ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟଣା: ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାରେ ବୁଧବାର ସକାଳେ ନୀଳକଣ୍ଠ ନାମକ ଯାତ୍ରୀବାହୀ ବସ ନଂ. (ଓଡ଼ି ୦୭ ଟି – ୪୧୬୫) ଧକ୍କାରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡିି ପଞ୍ଚାୟତ ମଧୁବନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁରେଶୁ ପାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ତଦନ୍ତକାରୀ ଅଧିକାରୀ ଏଏସଆଇ ଅଜୟ କୁମାର ନାୟକ ଶୁକ୍ରବାର ପେଣ୍ଡୁରାବାଡ଼ି ଗ୍ରାମର ଗାଡ଼ି ଚାଳକ ବିଶ୍ୱ ମୋହନ ରଥଙ୍କୁ ଗିରଫ କରି ଥାନା ମାମଲା ନଂ.୧୧୪/୨୫ ଅନୁଯାୟୀ […] The post ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟଣା: ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.

ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟଣା: ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାରେ ବୁଧବାର ସକାଳେ ନୀଳକଣ୍ଠ ନାମକ ଯାତ୍ରୀବାହୀ ବସ ନଂ. (ଓଡ଼ି ୦୭ ଟି – ୪୧୬୫) ଧକ୍କାରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡିି ପଞ୍ଚାୟତ ମଧୁବନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁରେଶୁ ପାତ୍ରଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣାରେ ତଦନ୍ତକାରୀ ଅଧିକାରୀ ଏଏସଆଇ ଅଜୟ କୁମାର ନାୟକ ଶୁକ୍ରବାର ପେଣ୍ଡୁରାବାଡ଼ି ଗ୍ରାମର ଗାଡ଼ି ଚାଳକ ବିଶ୍ୱ ମୋହନ ରଥଙ୍କୁ ଗିରଫ କରି ଥାନା ମାମଲା ନଂ.୧୧୪/୨୫ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି। କୁରେଶୁ ତାଙ୍କ ବାଇକ ନଂ.( ଓଡ଼ି ୦୭ ସି -୯୨୩୦) ଯୋଗେ ବିଦ୍ୟାଳୟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଯାତ୍ରୀବାହୀ ବସ୍‌ ତାଙ୍କୁ ସମ୍ମୁଖଭାଗରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ କୁରେଶୁଙ୍କ ସ୍ତ୍ରୀ କାଜଲ ପାତ୍ର ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।

The post ଦୁର୍ଘଟଣାରେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟଣା: ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ appeared first on Dharitri Odia News.