ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?
ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ୍ ଦେଇଛନ୍ତି। ବର୍ଷା ବଡଚଣାରୁ ଲଢିବେ ବୋଲି ନବୀନ ଘୋଷଣା କରିଛନ୍ତି। ତେବେ ଏହାରି ଭିତରେ ଅନୁଭବ ମହାନ୍ତିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଏହି ଦୁଇଜଣ ଦୁଇ ପରସ୍ପର ବିରୋଧୀ ରାଜନୈତିକ ଦଳର ଷ୍ଟାର ପ୍ରାର୍ଥୀ ସାଜିଛନ୍ତି। ସୂଚନାଥାଉ କି, ଗୁରୁବାର ଅଭିନେତ୍ରୀ ବର୍ଷା, ବିଜେଡିରେ ଯୋଗ […] The post ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ? appeared first on Dharitri Odia News.
ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ୍ ଦେଇଛନ୍ତି। ବର୍ଷା ବଡଚଣାରୁ ଲଢିବେ ବୋଲି ନବୀନ ଘୋଷଣା କରିଛନ୍ତି।
ତେବେ ଏହାରି ଭିତରେ ଅନୁଭବ ମହାନ୍ତିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଏହି ଦୁଇଜଣ ଦୁଇ ପରସ୍ପର ବିରୋଧୀ ରାଜନୈତିକ ଦଳର ଷ୍ଟାର ପ୍ରାର୍ଥୀ ସାଜିଛନ୍ତି। ସୂଚନାଥାଉ କି, ଗୁରୁବାର ଅଭିନେତ୍ରୀ ବର୍ଷା, ବିଜେଡିରେ ଯୋଗ ଦେଇଥିଲେ । ତା କିଛି ଦିନ ପୂର୍ବରୁ ବର୍ଷାଙ୍କ ପୂର୍ବତନ ସ୍ବାମୀ ଅନୁଭବ ମହାନ୍ତି ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିଲେ । ଏବେ ଚର୍ଚ୍ଚା ହେଉଛି କି, ଅନୁଭବ ଆଉ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁନାହାନ୍ତି।
କଟକ ସଂସଦୀୟ କ୍ଷେତ୍ରରୁ ଭର୍ତ୍ତୃହରି ମହତାବଙ୍କୁ ଭାଜପା ପ୍ରାର୍ଥୀ ହେବା ପରେ ଅନୁଭବଙ୍କ ଆଶା ମଉଳି ଯାଇଛି । କୁହାଯାଉଛି କି, ଅନୁଭବଙ୍କୁ ବାରବାଟୀ-କଟକ କିମ୍ବା ସାଲେପୁରରୁ ପ୍ରାର୍ଥୀ କରିବାକୁ ଚାହୁଁଛି ଭାଜପା । କିନ୍ତୁ ଏଥିପାଇଁ ପୁରା ଅରାଜି ଅଛନ୍ତି ଅନୁଭବ । ଅନୁମାନ କରାଯାଉଛି, ଅନୁଭବ ଏବେ ଭାଜପାର ଷ୍ଟାର କ୍ୟାମ୍ପେନର ଭାବେ ମଇଦାନକୁ ଓହ୍ଲାଇ ପାରନ୍ତି ।
ବିଜେଡିରୁ ରାଜ୍ୟ ସଭା ଯିବା ପରେ ୨୦୧୯ରେ ଶଙ୍ଖ ଟିକେଟରେ କେନ୍ଦ୍ରାପଡ଼ାରୁ ଏମପି ଭାବେ ନିର୍ବାଚିତ ହୋଇଥିଲେ ଅନୁଭବ । ସେତେବେଳେ ଦୁହେଁ ବିଜେଡି ପାଇଁ ଷ୍ଟାର କ୍ୟାମ୍ପେନର ମଧ୍ୟ ସାଜିଥିଲେ। ପରବର୍ତ୍ତୀ ସମୟରେ ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ତେଜିବା ପରେ ଅନୁଭବଙ୍କଠାରୁ ବିଜେଡି ଦୂରତା ବଜାୟ ରଖିଥିଲା । ଯେତେବେଳେ କି ବର୍ଷା ଉପ ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାବାଚନରେ ବିଜେଡିର ଷ୍ଟାର କ୍ୟାମ୍ପେନର ସାଜି ପ୍ରଚାର ସମ୍ଭାଳିଥିଲେ। କିନ୍ତୁ ଏବେ ୨୦୨୪ରେ ଦୃଶ୍ୟପଟ୍ଟ ପୂରା ପରିବର୍ତ୍ତନ ହୋଇଯାଇଛି । ତେବେ ବିଜେଡି ବର୍ଷାଙ୍କୁ ଟିକେଟ୍ ଦେବା ପରେ ଅନୁଭବଙ୍କୁ ଭାଜପା କେଉଁଠୁ ଟିକେଟ୍ ଦେବ ତାଙ୍କୁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
The post ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ? appeared first on Dharitri Odia News.