ରତ୍ନଭଣ୍ଡାର ମରାମତି ସରିବା ପରେ ହେବ ଗଣତି, ମଣତି- ଜଷ୍ଟିସ ବିଶ୍ୱନାଥ ରଥ

ପୁରୀ ୨୯।୦୭ : ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଶେଷ। ଏହି ବୈଠକ ସରିବା ପରେ କମିଟି ମୁଖ୍ୟ ଜଷ୍ଟିସ ବିଶ୍ୱନାଥ ରଥ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ରତ୍ନଭଣ୍ଡାର ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କରାଯିବ। ଏହାପରେ ମରାମତି କାରାଯିବ। ଉନ୍ନତ ବୈଷୟିକ ବ୍ୟବସ୍ଥାରେ ମରାମତି କାରାଯିବ।ରତ୍ନଭଣ୍ଡାର ମରାମତି ପାଇଁ ପରିଚାଳନା କମିଟି ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ନୀତି ଓ ଦର୍ଶନ ବ୍ୟବସ୍ଥାରେ ବ୍ୟାଘାତ ନକରି ରତ୍ନଭଣ୍ଡାର ମରାମତି ପାଇଁ ଗୁରୁତ୍ୱ ଦିଆଯିବା। ମରାମତି ପରେ ଅଳଙ୍କାର ମଣତି ଗଣତି ନେଇ ଆଲୋଚନା ହେବ।ସୂଚନାନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସୋମବାର ରତ୍ନଭଣ୍ଡାର ସ୍ଵତନ୍ତ୍ର ତଦାରଖ କମିଟି ବୈଠକ ବସିଥିଲା। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ ବୈଠକ ହୋଇଥିଲା।

ରତ୍ନଭଣ୍ଡାର ମରାମତି ସରିବା ପରେ ହେବ ଗଣତି, ମଣତି- ଜଷ୍ଟିସ ବିଶ୍ୱନାଥ ରଥ

ପୁରୀ ୨୯।୦୭ : ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଶେଷ। ଏହି ବୈଠକ ସରିବା ପରେ କମିଟି ମୁଖ୍ୟ ଜଷ୍ଟିସ ବିଶ୍ୱନାଥ ରଥ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ରତ୍ନଭଣ୍ଡାର ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କରାଯିବ। ଏହାପରେ ମରାମତି କାରାଯିବ। ଉନ୍ନତ ବୈଷୟିକ ବ୍ୟବସ୍ଥାରେ ମରାମତି କାରାଯିବ।

ରତ୍ନଭଣ୍ଡାର ମରାମତି ପାଇଁ ପରିଚାଳନା କମିଟି ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ନୀତି ଓ ଦର୍ଶନ ବ୍ୟବସ୍ଥାରେ ବ୍ୟାଘାତ ନକରି ରତ୍ନଭଣ୍ଡାର ମରାମତି ପାଇଁ ଗୁରୁତ୍ୱ ଦିଆଯିବା। ମରାମତି ପରେ ଅଳଙ୍କାର ମଣତି ଗଣତି ନେଇ ଆଲୋଚନା ହେବ।

ସୂଚନାନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସୋମବାର ରତ୍ନଭଣ୍ଡାର ସ୍ଵତନ୍ତ୍ର ତଦାରଖ କମିଟି ବୈଠକ ବସିଥିଲା। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସଆଇ ସହ ବୈଠକ ହୋଇଥିଲା।