ସବୁଜ ହେଉଛି ଆଣ୍ଟାର୍କଟିକା

ଲଣ୍ଡନ, ୬।୧୦: ଆଣ୍ଟାର୍କଟିକା ନାଟକୀୟ ଭାବେ ସବୁଜ ହେବାରେ ଲାଗିଛି। ଗତ ୩ ଦଶନ୍ଧି ତୁଳନାରେ ବିଗତ କିଛିବର୍ଷ ମଧ୍ୟରେ ଏହି ଧାରା ୩୦%ରୁ ଅଧିକ ବୃଦ୍ଧି ପାଇଛି। ୧୯୮୬ରୁ ୨୦୨୧ ମଧ୍ୟରେ ଆଣ୍ଟାର୍କଟିକା ଉପଦ୍ୱୀପରେ ସବୁଜ ଆବରଣ ୧୦ ଗୁଣାରୁ ଅଧିକ ବୃଦ୍ଧି ପାଇଛି। ୧୯୮୬ରେ ଏଠାରେ ସବୁଜ ଆବରଣର ମାତ୍ରା ୧ ବର୍ଗ କିଲୋମିଟରରୁ କମ୍‌ ଥିବାବେଳେ ୨୦୨୧ରେ ଏହି ମାତ୍ରା ପ୍ରାୟ ୧୨ ବର୍ଗ କି.ମି.ରେ ପହଞ୍ଚିଛି। ବ୍ରିଟେନ୍‌ର ଏକ୍ସେଟର ବିଶ୍ୱବିଦ୍ୟାଳୟର ଗବେଷକ […] The post ସବୁଜ ହେଉଛି ଆଣ୍ଟାର୍କଟିକା appeared first on Dharitri Odia News.

ସବୁଜ ହେଉଛି ଆଣ୍ଟାର୍କଟିକା

ଲଣ୍ଡନ, ୬।୧୦: ଆଣ୍ଟାର୍କଟିକା ନାଟକୀୟ ଭାବେ ସବୁଜ ହେବାରେ ଲାଗିଛି। ଗତ ୩ ଦଶନ୍ଧି ତୁଳନାରେ ବିଗତ କିଛିବର୍ଷ ମଧ୍ୟରେ ଏହି ଧାରା ୩୦%ରୁ ଅଧିକ ବୃଦ୍ଧି ପାଇଛି। ୧୯୮୬ରୁ ୨୦୨୧ ମଧ୍ୟରେ ଆଣ୍ଟାର୍କଟିକା ଉପଦ୍ୱୀପରେ ସବୁଜ ଆବରଣ ୧୦ ଗୁଣାରୁ ଅଧିକ ବୃଦ୍ଧି ପାଇଛି। ୧୯୮୬ରେ ଏଠାରେ ସବୁଜ ଆବରଣର ମାତ୍ରା ୧ ବର୍ଗ କିଲୋମିଟରରୁ କମ୍‌ ଥିବାବେଳେ ୨୦୨୧ରେ ଏହି ମାତ୍ରା ପ୍ରାୟ ୧୨ ବର୍ଗ କି.ମି.ରେ ପହଞ୍ଚିଛି। ବ୍ରିଟେନ୍‌ର ଏକ୍ସେଟର ବିଶ୍ୱବିଦ୍ୟାଳୟର ଗବେଷକ ମାନଙ୍କ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନ ଶନିବାର ନେଚର୍‌ ଜିଓସାଇନ୍ସ ପତ୍ରିକାରେ ପ୍ରକାଶିତ ହୋଇଛି। ଏଥିରେ କୁହାଯାଇଛି, ୨୦୧୬ରୁ ୨୦୨୧ ମଧ୍ୟରେ ଆଣ୍ଟାର୍କଟିକାରେ ସର୍ବାଧିକ ମାତ୍ରାରେ ସବୁଜ ଆବରଣରେ ବୃଦ୍ଧି ଘଟିଛି। ତେବେ ଏହି ଅବଧି ମଧ୍ୟରେ ଆଣ୍ଟାର୍କଟିକାରେ ଥିବା ସମୁଦ୍ର ବରଫର ପରିମାଣ ସମାନ ଅନୁପାତରେ ହ୍ରାସ ପାଇଛି। ଏହି ଉପଦ୍ୱୀପରେ ବୈଶ୍ୱିକ ହାରଠାରୁ ଅଧିକ ମାତ୍ରାରେ ଗରମ ଅନୁଭୂତ ହେଉଥିବା ନେଇ ଅଧ୍ୟୟନର ମୁଖ୍ୟ ଗବେଷକ ଥୋମାସ ରୋଲାଣ୍ଡ କହିଛନ୍ତି। ଜଳବାୟୁ ଗରମ ହେବା ଫଳରେ ଆଣ୍ଟାର୍କଟିକାର ଉଦ୍ଭିଦ ଇକୋ ସିଷ୍ଟମ ଅଧିକ ପ୍ରତିଷ୍ଠିତ ହେବାକୁ ଲାଗିଛି। ଆଗାମୀ ଦିନରେ ଏଠାରେ ସବୁଜିମା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ନେଇ ଅଧ୍ୟୟନର ଅନ୍ୟତମ ଗବେଷକ ଓଲିଭର ବାର୍ଟେଲେଟ କହିଛନ୍ତି। ତେବେ ଆଣ୍ଟାର୍କଟିକାରେ ମୃତ୍ତିକା ପ୍ରାୟତଃ ନ ଥାଏ କିମ୍ବା ଏହାର ସ୍ତର ବିଶେଷ ଭଲ ନ ଥାଏ। ଧୀରେ ଧୀରେ ଏହି ଉପଦ୍ୱୀପରେ ସବୁଜିମା ବୃଦ୍ଧି ଘଟୁଥିବା ହେତୁ ଜୈବିକ ପଦାର୍ଥ ସୃଷ୍ଟି ହେବ, ଯାହା ମୃତ୍ତିକା ଗଠନରେ ସହାୟକ ହେବ ଏବଂ ଆଗାମୀ ଦିନରେ ଏଠାରେ ଅନ୍ୟ ଉଦ୍ଭିଦଗୁଡ଼ିକର ବୃଦ୍ଧି ପାଇଁ ବାଟ ଖୋଲିବ ବୋଲି ବାର୍ଟେଲେଟ କହିଛନ୍ତି। ତେବେ ଆଣ୍ଟାର୍କଟିକାରେ ସବୁଜିମାର ଧାରାକୁ ଚଳାଉଥିବା ପ୍ରକ୍ରିୟାଗୁଡ଼ିକର ପରୀକ୍ଷଣ ପାଇଁ ଅଧିକ ଗବେଷଣାର ଆବଶ୍ୟକତା ଥିବା ରୋଲାଣ୍ଡ କହିଛନ୍ତି।

The post ସବୁଜ ହେଉଛି ଆଣ୍ଟାର୍କଟିକା appeared first on Dharitri Odia News.