ଏନଇପି ପାଇଁ ଗଠନ ହେଲା କମିଟି : ଆସନ୍ତା ୨୧ ତାରିଖରୁ କର୍ମଶାଳା

କନକ ବ୍ୟୁରୋ : ଗଣଶିକ୍ଷା ବିଭାଗରେ ଲାଗୁ ହେବ ଏନଇପି  । ଏଥିଲାଗି ଫ୍ରେମୱାର୍କ ପ୍ରସ୍ତୁତ ହେବ । ତେବେ ରାଜ୍ୟରେ ଏନଇପି କିଭଳି କାର୍ୟ୍ୟକାରୀ ହେବ ସେ ନେଇ ଶିକ୍ଷାବିତ ସନ୍ଦେହ ପ୍ରକାଶ କଲେଣି ।  କାରଣ, ସ୍କୁଲ ଗୁଡିକରେ ଆବଶ୍ୟକୀୟ ଭିତିଭୂମି ନାହିଁ କି  ସିଲାବସ ପ୍ରସ୍ତୁତ ହୋଇନାହିଁ ।  ଆଉ ଶିକ୍ଷକଙ୍କ ଘୋର ଅଭାବ ବି ରହିଛି । ଆସନ୍ତା ଶିକ୍ଷା ବର୍ଷରୁ ଗଣଶିକ୍ଷା ବିଭାଗରେ ଲାଗୁ ହେବ ଏନଇପି । ଏହା ପରେ ଫ୍ରେମୱାର୍କ ପ୍ରସ୍ତୁତ ପାଇଁ କମିଟି ଗଠନ କରାଯାଇଛି। ୧୬ ଜଣିଆ କମିଟିର ଅଧକ୍ଷ୍ୟତା କରିବେ ଭୋପାଲର ଅବସରପ୍ରାପ୍ତ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ। ଏହା ସହ ଜାନୁଆରୀ ୨୧ରୁ ୨୩ ଯାଏଁ ଏନଇପି ପାଇଁ କର୍ମଶାଳା ହେବ। ତେବେ ଫ୍ରେମୱାର୍କ କେଉଁ ଆଧାରରେ ପ୍ରସ୍ତୁତ ହେବ- - ଜାତିୟ ଫ୍ରେମୱାର୍କକୁ ସଂପୂଣ୍ଣ ଅନୁସରଣ ନ କରି ରାଜ୍ୟର ଆବଶ୍ୟକତାକୁ ଦେଖି ପ୍ରସ୍ତୁତ ହେବ ଫ୍ରେମୱାର୍କ - ବିଭିନ୍ନ ସଂପ୍ରଦାୟ ସହ ଆଲୋଚନା କରାଯିବ- ଶିକ୍ଷକ, ଶିକ୍ଷାବିତ, ଅଭିଭାବକ, ବିଦ୍ୟାର୍ଥୀଙ୍କ ସହ ଆଲୋଚନା ହେବ- ଭାରତୀୟ ଜ୍ଞାନ ପରମ୍ପରା ସହ ରାଜ୍ୟର ଆଦିବାସୀ ପରମ୍ପରାକୁ ସ୍ଥାନିତ କରାଯିବ - ଲୋକଙ୍କ ଆଶା, ଆଙ୍କାକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବ ଫ୍ରେମୱାର୍କ  ଗଣଶିକ୍ଷା ବିଭାଗରେ ଏନଇପି ଲାଗୁ ପାଇଁ ବିଜ୍ଞପ୍ତି ଜାରି ପରେ ଓଡ଼ିଶାରେ ଏହା କିପରି କାର୍ୟ୍ୟକାରୀ ହେବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ନିଷ୍ପତି

ଏନଇପି ପାଇଁ ଗଠନ ହେଲା କମିଟି : ଆସନ୍ତା ୨୧ ତାରିଖରୁ କର୍ମଶାଳା

କନକ ବ୍ୟୁରୋ : ଗଣଶିକ୍ଷା ବିଭାଗରେ ଲାଗୁ ହେବ ଏନଇପି  । ଏଥିଲାଗି ଫ୍ରେମୱାର୍କ ପ୍ରସ୍ତୁତ ହେବ । ତେବେ ରାଜ୍ୟରେ ଏନଇପି କିଭଳି କାର୍ୟ୍ୟକାରୀ ହେବ ସେ ନେଇ ଶିକ୍ଷାବିତ ସନ୍ଦେହ ପ୍ରକାଶ କଲେଣି ।  କାରଣ, ସ୍କୁଲ ଗୁଡିକରେ ଆବଶ୍ୟକୀୟ ଭିତିଭୂମି ନାହିଁ କି  ସିଲାବସ ପ୍ରସ୍ତୁତ ହୋଇନାହିଁ ।  ଆଉ ଶିକ୍ଷକଙ୍କ ଘୋର ଅଭାବ ବି ରହିଛି ।

ଆସନ୍ତା ଶିକ୍ଷା ବର୍ଷରୁ ଗଣଶିକ୍ଷା ବିଭାଗରେ ଲାଗୁ ହେବ ଏନଇପି । ଏହା ପରେ ଫ୍ରେମୱାର୍କ ପ୍ରସ୍ତୁତ ପାଇଁ କମିଟି ଗଠନ କରାଯାଇଛି। ୧୬ ଜଣିଆ କମିଟିର ଅଧକ୍ଷ୍ୟତା କରିବେ ଭୋପାଲର ଅବସରପ୍ରାପ୍ତ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ। ଏହା ସହ ଜାନୁଆରୀ ୨୧ରୁ ୨୩ ଯାଏଁ ଏନଇପି ପାଇଁ କର୍ମଶାଳା ହେବ। ତେବେ ଫ୍ରେମୱାର୍କ କେଉଁ ଆଧାରରେ ପ୍ରସ୍ତୁତ ହେବ-

- ଜାତିୟ ଫ୍ରେମୱାର୍କକୁ ସଂପୂଣ୍ଣ ଅନୁସରଣ ନ କରି ରାଜ୍ୟର ଆବଶ୍ୟକତାକୁ ଦେଖି ପ୍ରସ୍ତୁତ ହେବ ଫ୍ରେମୱାର୍କ 
- ବିଭିନ୍ନ ସଂପ୍ରଦାୟ ସହ ଆଲୋଚନା କରାଯିବ
- ଶିକ୍ଷକ, ଶିକ୍ଷାବିତ, ଅଭିଭାବକ, ବିଦ୍ୟାର୍ଥୀଙ୍କ ସହ ଆଲୋଚନା ହେବ
- ଭାରତୀୟ ଜ୍ଞାନ ପରମ୍ପରା ସହ ରାଜ୍ୟର ଆଦିବାସୀ ପରମ୍ପରାକୁ ସ୍ଥାନିତ କରାଯିବ 
- ଲୋକଙ୍କ ଆଶା, ଆଙ୍କାକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବ ଫ୍ରେମୱାର୍କ 

ଗଣଶିକ୍ଷା ବିଭାଗରେ ଏନଇପି ଲାଗୁ ପାଇଁ ବିଜ୍ଞପ୍ତି ଜାରି ପରେ ଓଡ଼ିଶାରେ ଏହା କିପରି କାର୍ୟ୍ୟକାରୀ ହେବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ନିଷ୍ପତି ପରେ ଶିକ୍ଷାବିତ ସନ୍ଦେହ ପ୍ରକାଶ କରିଛନ୍ତି। 

କ’ଣ ରହିଛି ସମସ୍ୟା..
- ରାଜ୍ୟରେ ଏନଇପି ଲାଗୁ ପାଇଁ ନାହିଁ ଆବଶ୍ୟକୀୟ ଭିତ୍ତିଭୂମି 
- ଜାତୀୟ ଶିକ୍ଷାନୀତି ଢ଼ାଂଚାରେ ଏପର୍ୟ୍ୟନ୍ତ ସିଲାବସ୍ ପ୍ରସ୍ତୁତ ହୋଇନାହିଁ 
- ଅଙ୍ଗନବାଡ଼ି ଠୁଁ ଯୁକ୍ତ ଦୁଇ ପର୍ୟ୍ୟନ୍ତ, ଶିକ୍ଷାନୁଷ୍ଠାନରେ ଶିକ୍ଷକ ଅଭାବ 
- ୩ ବର୍ଷରୁ ପିଲାଟି ସ୍କୁଲ ଗଲେ ତାର ଦାୟିତ୍ବ ନେବା ପାଇଁ ତାଲିମପ୍ରାପ୍ତ କର୍ମଚାରୀ ନାହାନ୍ତି 

ନୂତନ ଶିକ୍ଷାବର୍ଷ ଆରମ୍ଭ ହେବା ପାଇଁ ହାତରେ ଆଉ ମାତ୍ର ଦୁଇ ମାସ ସମୟ ରହିଛି। ତେଣୁ ଏତେ କମ୍ ସମୟ ଭିତରେ ମୋହନ ସରକାର କେମିତି ଓଡିଶାରେ ଜାତୀୟ ଶିକ୍ଷାନୀତି ଲାଗୁ କରିବେ ତାହା ସନ୍ଦେହରେ ପକାଇଛି।