ଆତଙ୍କୀଙ୍କ ଘରକୁ ଯାଉଥିଲେ ମେହବୁବା ମୁଫତୀ, କାଶ୍ମୀରୀ ପଣ୍ଡିତଙ୍କୁ କିଏ ମାରିଲା; ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲା ପିଡିପି ମୁଖ୍ୟ ମେହବୁବା ମୁଫତୀଙ୍କୁ ଟାର୍ଗେଟ୍ କରିଛନ୍ତି । ପହଲଗାମ ଆକ୍ରମଣ ପଛରେ ସ୍ଥାନୀୟ ଲୋକଙ୍କ ସମର୍ଥନ ଥିବା କହିବା ପରେ ମେହବୁବା ସମାଲୋଚନା କରିଥିଲେ । ଏହାକୁ ନେଇ ଏବେ ମେହାବୁବାଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି ଫାରୁକ ଅବଦୁଲା । ଫାରୁକ କହିଛନ୍ତି, ‘୩୪ ବର୍ଷ ହୋଇଗଲା । କିଏ ଆରମ୍ଭ କଲା ଏହାକୁ । ବାହାରକୁ ଯାଇ ଫେରିଥିବା ଲୋକମାନେ କିଏ । ଆମ ପଣ୍ଡିତ ଭାଇଙ୍କୁ ଏଠାରୁ ବାହାର କରିଥିବା ଲୋକ କିଏ ଥିଲେ । ଏହାର ଉତ୍ତର ଦିଅନ୍ତୁ । ମୁଁ ଯେଉଁ ସ୍ଥାନକୁ ଯାଇପାରୁ ନଥିଲି, ସେଠାକୁ ଇଏ (ମେହବୁବା ମୁଫତୀ) ଯାଉଥିଲେ...ସେହି ଆତଙ୍କୀଙ୍କ ଘରକୁ ।‘ ଫାରୁକ ଅବଦୁଲ୍ଲା କହିଛନ୍ତି, 'ଏଠି ସହିଦ ହୋଇଥିବା ପର୍ଯ୍ୟଟକଙ୍କ ପରିବାର କହୁଛି, ସେହି ନବବିବାହିତ ଝିଅଙ୍କୁ କହିବାକୁ ଚାହୁଁଛି..ମୁଁ ବି ସେତିକି କାନ୍ଦିଛି, ଯେତେକି ଆପଣ କାନ୍ଦିଛନ୍ତି । ଆଜି ବି ଆମକୁ ନିଦ ଆସୁନି । ମାନବତାକୁ ହତ୍ୟା କରୁଥିବା ରାକ୍ଷସମାନେ ଆଜି ବି କିପରି ବଞ୍ଚି ରହିଛନ୍ତି । ଏହି ଦୁଃଖ ସମୟରେ ସମସ୍ତେ ଆପଙ୍କ ସହ ଅଛନ୍ତି । ଏହି ବଳିଦାନ ବ୍ୟର୍ଥ ଯିବନି । ଏହାର ପ୍ରତିଶୋଧ ନିଆଯିବ । ଆକ୍ରମଣକାରୀ ଭାବୁଛନ୍ତି ପହଲଗାମରେ ଆକ୍ରମଣ କରି ଜିତି ଯିବେ, କିନ୍ତୁ ସେମାନେ କେବେ ଜିତିପାରିବେନି ।'#WATCH | J&K | On #PahalgamTerroristAttack, NC chief Farooq

ଆତଙ୍କୀଙ୍କ ଘରକୁ ଯାଉଥିଲେ ମେହବୁବା ମୁଫତୀ, କାଶ୍ମୀରୀ ପଣ୍ଡିତଙ୍କୁ କିଏ ମାରିଲା; ଫାରୁକ୍ ଅବଦୁଲ୍ଲା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲା ପିଡିପି ମୁଖ୍ୟ ମେହବୁବା ମୁଫତୀଙ୍କୁ ଟାର୍ଗେଟ୍ କରିଛନ୍ତି । ପହଲଗାମ ଆକ୍ରମଣ ପଛରେ ସ୍ଥାନୀୟ ଲୋକଙ୍କ ସମର୍ଥନ ଥିବା କହିବା ପରେ ମେହବୁବା ସମାଲୋଚନା କରିଥିଲେ । ଏହାକୁ ନେଇ ଏବେ ମେହାବୁବାଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି ଫାରୁକ ଅବଦୁଲା । ଫାରୁକ କହିଛନ୍ତି, ‘୩୪ ବର୍ଷ ହୋଇଗଲା । କିଏ ଆରମ୍ଭ କଲା ଏହାକୁ । ବାହାରକୁ ଯାଇ ଫେରିଥିବା ଲୋକମାନେ କିଏ । ଆମ ପଣ୍ଡିତ ଭାଇଙ୍କୁ ଏଠାରୁ ବାହାର କରିଥିବା ଲୋକ କିଏ ଥିଲେ । ଏହାର ଉତ୍ତର ଦିଅନ୍ତୁ । ମୁଁ ଯେଉଁ ସ୍ଥାନକୁ ଯାଇପାରୁ ନଥିଲି, ସେଠାକୁ ଇଏ (ମେହବୁବା ମୁଫତୀ) ଯାଉଥିଲେ...ସେହି ଆତଙ୍କୀଙ୍କ ଘରକୁ ।‘ 

ଫାରୁକ ଅବଦୁଲ୍ଲା କହିଛନ୍ତି, 'ଏଠି ସହିଦ ହୋଇଥିବା ପର୍ଯ୍ୟଟକଙ୍କ ପରିବାର କହୁଛି, ସେହି ନବବିବାହିତ ଝିଅଙ୍କୁ କହିବାକୁ ଚାହୁଁଛି..ମୁଁ ବି ସେତିକି କାନ୍ଦିଛି, ଯେତେକି ଆପଣ କାନ୍ଦିଛନ୍ତି । ଆଜି ବି ଆମକୁ ନିଦ ଆସୁନି । ମାନବତାକୁ ହତ୍ୟା କରୁଥିବା ରାକ୍ଷସମାନେ ଆଜି ବି କିପରି ବଞ୍ଚି ରହିଛନ୍ତି । ଏହି ଦୁଃଖ ସମୟରେ ସମସ୍ତେ ଆପଙ୍କ ସହ ଅଛନ୍ତି । ଏହି ବଳିଦାନ ବ୍ୟର୍ଥ ଯିବନି । ଏହାର ପ୍ରତିଶୋଧ ନିଆଯିବ । ଆକ୍ରମଣକାରୀ ଭାବୁଛନ୍ତି ପହଲଗାମରେ ଆକ୍ରମଣ କରି ଜିତି ଯିବେ, କିନ୍ତୁ ସେମାନେ କେବେ ଜିତିପାରିବେନି ।'

ଉଲ୍ଲେଖଯୋଗ୍ୟ ଏପ୍ରିଲ୍ ୨୨ ଫାରୁକ ଅବଦୁଲା କହିଥିଲେ ଯେ ବିନା ସମର୍ଥନରେ ପହଲଗାମ ପରି ଆକ୍ରମଣ ହୋଇପାରିବ ନାହିଁ । ଯାହାକୁ ମେହବୁବା ମୁଫତୀ ନିନ୍ଦା କରିଥିଲେ । ପିଡିପି ଅଧ୍ୟକ୍ଷ ଅବଦୁଲ୍ଲାଙ୍କ ଟିପ୍ପଣୀକୁ ବିଭ୍ରାନ୍ତିକର ଓ ଘାତକ କହିଥିଲେ ।