କୋଇଲା ଶ୍ରମିକଙ୍କ ଗାଡ଼ି ଟାଣିଲେ ରାହୁଲ, ସୋସିଆଲ ମିଡ଼ିଆରେ ଭାଇରାଲ…

ରାଞ୍ଚି,୫।୨ : କୋଇଲା ଶ୍ରମିକଙ୍କ ଭାର ବାଣ୍ଟିବାକୁ ଏକ ପ୍ରୟାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଝାଡଖଣ୍ଡର ରାମଗଡ ଜିଲାରେ ୨୦୦ କିଲୋଗ୍ରାମ କୋଇଲା ବୋଝେଇ ଯୁବ ଶ୍ରମିକଙ୍କ ସାଇକେଲକୁ ଟାଣିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସେ ରାଜ୍ୟରେ ଅଛନ୍ତି। ରାଞ୍ଚି ଯିବାବେଳେ ସେ ରାସ୍ତାରେ ୨୦୦ରୁ ୨୫୦ କିଲୋଗ୍ରାମ କୋଇଲା ନେଇ ଯାଉଥିବା ଶ୍ରମିକମାନଙ୍କୁ ଦେଖିଥିଲେ। ସେ ତାଙ୍କ ଗାଡି ଟାଣିଥିଲେ। ଏବେ ସୋସିଆଲ ମିଡ଼ିଆରେ ଏହାର ଫଟୋ ଶେୟାର କରାଯାଇଛି। କୋଇଲା […] The post କୋଇଲା ଶ୍ରମିକଙ୍କ ଗାଡ଼ି ଟାଣିଲେ ରାହୁଲ, ସୋସିଆଲ ମିଡ଼ିଆରେ ଭାଇରାଲ… appeared first on Dharitri Odia News.

କୋଇଲା ଶ୍ରମିକଙ୍କ ଗାଡ଼ି ଟାଣିଲେ ରାହୁଲ, ସୋସିଆଲ ମିଡ଼ିଆରେ ଭାଇରାଲ…

ରାଞ୍ଚି,୫।୨ : କୋଇଲା ଶ୍ରମିକଙ୍କ ଭାର ବାଣ୍ଟିବାକୁ ଏକ ପ୍ରୟାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଝାଡଖଣ୍ଡର ରାମଗଡ ଜିଲାରେ ୨୦୦ କିଲୋଗ୍ରାମ କୋଇଲା ବୋଝେଇ ଯୁବ ଶ୍ରମିକଙ୍କ ସାଇକେଲକୁ ଟାଣିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସେ ରାଜ୍ୟରେ ଅଛନ୍ତି। ରାଞ୍ଚି ଯିବାବେଳେ ସେ ରାସ୍ତାରେ ୨୦୦ରୁ ୨୫୦ କିଲୋଗ୍ରାମ କୋଇଲା ନେଇ ଯାଉଥିବା ଶ୍ରମିକମାନଙ୍କୁ ଦେଖିଥିଲେ। ସେ ତାଙ୍କ ଗାଡି ଟାଣିଥିଲେ।

ଏବେ ସୋସିଆଲ ମିଡ଼ିଆରେ ଏହାର ଫଟୋ ଶେୟାର କରାଯାଇଛି। କୋଇଲା ବୋହୁଥିବା ଶ୍ରମିକମାନେ କହିଛନ୍ତି ପ୍ରତିଦିନ ପ୍ରାୟ ୩୦-୪୦ କିଲୋମିଟର ଚାଲିବାକୁ ପଡିଥାଏ। କଠିନ ପରିଶ୍ରମ ଦୃଷ୍ଟିରୁ ଏହି କାମରୁ ଆୟ ବହୁତ କମ । ଭାରତ ନିର୍ମାଣରେ ନିୟୋଜିତ ଏହି ଶ୍ରମିକମାନଙ୍କୁ ସେମାନଙ୍କର ପରିଶ୍ରମ ସହିତ ସମାନ ଦରମା ଦିଆଯିବା ଉଚିତ, ସେମାନଙ୍କୁ ନ୍ୟାୟ ମିଳିବା ଉଚିତ, ଏହା ହେଉଛି ଯାତ୍ରାର ଉଦ୍ଦେଶ୍ୟ। ଏହି ପୋଷ୍ଟର ଉଦ୍ଦେଶ୍ୟ। ଲୋକଙ୍କ ସମସ୍ୟା ବୁଝିବା, ସେମାନଙ୍କ କଥା ଶୁଣିବା, ସେମାନଙ୍କୁ ନ୍ୟାୟ ଦେବା ଜରୁରୀ।

 

 

The post କୋଇଲା ଶ୍ରମିକଙ୍କ ଗାଡ଼ି ଟାଣିଲେ ରାହୁଲ, ସୋସିଆଲ ମିଡ଼ିଆରେ ଭାଇରାଲ… appeared first on Dharitri Odia News.