ଈରା ଓ୍ୱେଡସ୍‌ ନୂପୁର, ଆମୀରଙ୍କ ଝିଅ ବାହାଘରରେ ନୋ 'ଗିଫ୍ଟ ପଲିସି'

ଜାନୁଆରୀ ୮ ତାରିଖରେ ଉଦୟପୁରରେ ବୈଦିକ ରୀତିନୀତି ଅନୁସାରେ ସାତ ଫେରା ନେବେ ଈରା-ନୂପୁର।

ଈରା ଓ୍ୱେଡସ୍‌ ନୂପୁର, ଆମୀରଙ୍କ ଝିଅ ବାହାଘରରେ ନୋ 'ଗିଫ୍ଟ ପଲିସି'

ସରିଲାଣି ସବୁ ପ୍ରସ୍ତୁତି। ସଜେଇ ହୋଇଗଲାଣି ମଣ୍ଡପ। ରଙ୍ଗ ବେରଙ୍ଗର ଫୁଲ ଓ ଆଲୋକମାଳରେ ଝଲସୁଛି ଘର। ବ୍ୟାଣ୍ଡ ବାଜା ବି ପ୍ରସ୍ତୁତ କେବଳ ବର-କନ୍ୟାକୁ ଅପେକ୍ଷା। ବାଜିବ ଶାହାନାଇ। ପଡିବ ହତଗଣ୍ଠି। ଆଜି ହାତକୁ ଦି ହାତ ହେବେ ଆମୀର ଖାନ୍‌ଙ୍କ ଝିଅ ଈରା ଖାନ୍। ନିଜ ବଏଫ୍ରେଣ୍ଡ ନୂପୁର ଶିଖରଙ୍କ ସେ ହାତ ଧରିବେ।

ଗତକାଲି ବଲିଉଡର ମିଷ୍ଟର ପରଫେକ୍‌ନିଷ୍ଟ ଆମୀର ଖାନ୍‌ ଝିଅଙ୍କ ହଳଦୀ ଓ ମେହେନ୍ଦି ସେରେମୋନି ଥିଲା। ଏହି ପ୍ରି-ଓ୍ୱେଡିଂ ଫଙ୍କସନ୍‌ରେ ଆମୀରଙ୍କ ଦୁଇ ପତ୍ନୀ କିରନ ରାଓ ଓ ରୀନା ଦତ୍ତା ଯୋଗ ଦେଇଥିଲେ। ହଳଦୀ ଓ ମେହେନ୍ଦି ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲେ। ଏଥିରେ ଉଭୟ ଈରା ଓ ନୂପୁର ମହାରାଷ୍ଟ୍ରିୟନ୍‌ ଲୁକ୍‌ରେ ନଜର ଆସିଥିଲେ।

ତେବେ ଈରା କିନ୍ତୁ ମହାରାଷ୍ଟ୍ରିୟନ୍ ପରମ୍ପରା ବିବାହ କରିବେ ନାହିଁ। ଉଭୟଙ୍କ କୋର୍ଟ ମ୍ୟାରେଜ ହେବ। ଜାନୁଆରୀ ୮ ତାରିଖରେ ଉଦୟପୁରରେ ବୈଦିକ ରୀତିନୀତି ଅନୁସାରେ ସାତ ଫେରା ନେବେ। ଏନେଇ ଆମୀରଙ୍କ ଭଉଣୀ ନିଖତ ସୂଚନା ଦେଇଛନ୍ତି। ସମସ୍ତ ଘର ଲୋକ ସଙ୍ଗୀତ ପାଇଁ ଗୀତ ଅଭ୍ୟାସ କରୁଥିବା କହିଛନ୍ତି ନିଖତ। କେବଳ ସେତିକି ନୁହେଁ ଏହି ଷ୍ଟାର୍‌ କିଡ୍‌ଙ୍କ ବିବାହରେ ନୋ ଗିଫ୍ଟ ପଲିସି ମଧ୍ୟ ଲାଗୁ କରାଯାଇଛି। ଅତିଥିଙ୍କୁ ସାଙ୍ଗରେ ଉପହାର ନେଇ ଆସିବାକୁ ମନା କରାଯାଇଛି।

Ira Khan Weddingଈରା ଖାନ୍‌ଙ୍କ ପ୍ରି-ଓ୍ୱେଡିଂ ଫଙ୍କସନର କିଛି ଦୃଶ୍ୟ।

ଈରା ଓ ନୂପୁରଙ୍କ ବିବାହ ବେଶ୍‌ ବ୍ୟକ୍ତିଗତ ରହିବ। ଏଥିରେ କେବଳ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁବାନ୍ଧବମାନେ ହିଁ ଯୋଗ ଦେବେ। ଆସନ୍ତା ୧୩ ତରିଖରେ ରିସେପ୍‌ସନ୍‌ ହେବ। ଏଥିରେ ବହୁ ବଲିଉଡ ଷ୍ଟାର୍‌ ଯୋଗେ ଦେବେ। ଏଥିପାଇଁ ସମସ୍ତଙ୍କୁ ଆମନ୍ତ୍ରିତ କରାଯାଇଛି।