ ଏକ ବୁଲା ଷଣ୍ଢ ଆକ୍ରମଣରେ ଗୋପାଳକ ସନ୍ତୋଷ ରାଉତ (୭୨)ଙ୍କ ର ଶୋଚନୀୟ ଭାବେ ମୃତ୍ୟୁ ଘଟିଛି l ଏପରି ଏକ ଦୁଃଖଦ ଘଟଣା ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ମିଳିଥିବା ସୂଚନା ଅନୁଯାୟୀ ସନ୍ତୋଷ ରାଉତ ଜଣେ ଗୋପାଳକ ଥିବାବେଳେ,ଘର ଠାରୁ ଅଳ୍ପ ଦୂରରେ ଚରୁଥିବା ନିଜ ଗୋରୁ ଗାଈ ଙ୍କୁ ଘରକୁ ଘଉଡ଼ାଇ ଆସୁଥିବାବେଳେ ଏକ ବୁଲା ଷଣ୍ଡ ମଧ୍ୟ ସେହି ଗାଈ ଙ୍କ ଭିତରେ ଆସି ଆତର୍କିତ ଭାବରେ ତାଙ୍କ ପେଟ ଏବଂ ପଛ ପଟକୁ ସିଙ୍ଗ ରେ ଭୁସି ତଳେ କଚାଡି ଦେଇଥିଲା।ଗୁରୁତର ଭାବରେ ତାଙ୍କୁ ଉଦ୍ଧାର କରି ବୁର୍ଲା ଭୀମସାର ମେଡିକାଲ ନିଆଯାଇଥିବାବେଳେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏନେଇ ବୁର୍ଲା ଥାନାରେ ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଥିବାବେଳେ,ସନ୍ଧ୍ୟା ହୋଇଯାଇଥିବାରୁ ଶବକୁ ଫ୍ରିଜରେ ରଖାଯାଇଛି l ସୋମବାର ପୂର୍ବାହ୍ନରେ ଶବ ବ୍ୟବଛେଦ କରାଯାଇ ପରିବାର କୁ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି l ପ୍ରକାଶ ଥାଉକି ଗୋଶାଳା ଅଞ୍ଚଳରେ ଅନେକ ବୁଲା ଷଣ୍ଢ ବୁଲୁଥିବାବେଳେ ଏପରି ଷଣ୍ଡ ଆକ୍ରମଣ ରେ ପୂର୍ବରୁ ଅନେକ ଗୁରୁତର ହୋଇଥିବା ଦୃଷ୍ଟାନ୍ତ ରହିଛି l ବୁଲା ଷଣ୍ଢ ମାନଙ୍କୁ କାବୁକରୀ ଅନ୍ୟତ୍ର ଛାଡ଼ିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସଚେତନ ମହଲରେ ଦାବି ହେଉଛି l
The post ବୁଲା ଷଣ୍ଢ ଆକ୍ରମଣରେ ଖଗସିପାଲି ସନ୍ତୋଷ ରାଉତଙ୍କ ଶୋଚନୀୟ ମୃତ୍ୟୁ appeared first on Odisha.News.