ବୃଦ୍ଧି ପାଉଛି କି ଭାରତୀୟ ମହିଳାଙ୍କ ମୋଟାପଣ ? ଦୈନିକ ଆପଣାନ୍ତୁ ୭ ସରଳ ଅଭ୍ୟାସ
ନୂଆଦିଲ୍ଲୀ ୨୧।୦୫: ଦିନକୁ ଦିନ ବୃଦ୍ଧି ପାଉଛି ମୋଟାପଣ । ଖାସ୍ କରି ଭାରତୀୟ ମହିଳାଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି । ବିଶେଷ କରି ସହରାଞ୍ଚଳରେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (NFHS-5) ଅନୁଯାୟୀ, ୧୫-୪୯ ବର୍ଷ ବୟସର ପ୍ରାୟ ୨୪% ଭାରତୀୟ ମହିଳା ଅଧିକ ଓଜନ କିମ୍ବା ମେଦବହୁଳ। ଅର୍ଥାତ୍, ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣଙ୍କୁ ଗ୍ରାସିଛି ମୋଟାପଣ । ଏହି ଓଜନ ବୃଦ୍ଧି ଜୀବନଶୈଳୀରେ ପରିବର୍ତ୍ତନ ଆଣିଥାଏ । ଏକ ନୂତନ ଅଧ୍ୟୟନ ଅନୁଯାୟୀ,ମହିଳାଙ୍କ କ୍ଷେତ୍ରରେ ମୋଟାପଣ ଆସ୍ତେ ଆସ୍ତେ PCOS, ବନ୍ଧ୍ୟାପଣ, ଗର୍ଭାବସ୍ଥା ମଧୁମେହ, ଗର୍ଭପାତ ଏବଂ ପ୍ରସବ ସମୟରେ ଜଟିଳତା ଆଡ଼କୁ ଠେଲି ଦେଉଛି। ତେବେ ଏହି ମୋଟାପଣକୁ କିଛି ସରଳ ଉପାୟରେ ବଦଳାଇ ହେବ । ଆସନ୍ତୁ ଜାଣିବା...ପ୍ରୋଟିନ୍ ଯୁକ୍ତ ଉଷୁମ ପାଣି ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତୁଦିନର ଆରମ୍ଭ ସାଧାରଣତଃ ଚା ସହିତ ହେବା ଏକ ସାଧାରଣ କଥା । କିନ୍ତୁ ସକାଳୁ ଏପରି କିଛି ପିଇବା ଦରକାର ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ସକାଳୁ ଗରମ ପାଣି ସହିତ ଚିମୁଟାଏ ଡାଲଚିନି ଏବଂ କିଛି ଭିଜା ଯାଇଥିବା ଚିଆସିଡ୍ ପିଅନ୍ତୁ । ଏହା କେବଳ ପେଟକୁ ଶାନ୍ତ କରିନଥାଏ ବରଂ ମେଟାବୋଲିଜିମ୍ ମଧ୍ୟ ବୃଦ୍ଧି କରିଥାଏ।ଭାରତୀୟଙ୍କ ସକାଳ ଜଳଖିଆରେ ସାଧାରଣତଃ ପ୍ରୋଟିନର ଅଭାବ ଥାଏ। ଗୋଟିଏ ଚାମଚ ଭିଜା ଚିଆସିଡ୍ ପ୍ରୋଟିନ୍କୁ ବଢାଇଥାଏ ଏବଂ ଏହା ଭୋକ ନିୟନ୍ତ୍ରଣ କରିବାରେ ମଧ୍ୟ ସା
ନୂଆଦିଲ୍ଲୀ ୨୧।୦୫: ଦିନକୁ ଦିନ ବୃଦ୍ଧି ପାଉଛି ମୋଟାପଣ । ଖାସ୍ କରି ଭାରତୀୟ ମହିଳାଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି । ବିଶେଷ କରି ସହରାଞ୍ଚଳରେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (NFHS-5) ଅନୁଯାୟୀ, ୧୫-୪୯ ବର୍ଷ ବୟସର ପ୍ରାୟ ୨୪% ଭାରତୀୟ ମହିଳା ଅଧିକ ଓଜନ କିମ୍ବା ମେଦବହୁଳ। ଅର୍ଥାତ୍, ପ୍ରତି ଚାରି ଜଣଙ୍କ ମଧ୍ୟରୁ ଜଣଙ୍କୁ ଗ୍ରାସିଛି ମୋଟାପଣ ।
ଏହି ଓଜନ ବୃଦ୍ଧି ଜୀବନଶୈଳୀରେ ପରିବର୍ତ୍ତନ ଆଣିଥାଏ । ଏକ ନୂତନ ଅଧ୍ୟୟନ ଅନୁଯାୟୀ,ମହିଳାଙ୍କ କ୍ଷେତ୍ରରେ ମୋଟାପଣ ଆସ୍ତେ ଆସ୍ତେ PCOS, ବନ୍ଧ୍ୟାପଣ, ଗର୍ଭାବସ୍ଥା ମଧୁମେହ, ଗର୍ଭପାତ ଏବଂ ପ୍ରସବ ସମୟରେ ଜଟିଳତା ଆଡ଼କୁ ଠେଲି ଦେଉଛି। ତେବେ ଏହି ମୋଟାପଣକୁ କିଛି ସରଳ ଉପାୟରେ ବଦଳାଇ ହେବ । ଆସନ୍ତୁ ଜାଣିବା...
ପ୍ରୋଟିନ୍ ଯୁକ୍ତ ଉଷୁମ ପାଣି ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତୁ
ଦିନର ଆରମ୍ଭ ସାଧାରଣତଃ ଚା ସହିତ ହେବା ଏକ ସାଧାରଣ କଥା । କିନ୍ତୁ ସକାଳୁ ଏପରି କିଛି ପିଇବା ଦରକାର ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ସକାଳୁ ଗରମ ପାଣି ସହିତ ଚିମୁଟାଏ ଡାଲଚିନି ଏବଂ କିଛି ଭିଜା ଯାଇଥିବା ଚିଆସିଡ୍ ପିଅନ୍ତୁ । ଏହା କେବଳ ପେଟକୁ ଶାନ୍ତ କରିନଥାଏ ବରଂ ମେଟାବୋଲିଜିମ୍ ମଧ୍ୟ ବୃଦ୍ଧି କରିଥାଏ।
ଭାରତୀୟଙ୍କ ସକାଳ ଜଳଖିଆରେ ସାଧାରଣତଃ ପ୍ରୋଟିନର ଅଭାବ ଥାଏ। ଗୋଟିଏ ଚାମଚ ଭିଜା ଚିଆସିଡ୍ ପ୍ରୋଟିନ୍କୁ ବଢାଇଥାଏ ଏବଂ ଏହା ଭୋକ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ। ଏହା ଏକ ଛୋଟ ପ୍ରୟାସ କିନ୍ତୁ ଏହା ଚର୍ବି ଭାଙ୍ଗିବାରେ ସାହାଯ୍ୟ କରେ ।
ଚାଲିବା ପାଇଁ ପ୍ରାୟତଃ ବିଶେଷଜ୍ଞ କହିଥାନ୍ତି । କିନ୍ତୁ ଘାସ ଉପରେ ଖାଲି ପାଦରେ ଚାଲିବା କଥା ଅନେକ କମ୍ ଜାଣିଥିବେ । ଘାସରେ ଚାଲିବା ଦ୍ବାରା ପାଦରେ ଏଗୁ଼ଡିକ ଦାବି ହୋଇଥାଏ । ଯାହା ସ୍ନାୟୁତନ୍ତ୍ରକୁ ଶାନ୍ତ କରେ, ଏବଂ କର୍ଟିସୋଲ ଭଳି ହରମୋନଗୁଡ଼ିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
ସକାଳର ସୂର୍ଯ୍ୟକିରଣରେ ଅଳ୍ପ ସମୟ ଚାଲିବା ଶରୀରକୁ ଭିଟାମିନ୍ ଡି ମିଳିଥାଏ । ଯାହା ପ୍ରାୟତଃ ଭାରତୀୟ ମହିଳାମାନଙ୍କଠାରେ ଅଭାବ ଦେଖା ଦେଇଥାଏ । ଭିଟାମିନ୍ ଡି ପାଇଁ ୧୦ ମିନିଟ୍ ଘାସରେ ଚାଲିବା ଉଚିତ୍ ।
ଏକ ଲୋକପ୍ରିୟ ଭୁଲ ଧାରଣା ହେଉଛି ଯେ ମଧ୍ୟାହ୍ନ ଭୋଜନ ହାଲୁକା ଏବଂ ରାତ୍ରୀ ଭୋଜନ ଭାରୀ। କିନ୍ତୁ ଦିନର ଆରମ୍ଭରେ ମେଟାବୋଲିଜିମ୍ ଶକ୍ତିଶାଳୀ ହୋଇଥିବାରୁ ଶରୀର ଦିନବେଳା ଖାଦ୍ୟକୁ ଭଲ ଭାବରେ ହଜମ କରିଥାଏ। ଦିନ ୧୨:୩୦ ରୁ ୨ଟା ମଧ୍ୟରେ ମୁଖ୍ୟ ଖାଦ୍ୟ ଖାଇବା ସର୍କେଡିଆନ୍ ସହିତ ସମନ୍ୱୟ ରକ୍ଷା କରେ । ଯାହା ଚର୍ବି ଘଟାଇବାରେ ସାହାଯ୍ୟ କରିଥାଏ । ବାଜରା, ପନିପରିବା, ଘିଅ, ଲଙ୍କା ଏବଂ ଦହି ଭଳି କିଛି ସନ୍ତୁଳିତ ଖାଦ୍ୟ ମଧ୍ୟାହ୍ନ ଭୋଜନରେ ଖାଇବା ଉଚିତ୍ । ଏହା ଅନ୍ତନଳୀର ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ ଏବଂ ସନ୍ଧ୍ୟାରେ ଭୋକ କମାଇଥାଏ।
ଖାଦ୍ୟକୁ ସବୁବେଳେ ଚୋବାଇ ଖାଆନ୍ତୁ । ପ୍ରତ୍ୟେକ ଥର ଅତି କମରେ ୨୦ଥର ଚୋବାନ୍ତୁ। ଏହା ଓଜନ ନିୟନ୍ତ୍ରଣ ପାଇଁ ସବୁଠାରୁ ଲାଭଦାୟକ କୌଶଳ ମଧ୍ୟରୁ ଗୋଟିଏ। ଏପରି କରିବା ଦ୍ବାରା ପାଚନ ଶକ୍ତି ଉନ୍ନତ ହୋଇଥାଏ । ଏହି ଛୋଟ କାମ ଶରୀର ଉପରେ ପକାଇପାରେ ବଡ ପ୍ରଭାବ ।
ସନ୍ଧ୍ୟାରେ ଭୋକ ଲାଗିଲେ ଅଧିକାଂଶ ଭାରତୀୟଙ୍କ ଘରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖିଆଯାଏ । ଯେପରିକି ବିସ୍କୁଟ, ନମକିନ୍ କିମ୍ବା ମିଠା ଚା। ଏହା ବଦଳରେ ହଳଦୀ ସହିତ ଭଜା ମଖାନା, ଜୁଆଣି ମିଶା ଗରମ ପାଣି କିମ୍ବା ଘରେ ତିଆରି ମେଥି ଲଡୁ ଭଳି ହର୍ବାଲ ଖାଦ୍ୟ ମେଟାବୋଲିଜିମ୍ ପାଇଁ ଅନୁକୂଳ ବିକଳ୍ପ ହୋଇଥାଏ । ଏହି ଖାଦ୍ୟ ଭୋକକୁ ନିୟନ୍ତ୍ରଣ କରେ । ଏହା ହରମୋନ୍ ସନ୍ତୁଳନ ମଧ୍ୟ ବଜାୟ ରଖେ । ଯାହା ମହିଳାମାନଙ୍କ ପାଇଁ ବିଶେଷକରି ଖାସ୍ ।
ଶୋଇବା ପୂର୍ବରୁ ଖାଇବା ଓଜନ ବୃଦ୍ଧିର ଏକ ପ୍ରମୁଖ କାରଣ । ତଥାପି ଅନେକ ଏହାକୁ ଅଣଦେଖା କରିଥାନ୍ତି । ରାତ୍ରୀ ଭୋଜନ ଏବଂ ଶୋଇବା ସମୟ ମଧ୍ୟରେ ଅତି କମରେ ୩ଘଣ୍ଟାର ବ୍ୟବଧାନ ରଖିବା ଉଚିତ୍ ।
ଏପରି କରିବା ଦ୍ବାରା ହଜମ ପ୍ରକ୍ରିୟା ସଠିକ୍ ରହିଥାଏ ଏବଂ ନିଦ ଭଲ ହୋଇଥାଏ । ସୁପ୍, ଭଜା ପନିପରିବା କିମ୍ବା ଖିଚଡି ପରି କିଛି ହାଲୁକା ରାତ୍ରୀ ଭୋଜନ କରିବା ଉଚିତ୍।
ଶୋଇବା ପୂର୍ବରୁ ଡାଏରୀ ଲେଖିବା କିମ୍ବା ଆପଣଙ୍କ ଶରୀର ପ୍ରତି କୃତଜ୍ଞତା ଅଭ୍ୟାସ କରିବା ଶୋଇବାକୁ ଯିବା ପୂର୍ବରୁ ଦିନସାରା କଣ କଲେ ସେଥିରୁ ଗୋଟିଏ କିମ୍ବା ୨ଟି ଧାଡି ଲେଖିବା ଉଚିତ୍ । ଏପରି କରିବା ଦ୍ବାରା ମନ ଶାନ୍ତି ଏବଂ ଚିନ୍ତା ହ୍ରାସ ପାଇଥାଏ । ଏବଂ ସ୍ବାସ୍ଥ୍ୟ ସୁସ୍ଥ ରହିଥାଏ ।