ଘରର ଉନ୍ନତି କରୁଥିବା ବୃକ୍ଷ: ଲଗାଇବା ଅତ୍ୟନ୍ତ ଶୁଭ, ହେବ ଐଶ୍ୱର୍ଯ୍ୟ ବୃଦ୍ଧି

ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି ବି କିଛି ବୃକ୍ଷଲତା ରହିଛି ଯାହାକୁ ଘର ଅଗଣାରେ ହେଉ ଅଥବା ବାଡ଼ି ବଗିଚାରେ ଲଗାଇଲେ ଘରର ଉନ୍ନତି ହେବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି.. * ତୁଳସୀ ଗଛକୁ ପବିତ୍ରତାର ପ୍ରତୀକ ବୋଲି କୁହାଯାଇଥାଏ। ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାରେ ଏହା ବେଶ୍‌ ସହାୟକ ହୋଇଥାଏ। ତେବେ ଘରର ଉତ୍ତର ଦିଗ କିମ୍ବା ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛକୁ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। * […] The post ଘରର ଉନ୍ନତି କରୁଥିବା ବୃକ୍ଷ: ଲଗାଇବା ଅତ୍ୟନ୍ତ ଶୁଭ, ହେବ ଐଶ୍ୱର୍ଯ୍ୟ ବୃଦ୍ଧି appeared first on Dharitri Odia News.

ଘରର ଉନ୍ନତି କରୁଥିବା ବୃକ୍ଷ:  ଲଗାଇବା ଅତ୍ୟନ୍ତ ଶୁଭ, ହେବ ଐଶ୍ୱର୍ଯ୍ୟ ବୃଦ୍ଧି

ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି ବି କିଛି ବୃକ୍ଷଲତା ରହିଛି ଯାହାକୁ ଘର ଅଗଣାରେ ହେଉ ଅଥବା ବାଡ଼ି ବଗିଚାରେ ଲଗାଇଲେ ଘରର ଉନ୍ନତି ହେବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି..

* ତୁଳସୀ ଗଛକୁ ପବିତ୍ରତାର ପ୍ରତୀକ ବୋଲି କୁହାଯାଇଥାଏ। ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାରେ ଏହା ବେଶ୍‌ ସହାୟକ ହୋଇଥାଏ। ତେବେ ଘରର ଉତ୍ତର ଦିଗ କିମ୍ବା ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛକୁ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।

* ସେହିପରି ଘରେ କିମ୍ବା ଘର ନିକଟରେ ନିମ୍ବ ଗଛ ରହିବା ଶୁଭସୂଚକ ହୋଇଥାଏ। କାରଣ ଏହା ପଜିଟିଭ୍‌ ଏନର୍ଜି ପ୍ରଦାନ କରିଥାଏ।

* କୁହାଯାଏ, କଦଳୀ ଗଛର ଛାଇରେ ବସି ବିଦ୍ୟାର୍ଥୀ ପାଠ ପଢ଼ିଲେ ପାଠ ଶୀଘ୍ର ମନେ ରହିଯାଏ। ଏହି ଗଛ ସ୍ମରଣ ଶକ୍ତିକୁ ବଢ଼ାଇଥାଏ। ତେଣୁ ଏହି ଗଛକୁ ଚାହିଁଲେ ଘର ଅଗଣାରେ କିମ୍ବା ବାଡିପଟେ ଲଗାଇ ଶୁଭଫଳ ପାଇପାରିବେ।

* ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ କଣ୍ଟାଥିବା କୌଣସି ଗଛ ଲଗାଇବା ଉଚିତ୍‌ ନୁହେଁ। କିନ୍ତୁ ଗୋଲାପ ଗଛ ଲଗାଇହେବ। କାରଣ ଏହା ଘରର ସଦସ୍ୟଙ୍କ ଭିତରେ ସ୍ନେହ, ପ୍ରେମ, ଭଲପାଇବା ବୃଦ୍ଧି କରାଇବା ସହ ଐଶ୍ୱର୍ଯ୍ୟ ବୃଦ୍ଧି କରାଇଥାଏ।

* ସେହିପରି ଧଳା ଅପରାଜିତା ଫୁଲ ଗଛ ଘରେ ଲଗାଇଲେ ଘରେ ଧନବୃଦ୍ଧି ହୁଏ ବୋଲି ବିଶ୍ୱାସ କରାଯାଏ।

The post ଘରର ଉନ୍ନତି କରୁଥିବା ବୃକ୍ଷ: ଲଗାଇବା ଅତ୍ୟନ୍ତ ଶୁଭ, ହେବ ଐଶ୍ୱର୍ଯ୍ୟ ବୃଦ୍ଧି appeared first on Dharitri Odia News.