୨ଦିନିଆ ଭୁବନେଶ୍ୱର ଗସ୍ତରେ ପିଏନ୍‌ବିର ପରିଚାଳନା ନିର୍ଦ୍ଦେଶକ ଅତୁଲ

ଭୁବନେଶ୍ୱର,୪।୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତୁଲ କୁମାର ଗୋଏଲ ୨ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ସର୍ବଭାରତୀୟ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଧିକାରୀ ସଂଘର ସହାୟକ ସାଧାରଣ ସମ୍ପାଦକ ବୈଲୋଚନ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ (ସଂଘର ସଦସ୍ୟ) ଗୋଏଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ପିଏନ୍‌ବି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଏ. ଉଦୟ ଭାସ୍କର ରେଡ୍ଡିଙ୍କ ସମେତ ବ୍ୟାଙ୍କର […] The post ୨ଦିନିଆ ଭୁବନେଶ୍ୱର ଗସ୍ତରେ ପିଏନ୍‌ବିର ପରିଚାଳନା ନିର୍ଦ୍ଦେଶକ ଅତୁଲ appeared first on Dharitri Odia News.

୨ଦିନିଆ ଭୁବନେଶ୍ୱର ଗସ୍ତରେ ପିଏନ୍‌ବିର ପରିଚାଳନା ନିର୍ଦ୍ଦେଶକ ଅତୁଲ

ଭୁବନେଶ୍ୱର,୪।୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତୁଲ କୁମାର ଗୋଏଲ ୨ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ସର୍ବଭାରତୀୟ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଧିକାରୀ ସଂଘର ସହାୟକ ସାଧାରଣ ସମ୍ପାଦକ ବୈଲୋଚନ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ (ସଂଘର ସଦସ୍ୟ) ଗୋଏଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ।

ଏହି ଅବସରରେ ପିଏନ୍‌ବି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଏ. ଉଦୟ ଭାସ୍କର ରେଡ୍ଡିଙ୍କ ସମେତ ବ୍ୟାଙ୍କର ଉପ ଆଞ୍ଚଳିକ ପ୍ରବନ୍ଧକ ଲକ୍ଷ୍ମୀକାନ୍ତ ମିଶ୍ର ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଏହି ଗସ୍ତ ଅବସରରେ ଗୋଏଲ ଗ୍ରାହକମାନଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ଏପରିକି ସେ ମଧ୍ୟ ପାର୍ଲାମେଣ୍ଟାରି କମିଟି ବୈଠକରେ ମଧ୍ୟ ଯୋଗ ଦେବା ସହ ରାଜ୍ୟରେ ଥିବା ବ୍ୟାଙ୍କଗୁଡିକର କାର୍ଯ୍ୟଦକ୍ଷତା ଉପରେ ସମୀକ୍ଷା କରିବେ। ବିଶେଷକରି ଓଡ଼ିଶାର ସମସ୍ତ ୩୦ଟି ଜିଲାରେ ପିଏନ୍‌ବିର ଶାଖା ରହିଛି।

The post ୨ଦିନିଆ ଭୁବନେଶ୍ୱର ଗସ୍ତରେ ପିଏନ୍‌ବିର ପରିଚାଳନା ନିର୍ଦ୍ଦେଶକ ଅତୁଲ appeared first on Dharitri Odia News.