ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି
ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ପୀଠ ପରିସରରେ ଶାନ୍ତି ମହାଯଜ୍ଞ ବିଧି ମୁତାବକ ସାଲାମଣ୍ଡନ, ଅଙ୍କୁରାରୋପଣ, କଳସ ଶୋଭାଯାତ୍ରା ପରେ ଗୃହ ପ୍ରବେଶ ଉତ୍ସବ କରାଯାଇଥିଲା। ଅପରାହ୍ନରେ ଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ ହେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଗ୍ରାମର ବିଶ୍ୱାଳସାହି, ଦଳବେହେରା ସାହି ଏବଂ ବଳିୟାରସିଂହ […] The post ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି appeared first on Dharitri Odia News.
ବେଗୁନିଆ,୧୮ା୪(ହରପ୍ରସନ୍ନ ପଣ୍ଡା)ବେଗୁନିଆ ବ୍ଲକ ପୋଡ଼ାଡିହ ପଞ୍ଚାୟତ ଅନ୍ତର୍ଗତ ତଳଗଡ଼ ଗାଁରେ ବୁଧବାର ପବିତ୍ର ରାମନବମୀରେ ଆଧ୍ୟାତ୍ମିକ ଭାବଧାରା ଦେଖିବାକୁ ମିଳିଛି। ବିଶ୍ୱାଳସାହିସ୍ଥିତ ଭାଗବତ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ପୀଠ ପରିସରରେ ଶାନ୍ତି ମହାଯଜ୍ଞ ବିଧି ମୁତାବକ ସାଲାମଣ୍ଡନ, ଅଙ୍କୁରାରୋପଣ, କଳସ ଶୋଭାଯାତ୍ରା ପରେ ଗୃହ ପ୍ରବେଶ ଉତ୍ସବ କରାଯାଇଥିଲା। ଅପରାହ୍ନରେ ଯଜ୍ଞ ପୂର୍ଣ୍ଣାହୁତି ସମ୍ପନ୍ନ ହେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଗ୍ରାମର ବିଶ୍ୱାଳସାହି, ଦଳବେହେରା ସାହି ଏବଂ ବଳିୟାରସିଂହ ସାହିର ଶ୍ରଦ୍ଧାଳୁମାନେ ଏକାଠି ହୋଇ ନୂଆ ରୂପରେ ସଜେଇ ହୋଇଥିବା ଭାଗବତ ଦେବଙ୍କ ପୀଠରେ ଭାଗବତ ପୁରାଣ ପାଠ କରିଥିଲେ।
ସୂଚନା ଅନୁଯାୟୀ, ୧୯୦୪ ମସିହାରୁ ସ୍ଥାପିତ ଏହି ଟୁଙ୍ଗୀ ପରବର୍ତ୍ତୀ ସମୟରେ ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ଏ ସମ୍ପର୍କରେ ୨୦୧୫-୧୬ ମସିହାରୁ ଦୈନିକ ’ଧରିତ୍ରୀ’ରେ ବାରମ୍ବାର ଖବର ପ୍ରକାଶ ପାଇଥିଲା। ଏପରିକି ୨୦୧୯ ମାର୍ଚ୍ଚ ୧୭ରେ ‘ଅର୍ଥ ମିଳିଲାନି, ଗ୍ରାମବାସୀ କଲେ ଜରାଜୀର୍ଣ୍ଣ ଟୁଙ୍ଗୀ ମରାମତି’ ଶୀର୍ଷକ ତଥ୍ୟଭିତ୍ତିକ ଉପସ୍ଥାପନା ଧରିତ୍ରୀରେ ପ୍ରକାଶ ପାଇବା ପରେ ପ୍ରଶାସନ ସହଯୋଗର ହାତ ବଢାଇଥିଲା। ବ୍ଲକ ପ୍ରଶାସନ ମାତ୍ର ୨୫ ହଜାର ଟଙ୍କା ସହାୟତା ଦେଇ ଚୁପ୍ ବସିପଡିଥିଲା। ୨୦୨୦ ଓ ୨୦୨୧ ମସିହାରେ ବାରମ୍ବାର ଭିନ୍ନ ଶୈଳୀରେ ଉକ୍ତ ଟୁଙ୍ଗୀ ଉପରେ ଫୋକସ କରାଯାଇଥିଲା। ପରେ ବିଧାୟକ ଅନୁଦାନ ପାଣ୍ଠିରୁ ୧ ଲକ୍ଷ ଟଙ୍କା, ଗ୍ରାମପଞ୍ଚାୟତ ପକ୍ଷରୁ ୧ ଲକ୍ଷ ଟଙ୍କା ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ୩ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ମିଳିବା ପରେ ଏହି ଜରାଜୀର୍ଣ୍ଣ ଟୁଙ୍ଗି ଆଜି ନୂଆ ରୂପରେ ସଜେଇ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି। ବିଶେଷ କରି ‘ଧରିତ୍ରୀ’ର ସ୍ବତନ୍ତ୍ର ପ୍ରୟାସକୁ ଗ୍ରାମବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଉଛୁ ବୋଲି ରାଘବ ବିଶ୍ୱାଳ, ପ୍ରଭାକର ବିଶ୍ବାଳ, ସମିତି କୁମାର ଜଗଦ୍ଦେବ, ଅନିଲ ଜଗଦ୍ଦେବ, ରଙ୍କନିଧି ବଳିୟାରସିଂହ, ପ୍ରଶାନ୍ତ କୁମାର ଜଗଦ୍ଦେବ, ନିବାସ କୁମାର ସାମନ୍ତରାୟ, ସୁରେନ୍ଦ୍ର ଜୟସିଂହ ଏବଂ ଦୁର୍ଯ୍ୟୋଧନ ବିଶ୍ୱାଳ ପ୍ରମୁଖ ପ୍ରକାଶ କରିଛନ୍ତି।
The post ନୂଆ ରୂପରେ ସଜେଇ ହେଲା ଭାଗବତ ଟୁଙ୍ଗି appeared first on Dharitri Odia News.