ତୃତୀୟଥର ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମେ ପାକିସ୍ତାନ ଯିବେ ମୋଦି! ଜୋର ଧରିଲା ଚର୍ଚ୍ଚା
ଇସଲାମାବାଦ୍,୧୬।୫: ପାକିସ୍ତାନୀ ଗଣମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି। ଲୋକ ସଭା ନିର୍ବାଚନରେ ଜିତିବା ପରେ ମୋଦି ପ୍ରଥମେ ପାକିସ୍ତାନ ଆସିବେ ବୋଲି ଦାବି କରାଯାଉଛି। ଏଥି ସହିତ ପାକିସ୍ତାନୀମାନେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ଯେ, ଏଥର ପୁଣିଥରେ ମୋଦି ଭାରତରେ ନିର୍ବାଚନ ଜିତିବାକୁ ଯାଉଛନ୍ତି। ପାକିସ୍ତାନୀ ୟୁଟ୍ୟୁବର୍ ଶୋଏବ ଚୌଧରୀ ମଧ୍ୟ ପାକିସ୍ତାନୀ ଗଣମାଧ୍ୟମର ଏକ କ୍ଲିପ ଦେଖାଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଆସୁଛନ୍ତି ବୋଲି ଦାବି କରାଯାଉଛି। ଏକ ମିଡିଆ ଶୋ’ରେ […] The post ତୃତୀୟଥର ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମେ ପାକିସ୍ତାନ ଯିବେ ମୋଦି! ଜୋର ଧରିଲା ଚର୍ଚ୍ଚା appeared first on Dharitri Odia News.
ଇସଲାମାବାଦ୍,୧୬।୫: ପାକିସ୍ତାନୀ ଗଣମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଚର୍ଚ୍ଚା ଜୋର ଧରିଛି। ଲୋକ ସଭା ନିର୍ବାଚନରେ ଜିତିବା ପରେ ମୋଦି ପ୍ରଥମେ ପାକିସ୍ତାନ ଆସିବେ ବୋଲି ଦାବି କରାଯାଉଛି। ଏଥି ସହିତ ପାକିସ୍ତାନୀମାନେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ଯେ, ଏଥର ପୁଣିଥରେ ମୋଦି ଭାରତରେ ନିର୍ବାଚନ ଜିତିବାକୁ ଯାଉଛନ୍ତି।
ପାକିସ୍ତାନୀ ୟୁଟ୍ୟୁବର୍ ଶୋଏବ ଚୌଧରୀ ମଧ୍ୟ ପାକିସ୍ତାନୀ ଗଣମାଧ୍ୟମର ଏକ କ୍ଲିପ ଦେଖାଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଆସୁଛନ୍ତି ବୋଲି ଦାବି କରାଯାଉଛି। ଏକ ମିଡିଆ ଶୋ’ରେ ଜଣେ ମହିଳା ସାମ୍ବାଦିକ ପାକିସ୍ତାନୀ ବରିଷ୍ଠ ସାମ୍ବାଦିକ ହାସନ ନିସରଙ୍କୁ ପଚାରିଥିଲେ ଯେ ପାକିସ୍ତାନୀ ରାଜନୈତିକ ପଣ୍ଡିତମାନେ କହିଛନ୍ତି ଯେ, ଲୋକ ସଭା ନିର୍ବାଚନରେ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଗସ୍ତ କରିବେ।
ଏହାର ଉତ୍ତରରେ ହାସନ ନିସାର କହିଛନ୍ତି, ଯଦି ନରେନ୍ଦ୍ର ମୋଦି ଏହା କରନ୍ତି ତେବେ ସେହି ତାରିଖ ଇତିହାସରେ ଲିପିବଦ୍ଧ ହେବ। ନରେନ୍ଦ୍ର ମୋଦି ନେଲସନ ମଣ୍ଡେଲାଙ୍କ ସ୍ଥିତିକୁ ଯିବେ। ବିଶ୍ୱର ସର୍ବବୃହତ ସଂଖ୍ୟାଗରିଷ୍ଠତାର ପ୍ରିୟ ନେତା ମୋଦି। ତାଙ୍କ ପାଇଁ ପାକିସ୍ତାନ ଆସିବା ତାଙ୍କ ପାଇଁ ଏକ ବଡ କଥା ହେବ, ଯଦି ସେ ପାକିସ୍ତାନ ଆସନ୍ତି ତେବେ ଆମେ ଖୁସି ହେବୁ।
The post ତୃତୀୟଥର ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମେ ପାକିସ୍ତାନ ଯିବେ ମୋଦି! ଜୋର ଧରିଲା ଚର୍ଚ୍ଚା appeared first on Dharitri Odia News.