ମୋଦି-ବିଲ୍ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍ ସେବା
ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍ ଗେଟ୍ସଙ୍କୁ କହିଛନ୍ତି, ସବୁ ଗାଁ ଗାଁକୁ ଡିଜିଟାଲ ସେବା ପହଞ୍ଚିବ। ଏଆଇଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ଜଳବାୟୁ ସମ୍ପର୍କରେ ମୋଦି ଆଲୋଚନା କରିଛନ୍ତି। କୃଷି କ୍ଷେତ୍ରରେ ବଡ଼ ଧରଣର ବିପ୍ଲବ ଆସିଥିବା ପ୍ରଧାନମନ୍ତ୍ରୀ ବିଲ୍ ଗେଟ୍ସଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଇଣ୍ଡୋନେସିଆରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସାରା […] The post ମୋଦି-ବିଲ୍ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍ ସେବା appeared first on Dharitri Odia News.
ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍ ଗେଟ୍ସଙ୍କୁ କହିଛନ୍ତି, ସବୁ ଗାଁ ଗାଁକୁ ଡିଜିଟାଲ ସେବା ପହଞ୍ଚିବ। ଏଆଇଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ଜଳବାୟୁ ସମ୍ପର୍କରେ ମୋଦି ଆଲୋଚନା କରିଛନ୍ତି। କୃଷି କ୍ଷେତ୍ରରେ ବଡ଼ ଧରଣର ବିପ୍ଲବ ଆସିଥିବା ପ୍ରଧାନମନ୍ତ୍ରୀ ବିଲ୍ ଗେଟ୍ସଙ୍କୁ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଇଣ୍ଡୋନେସିଆରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସାରା ବିଶ୍ୱର ପ୍ରତିନିଧିମାନେ ଦେଶରେ ଡିଜିଟାଲ ବିପ୍ଳବ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ମୁଁ ସେତେବେଳେ କହିଥିଲି ଯେ,ଆମେ ଟେକ୍ନୋଲୋଜିକୁ ବିମୁଦ୍ରୀକରଣ କରିଛୁ, ଯାହାଫଳରେ କାହାର ଏକଚାଟିଆ ନ ଥିବ। ଏହା ଲୋକମାନଙ୍କ ଦ୍ୱାରା ଏବଂ ଲୋକଙ୍କ ପାଇଁ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି, ସେ ୨ ଲକ୍ଷ ଆରୋଗ୍ୟ ମନ୍ଦିର ନିର୍ମାଣକରିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ର ଏବଂ ଡାକ୍ତରଖାନାଗୁଡ଼ିକୁ ଟେକ୍ନୋଲୋଜି ସହିତ ଯୋଡ଼ିଛନ୍ତି। ୩ ଲକ୍ଷ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ମଧ୍ୟ ଆମର ଲକ୍ଷ୍ୟ ବୋଲି ସେ ବିଲ୍ ଗେଟ୍ସଙ୍କୁ କହିଛନ୍ତି।
The post ମୋଦି-ବିଲ୍ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍ ସେବା appeared first on Dharitri Odia News.