Video: ଆତଙ୍କ ସୃଷ୍ଟି କଲା ଜଳନ୍ତା କାର୍: ଜୀବନ ଭୟରେ ଦୌଡିଲେ ଲୋକେ

ରାଜସ୍ଥାନ,୧୩।୧୦: ଶନିବାର ଦିନ ଜୟପୁରର ଆଜମେର ଅଞ୍ଚଳରେ ଏକ ଡ୍ରାଇଭରହୀନ କାରରେ ନିଆଁକୁ ଲାଗି ଯାଇଥିଲା। କିଛି ସମୟ ପରେ କାର୍ ଟି ଗଡ଼ିବାରୁ କିଛି ମୋଟରସାଇକେଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ମୋଟର ଚାଳକମାନେ ପ୍ରାଣ ବିକଳରେ ଦୌଡିବାକୁ ଲାଗିଥିଲେ। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଏହି କାରଟି ଜିତେନ୍ଦ୍ର ଜାଙ୍ଗିଦ୍ ନାମକ ବ୍ୟକ୍ତି ଚଳାଉଥିଲେ। ତେବେ ଗାଡିର ଏୟାର କଣ୍ଡିସିନର ୟୁନିଟରୁ ଧୂଆଁ ବାହାରୁଥିବା ଦେଖି ଜିତେନ୍ଦ୍ର ଗାଡ଼ିରୁ ବାହାରି […] The post Video: ଆତଙ୍କ ସୃଷ୍ଟି କଲା ଜଳନ୍ତା କାର୍: ଜୀବନ ଭୟରେ ଦୌଡିଲେ ଲୋକେ appeared first on Dharitri Odia News.

Video: ଆତଙ୍କ ସୃଷ୍ଟି କଲା ଜଳନ୍ତା କାର୍: ଜୀବନ ଭୟରେ ଦୌଡିଲେ ଲୋକେ

ରାଜସ୍ଥାନ,୧୩।୧୦: ଶନିବାର ଦିନ ଜୟପୁରର ଆଜମେର ଅଞ୍ଚଳରେ ଏକ ଡ୍ରାଇଭରହୀନ କାରରେ ନିଆଁକୁ ଲାଗି ଯାଇଥିଲା। କିଛି ସମୟ ପରେ କାର୍ ଟି ଗଡ଼ିବାରୁ କିଛି ମୋଟରସାଇକେଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ମୋଟର ଚାଳକମାନେ ପ୍ରାଣ ବିକଳରେ ଦୌଡିବାକୁ ଲାଗିଥିଲେ।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଏହି କାରଟି ଜିତେନ୍ଦ୍ର ଜାଙ୍ଗିଦ୍ ନାମକ ବ୍ୟକ୍ତି ଚଳାଉଥିଲେ। ତେବେ ଗାଡିର ଏୟାର କଣ୍ଡିସିନର ୟୁନିଟରୁ ଧୂଆଁ ବାହାରୁଥିବା ଦେଖି ଜିତେନ୍ଦ୍ର ଗାଡ଼ିରୁ ବାହାରି ଆସିଥିଲେ। ଘଟଣା ସମ୍ପର୍କରେ ସେ ତୁରନ୍ତ ତାଙ୍କ ଭାଇଙ୍କ ସହ ପରାମର୍ଶ ପାଇଁ ଯୋଗାଯୋଗ କଲେ, ଯିଏ ତାଙ୍କୁ ବୋନେଟ୍ ତଳେ ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ। ତେବେ ଗାଡିରୁ ବାହାରି ବୋନେଟ ଉଠାଇବା ପରେ ଜିତେନ୍ଦ୍ର ଜାଣିବାକୁ ପାଇଲେ ଯେ ଇଞ୍ଜିନଟି ଜଳି ଯାଇଛି।

ନିଆଁ ଦ୍ରୁତ ଗତିରେ ଗାଡିର ହ୍ୟାଣ୍ଡବ୍ରେକକୁ ବ୍ୟାପିବାରୁ, ଏହା କ୍ଷତିଗ୍ରସ୍ଥ ହେବା ପରେ ଡ୍ରାଇଭରହୀନ ଗାଡିକୁ ଉଚ୍ଚ ରାସ୍ତାରେ ଅନିୟନ୍ତ୍ରିତ ଭାବରେ ଗଡ଼ିଗଲା। ତେବେ ଗାଡିଟି କିଛି ବାଟ ଯିବା ପରେ ରାସ୍ତା କଡରେ ଥିବା ଡିଭାଇଡରକୁ ଧକ୍କା ଦେଇ ଶେଷରେ ଅଟକିଥିଲା। ସୌଭାଗ୍ୟବଶତଃ ବ୍ୟସ୍ତ ବହୁଳ ଟ୍ରାଫିକ୍ କୌଣସି ଆହତ ଖବର ହୋଇନଥିଲା।

ଘଟଣା ବିଷୟରେ ନିକଟସ୍ଥ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ନିଆଁ ଲିଭାଇବା ବେଳକୁ କାରଟି ସମ୍ପୂର୍ଣ୍ଣ ଭାବେ ଖସି ଯାଇଥିଲା ଏବଂ ଏହା ସମ୍ପୂର୍ଣ୍ଣ କ୍ଷତି ଘଟାଇଥିଲା।

The post Video: ଆତଙ୍କ ସୃଷ୍ଟି କଲା ଜଳନ୍ତା କାର୍: ଜୀବନ ଭୟରେ ଦୌଡିଲେ ଲୋକେ appeared first on Dharitri Odia News.