ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼
ହାଇଦ୍ରାବାଦ,୨୨ା୧୨:ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ‘ପୁଷ୍ପା-୨: ଦି ରୁଲ୍’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ତାଙ୍କ ୮ ବର୍ଷର ପୁଅ ଗୁରୁତର ହୋଇଥିଲେ। ଏହାର ପ୍ରତିବାଦରେ ଓସ୍ମାନିଆ ୟୁନିସର୍ଭିଟି ମିଳିତ କାର୍ଯ୍ୟାନୁଷ୍ଠାନ କମିଟି (ଓସିଜେଏସି)ର ସ୍ବୀକୃତିପ୍ରାପ୍ତ ଏକ ସଂଗଠନର ସଦସ୍ୟମାନେ ରବିବାର ତେଲୁଗୁ ଅଭିନେତା ଅଲ୍ଲୁଙ୍କ ଜୁବିଲି ହିଲ୍ସସ୍ଥିତ ବାସଭବନରେ ଧସେଇ ପଶି ଭଙ୍ଗାରୁଜା କରିଛନ୍ତି। ବିକ୍ଷୋଭକାରୀମାନେ ଅଭିନେତାଙ୍କ […] The post ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼ appeared first on Dharitri Odia News.
ହାଇଦ୍ରାବାଦ,୨୨ା୧୨:ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ‘ପୁଷ୍ପା-୨: ଦି ରୁଲ୍’ ଚଳଚ୍ଚିତ୍ରର ପ୍ରିମିୟର ଚାଲିଥିବାବେଳେ ଅଭିନେତା ଅଲ୍ଲୁ ଅର୍ଜୁନ ହଠାତ୍ ସେଠାରେ ପହଞ୍ଚତ୍ୟିବାରୁ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ତାଙ୍କ ୮ ବର୍ଷର ପୁଅ ଗୁରୁତର ହୋଇଥିଲେ। ଏହାର ପ୍ରତିବାଦରେ ଓସ୍ମାନିଆ ୟୁନିସର୍ଭିଟି ମିଳିତ କାର୍ଯ୍ୟାନୁଷ୍ଠାନ କମିଟି (ଓସିଜେଏସି)ର ସ୍ବୀକୃତିପ୍ରାପ୍ତ ଏକ ସଂଗଠନର ସଦସ୍ୟମାନେ ରବିବାର ତେଲୁଗୁ ଅଭିନେତା ଅଲ୍ଲୁଙ୍କ ଜୁବିଲି ହିଲ୍ସସ୍ଥିତ ବାସଭବନରେ ଧସେଇ ପଶି ଭଙ୍ଗାରୁଜା କରିଛନ୍ତି। ବିକ୍ଷୋଭକାରୀମାନେ ଅଭିନେତାଙ୍କ ଘର ପାଚେରି ଉପରେ ଚଢ଼ି ତାଙ୍କ ଘରକୁ ଟମାଟୋ ମାଡ଼ କରିଥିଲେ। ଏଥିସହିତ ସେମାନେ ଅଗଣାରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରଖାଯାଇଥିବା ଗଛଗୁଡ଼ିକୁ ନଷ୍ଟ କରିଦେଇଥିଲେ। ସେଠାରେ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଥିଲା। ବିକ୍ଷୋଭକାରୀମାନେ ଅଭିନେତାଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଦଳାଚକଟାରେ ପ୍ରାଣ ହରାଇଥିବା ମହିଳାଙ୍କ ପାଇଁ ନ୍ୟାୟ ଦାବି କରିଥିଲେ। ପୋଲିସ ପହଞ୍ଚତ୍ ୮ ଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି।
ସୂଚନାଯୋଗ୍ୟ, ଦଳାଚକଟା ଘଟଣାରେ ଅଲ୍ଲୁଙ୍କୁ ଗିରଫ କରାଯାଇଥିବାବେଳେ ସେ ତେଲଙ୍ଗାନା ହାଇକୋର୍ଟରୁ ଜାମିନ ପାଇ ପରଦିନ ମୁକୁଳିଥିଲେ। ତେବେ ବିନା ଅନୁମତିରେ ଅଭିନେତା ଥିଏଟରରେ ପହଞ୍ଚତ୍ବାକୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ଶନିବାର ସମାଲୋଚନା କରିଥିଲେ। ଦଳାଚକଟା ପରେ ପୁଷ୍ପା-୨ ଫିଲ୍ମ ହିଟ୍ ହେବ ବୋଲି ଅଲ୍ଲୁ କହିଥିବା ଏଆଇଏମ୍ଆଇଏମ୍ ବିଧାୟକ ଆକବରୁଦ୍ଦିନ୍ ଓଓ୍ବାଇସି ଅଭିଯୋଗ ଆଣିଥିଲେ। ଏହି ଘଟଣା ପରେ ଅଲ୍ଲୁ ତୁରନ୍ତ ଏକ ଖବରଦାତା ସମ୍ମିଳନୀ ଡାକି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଚରିତ୍ର ସଂହାର ପାଇଁ ଉଦ୍ୟମ ହେଉଥିବା କହିଥିଲେ।
The post ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼ appeared first on Dharitri Odia News.