୫୦୬ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପଦବି ପାଇଁ ବିଜ୍ଞପ୍ତି, ଆବେଦନର ବୟସ ସୀମାକୁ ୪୨ ବର୍ଷ
ରାଜ୍ୟ ସରକାର ସରକାରୀ ଚାକିରି ପାଇଁ ଆବେଦନର ବୟସ ସୀମାକୁ ୪୨ ବର୍ଷ ବୟସକୁ ବୃଦ୍ଧି କରିଛନ୍ତି । ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷ ଥାଇ ମଧ୍ୟ ନିଯୁକ୍ତି ପାଇଁ ପ୍ରଥମ ବିଜ୍ଞପ୍ତି ଓଡ଼ିଶା ଲୋକସେବା ଅୟୋଗ(ଓପିଏସସି) ପ୍ରକାଶ କରିଛି । ରାଜ୍ୟରେ ଦୀର୍ଘ ଦିନ ହେବ ଖାଲି ପଡ଼ିଥିବା ୫୦୬ଟି ସହକାରୀ ପ୍ରାଣୀ ଚିକିତ୍ସକ(ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ/ଅତିରିକ୍ତ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ) ପଦବି ପୂରଣ ପାଇଁ ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଯାହାକୁ […] The post ୫୦୬ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପଦବି ପାଇଁ ବିଜ୍ଞପ୍ତି, ଆବେଦନର ବୟସ ସୀମାକୁ ୪୨ ବର୍ଷ appeared first on Odisha.News.
ରାଜ୍ୟ ସରକାର ସରକାରୀ ଚାକିରି ପାଇଁ ଆବେଦନର ବୟସ ସୀମାକୁ ୪୨ ବର୍ଷ ବୟସକୁ ବୃଦ୍ଧି କରିଛନ୍ତି । ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷ ଥାଇ ମଧ୍ୟ ନିଯୁକ୍ତି ପାଇଁ ପ୍ରଥମ ବିଜ୍ଞପ୍ତି ଓଡ଼ିଶା ଲୋକସେବା ଅୟୋଗ(ଓପିଏସସି) ପ୍ରକାଶ କରିଛି ।
ରାଜ୍ୟରେ ଦୀର୍ଘ ଦିନ ହେବ ଖାଲି ପଡ଼ିଥିବା ୫୦୬ଟି ସହକାରୀ ପ୍ରାଣୀ ଚିକିତ୍ସକ(ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ/ଅତିରିକ୍ତ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ) ପଦବି ପୂରଣ ପାଇଁ ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।
ଯାହାକୁ ଆଶାୟୀ ଛାତ୍ରମାନଙ୍କ ମଧ୍ୟରୁ ବହୁ ଛାତ୍ରନେତା ସ୍ୱାଗତ କରିଛନ୍ତି । ତେବେ ଏହି ପଦବିଗୁଡ଼ିକରୁ ୧୬୭ଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୩୭ଟି ଅଣସଂରକ୍ଷିତ ରହିଛି। ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ ପାଇଁ ୭୯, ୧୪୯ଟି ଅନୁସୂଚିତ ଜାତି ଓ ୨୪୧ଟି ଅନୂସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି । ଦିବ୍ୟାଙ୍ଗଙ୍କ ପାଇଁ ୪୯ଟି ଥିବା ବେଳେ ୧୩ଟି କ୍ରୀଡ଼ାବିତଙ୍କ ପାଇଁ ସଂରକ୍ଷିତ ରହିଛି । ପ୍ରାଣୀ ବିଜ୍ଞାନ ଓ ପଶୁଚିକିତ୍ସାରେ ସ୍ନାତକ ଡିଗ୍ରୀ(ବ୍ୟାଚଲର୍ ଡିଗ୍ରୀ ଇନ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମାଲ୍ ହଜ୍ବେଣ୍ଡାରୀ) ହାସଲ କରିଥିବା ଛାତ୍ରଛାତ୍ରୀ ଏ ନେଇ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।
The post ୫୦୬ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପଦବି ପାଇଁ ବିଜ୍ଞପ୍ତି, ଆବେଦନର ବୟସ ସୀମାକୁ ୪୨ ବର୍ଷ appeared first on Odisha.News.