ଜାଲ୍‌ ଜାତି ପ୍ରମାଣପତ୍ର ବାତିଲ ଦାବି : ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ରାସ୍ତାରୋକୋ

ବଲାଙ୍ଗୀର,୧୬ା୧୨(ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇ ଏକ ନିର୍ଦ୍ଦିଷ୍ଟ ଜାତିକୁ ଆଦିବାସୀ ତାଲିକାରୁ ହଟାଇବାକୁ ଦାବି କରାଯାଇଛି। ଆଦିବାସୀ କଲ୍ୟାଣ ସଂଘ ସଦସ୍ୟମାନେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରୁ ଏକ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳ କାର୍ଯ୍ୟାଳୟ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସେମାନେ କଚେରି ଛକ ନିକଟରେ ପ୍ରାୟ […] The post ଜାଲ୍‌ ଜାତି ପ୍ରମାଣପତ୍ର ବାତିଲ ଦାବି : ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ରାସ୍ତାରୋକୋ appeared first on Dharitri Odia News.

ଜାଲ୍‌ ଜାତି ପ୍ରମାଣପତ୍ର ବାତିଲ ଦାବି : ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ରାସ୍ତାରୋକୋ

ବଲାଙ୍ଗୀର,୧୬ା୧୨(ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇ ଏକ ନିର୍ଦ୍ଦିଷ୍ଟ ଜାତିକୁ ଆଦିବାସୀ ତାଲିକାରୁ ହଟାଇବାକୁ ଦାବି କରାଯାଇଛି। ଆଦିବାସୀ କଲ୍ୟାଣ ସଂଘ ସଦସ୍ୟମାନେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରୁ ଏକ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳ କାର୍ଯ୍ୟାଳୟ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସେମାନେ କଚେରି ଛକ ନିକଟରେ ପ୍ରାୟ ୩ ଘଣ୍ଟା ଧରି ରାସ୍ତାରୋକୋ କରିଥିଲେ। ପରେ ଅତିରିକ୍ତ ଜିଲାପାଳ ପବିତ୍ର ବେହୋରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ। ଜାଲ୍‌ ଜାତି ପ୍ରମାଣପତ୍ର ନେଇ ଏକ ନିର୍ଦ୍ଦିଷ୍ଟ ଜାତିର ଲୋକେ ଆଦିବାସୀଙ୍କ ସୁବିଧା ନେଉଛନ୍ତି। ଏହି ଜାତି ପ୍ରମାଣପତ୍ରକୁ ତୁରନ୍ତ ବାତିଲ କରିବାକୁ ସେମାନେ ଦାବି କରିଥିଲେ। ବାସ୍ତବରେ ସେହି ଜାତିର ଲୋକେ ହେଉଛନ୍ତି ବୃତ୍ତିି ଅନୁଯାୟୀ ବୁଣାକାର। ସେହି ଜାତିର ଲୋକେ ସମ୍ପ୍ରତି ବେଆଇନ ଭାବେ ଅନୁସୂଚିତ ଜନଜାତି ପ୍ରମାଣପତ୍ର ହାସଲ କରୁଥିବା ସେମାନେ ଅଭିଯୋଗ କରିଥିଲେ। ବାସ୍ତବରେ ସେହି ଜାତିର ଲୋକଙ୍କ ପ୍ରଥା, ପରମ୍ପରା, ବିବାହ, ଯାନିଯାତ୍ରା ଆଦିବାସୀ ସଂସ୍କୃତିର ନୁହେଁ ବୋଲି ସେମାନେ ଉଲ୍ଲେଖ କରିଛନ୍ତି। ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ଉଚିତ୍‌ ପଦକ୍ଷେପ ଗ୍ରହଣ କରି ଜାଲ ଜାତିଗତ ପ୍ରମାଣ ପତ୍ର ହାସଲ କରିଥିବା ଲୋକଙ୍କ ବିରୋଧରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ଜିଲା ପ୍ରଶାସନ ଏଭଳି ଜାଲ ଜାତିବର୍ଗଙ୍କୁ ଅନୁସୂଚିତ ଜନଜାତି ପ୍ରମାଣପତ୍ର ଦେବା ବନ୍ଦ କରନ୍ତୁ ବୋଲି ସେମାନେ ଦାବି କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ, ମୁଖମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଦିବାସୀ କଲ୍ୟାଣ ସଂଘ ସଭାପତି ଶ୍ୟାମସୁନ୍ଦର ବିଶି, କାର୍ଯ୍ୟକାରୀ ସଭାପତି ବନଲତା ମାଝି, ଜିଲା ସାଧାରଣ ସମ୍ପାଦକ ଥବୀର ପୂଜାରୀ, ସୁରଥ ଧରୁଆ, ଗୌରୀଶଙ୍କର ବରିହା, ନିତ୍ୟାନନ୍ଦ ମାଝି, ମନୋରଞ୍ଜନ ଭୋଇଙ୍କ ନେତୃତ୍ୱରେ ବିକ୍ଷୋଭ ହୋଇଥିଲା।

The post ଜାଲ୍‌ ଜାତି ପ୍ରମାଣପତ୍ର ବାତିଲ ଦାବି : ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ରାସ୍ତାରୋକୋ appeared first on Dharitri Odia News.