'୨ ଦିନ ହେଲା ଖାଇ ନଥିଲି କି ପିଇ ନଥିଲି'
ପ୍ୟାରିସ ଅଲିମ୍ପିକ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ହାରିଯିବା ପରେ ଦୁଃଖ ପ୍ରକାଶ କରିଛନ୍ତି ବକ୍ସର ନିକହତ ଜରିନ।
ବକ୍ସିଂରେ ଦୁଇ ଥରର ବିଶ୍ୱ ଚାମ୍ପିୟନ ନିକହତ ଜରିନଙ୍କ ପ୍ୟାରିସ ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଛି। ଦେଶ ପାଇଁ କୌଣସି ପଦକ ଆଣି ପାରିନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ନିକହତ।
ପରାଜୟ ପରେ ନିକହତ କହିଛନ୍ତି, "ମୁଁ ଖୁବ୍ ଦୁଃଖିତ, ଦେଶ ପାଇଁ ପଦକ ଜିତି ପାରିଲିନି। ଏହି ସ୍ଥାନରେ ପହଞ୍ଚିବା ପାଇଁ ମୁଁ ମୋର ସମସ୍ତ ଚେଷ୍ଟା କରିଥିଲି। ପ୍ୟାରିସ ଅଲିମ୍ପିକ୍ସ ପାଇଁ ମୁଁ ନିଜକୁ ମାନସିକ ଏବଂ ଶାରୀରିକ ସ୍ତରରେ ଭଲ ଭାବରେ ପ୍ରସ୍ତୁତ କରିଥିଲି। ହେଲେ ପଦକ ଜିତି ପାରିଲିନି।"
"ମୁଁ ଦୁଇ ଦିନ ଖାଇ ନଥିଲି, ଏପରିକି ପାଣି ମଧ୍ୟ ପିଇନଥିଲି। ଓଜନ ବଜାୟ ରଖିବା ପାଇଁ ମୁଁ ଏସବୁ କରିଥିଲି। ଆଜି ଯଦି ମୁଁ ପଦକ ଜିତିଥାନ୍ତି, ତେବେ ମୋର ଏସବୁ ପ୍ରୟାସକୁ ପ୍ରଶଂସା କରା ଯାଇଥାନ୍ତା।" କିନ୍ତୁ ବର୍ତ୍ତମାନ ଏସବୁ ବାହାନା ପରି ଲାଗିବ ବୋଲି ନିକହତ କହିଛନ୍ତି।
ପ୍ରକାଶ ଥାଉକି, ପ୍ୟାରିସ ଅଲିମ୍ପିକ୍ସର ଷଷ୍ଠ ଦିନରେ ବକ୍ସିଂରେ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲା। ଭାରତ ପକ୍ଷରୁ ନିକହତ ପ୍ରତିନ୍ଦ୍ୱନ୍ଦ୍ୱିତା କରୁ ଥିବାବେଳେ ସେ ଚୀନର ୱୁ ୟୁଙ୍କଠାରୁ ପରାସ୍ତ ହୋଇଥିଲେ। ଫଳରେ ବକ୍ସିଂରୁ ପଦକ ଆଶା ମଉଳି ଯାଇଥିଲା।